ଆକୃତି ଦେଖି କିପରି ଜାଣିବେ ନାରୀର ଲକ୍ଷଣ, ଡେରି ନକରି ଶୀଘ୍ର ଜାଣନ୍ତୁ ଏହି ବିଷୟରେ

ମଣିଷର ଆକୃତି ଦେଖି ଜାଣିହୁଏ ମଣିଷର ବ୍ୟବହାର, ଆଚରଣ, ସ୍ୱଭାବ। ତେବେ ଆସନ୍ତୁ ଜାଣିବା ନାରୀର ଲକ୍ଷଣ କଣ ବା ନାରୀର କେଉଁ କେଉଁ ଲକ୍ଷଣ ଦେଖି ନାରୀର ସ୍ଵଭାବ ଜାଣିପାରିବେ।

ଶ୍ୟାମା ଶୁକେସି ତନୁ ମଧ୍ୟମାଯୁକ୍ତା, ଗଭୀରନାରୀ ସମଦନ୍ତପଂକ୍ତି। ଶୁଭ୍ରାଙ୍ଗକେସୀ ସୁଗତିସୁଶିଳା, କୂଳେ ହିନାପି ବିବାହନୀୟା।

ଅର୍ଥାତ: ଯେଉଁ କନ୍ୟା ଶ୍ୟାମବର୍ଣ୍ଣ ଅତି ମୋଟା କିମ୍ବା ପତଳା ନୁହେଁ, ତାର ଦେହ ମଧ୍ୟମ ଯୁକ୍ତ, ନାଭି ଗଭୀର ଅଟେ, ଦାନ୍ତ ଗୁଡିକ ସୁନ୍ଦର ଏବଂ ମୁଣ୍ଡର କେଶ ମଧ୍ୟ ସୁନ୍ଦର, ଯାହାର ଚାଲି ଉତ୍ତମ ଏବଂ ବ୍ୟବହାର ସୁଶୀଳ ନୀଚ ଜାତିର ହୋଇଥିଲେ ମଧ୍ୟ ତାକୁ ବିବାହ କରିବା ଉଚିତ।

ଅର୍ଥାତ ଯେଉଁ ମାନଙ୍କର ରଙ୍ଗ ଅତି ଗୋରା ନୁହଁ କି ଅତି କଳା ନୁହଁ, ବେସି ମୋଟା କିମ୍ବା ପତଳା ନୁହଁ, ସେମାନଙ୍କର ଦାନ୍ତ ଗୁଡିକ ସୁନ୍ଦର ଏବଂ ମୁଣ୍ଡର କେଶ ମଧ୍ୟ ସୁନ୍ଦର, ଚାଲି ଉତ୍ତମ, ବ୍ୟବହାର ସୁଶୀଳ ଏହିପରି ଝିଅମାନେ ସୁଲକ୍ଷଣ ଯୁକ୍ତ ଝିଅ।

ସ୍ନିଗଧୋନ୍ମତୋଗ୍ରା ତନୁତାମ୍ରନଖୋଉ କୁମାର୍ଯ୍ୟା, ପାଦୌସଯୋପଚିତଚାରୁ ନିଗୁଢଗୁଳଫେ।
ସ୍ଲିଷ୍ଟାଙ୍ଗୁଳି ନଳୀନକାନ୍ତି ତଳୋଉ ଚ ଜସ୍ୟା, ସ୍ତିମୁଦବହେଦ ଯଦିଭୁବୋଧିପତିତ୍ୱମିଛେତ,

ଅର୍ଥାତ: ଯେଉଁ କନ୍ୟାଙ୍କ ଶରୀର ଉଚ୍ଚ ଏବଂ କୋମଳ, ନଖ ଗୁଡିକ ତମ୍ବା ପରି ବର୍ଣ୍ଣଯୁକ୍ତ, ଦୁଇ ପାଦ ଯାକ ସମାନ, ଦୁଇ ଗୋଇଠି ସୁନ୍ଦର, ହାତ ଏବଂ ପାଦ ଆଙ୍ଗୁଠିଯାକ ଲାଗିଲା ପରି ଦେଖାଯାଉଥିବ, ପାଦ ତଳ ଏବଂ ହାତ ପାପୁଲି ପଦ୍ମ ଫୁଲପରି ଗୋଲାପୀ ରଙ୍ଗ ହୋଇଥିବ, ସେହି କନ୍ୟା ସୁଲକ୍ଷଣଯୁକ୍ତା ଅଟନ୍ତି। ଏମାନେ ଐଶ୍ୱର୍ଯ୍ୟବତୀ ଅଟନ୍ତି ଏବଂ ଚିର ସୁଖ ଭୋଗ କରନ୍ତି।

ଅବ୍ୟଗାଙ୍ଗୀ ସୌମ୍ୟନାମ୍ନୀ ହଂସବାରଣ ଗାମିନିମ।
ତନୁଲୋମକେଶଦନ୍ତାନାଂ ମୃଦଙ୍ଗଗୀମୁଦ ବହେସ୍ତ୍ରୀୟମ

ଅର୍ଥାତ: ଯେଉଁ କନ୍ୟା ବିବୃତ ଦେହ ନଥିବ, ଶୁଭଯୁକ୍ତ ନାମ ହୋଇଥିବ, ହଂସ କିମ୍ବା ହସ୍ତୀ ପ୍ରାୟ ଚାଲିଥିବ, ଦେହ,ଲୋକ,କେଶ ଏବଂ ଦାନ୍ତ ଏହି ସବୁ ସୁନ୍ଦର ହୋଇଥିବ, ଯାହାର ଦେହ କୋମଳ ହୋଇଥିବ, ସେହି କନ୍ୟା ସୁଲକ୍ଷଣଯୁକ୍ତା ଅଟନ୍ତି।

ନଷ୍ଟା କୁଦନ୍ତୀ ଯଦି ପିଙ୍ଗଳାକ୍ଷୀ, ରୋମାଞ୍ଚଦେହୀ ଯଦି ତାମ୍ରକେସୀ, କପାଳ ଉଚ୍ଚ ଯଦି ଜାନୁଲଗ୍ନା, ସ୍ତାକ୍ଷୟଂ ବିବାହ ନ ଚ ରାଜକନ୍ୟା।

ଅର୍ଥାତ: ଯେଉଁ କନ୍ୟାଙ୍କର ଦାନ୍ତ ଗୁଡିକ ଅସୁନ୍ଦର, ଆଖି ପିଙ୍ଗଳବର୍ଣ୍ଣ, ଦେହ ସାରା ଲୋକ ପୁର୍ଣ, ମୁଣ୍ଡର ଚୁଟି ତମ୍ବା ପରି, କପାଳ ଉଚ୍ଚ ହୋଇଥାଏ, ଯାହାର ଜାନୁ ଅତି ବୃହତ ହୋଇଥାଏ, ଆଉ ଚରିତ୍ର ନଷ୍ଟ ହୋଇଥାଏ, ଏମାନେ ଉଚ୍ଚ ବଂଶରେ ହୋଇଥିଲେବି ଅଶୁଭ ଏବଂ କ୍ଳେଶ ଦାୟକ ଅଟନ୍ତି।

ଅଳ୍ପାୟୁରୁନ୍ନତାକ୍ଷୀ ଚ ବୃତାକ୍ଷୀ କୁଳେଟା ଭବେତ
ଅଜାକ୍ଷୀ କେକେରାକ୍ଷୀ ଚ କାସରାକ୍ଷୀ ଚ ଦୁର୍ଭାଗା
ମାର୍ଜରାକ୍ଷୀ ଗଜାକ୍ଷୀ ଚ କାମିନ୍ୟାଇ କୂଳନାଶିନୀ
ବନ୍ଧ୍ୟା ଦକ୍ଷକାଣାକ୍ଷୀ ସ୍ୟାତ ପୁଂଶ୍ଚଳି ବାମକାଣିକା

ଅର୍ଥାତ: ଯେଉଁ କନ୍ୟାର ଆଖି ବଡ଼ ବଡ଼ ତାର ଆୟୁ କମ, ବୃତ୍ତ ପ୍ରାୟ ଆଖି ହେଲେ କୂଳଟା, ଆଖି ଛେଳି ପରି କୋକି ପରି ବା ପାଣ୍ଡୁ ରଙ୍ଗ ହେଲେ ସେ କନ୍ୟା ଦୁର୍ଭାଗା ଅଟେ, ବିରାଡ଼ି ବା ହାତୀ ଆଖି ପରି ଆଖି ହେଲେ ସେ କନ୍ୟା କୁଳନାଶିନୀ ହୁଏ ଏବଂ କଣା ଆଖି ହେଲେ ମଧ୍ୟ ଖରାପ।

ପିଙ୍ଗଳାକ୍ଷୀ ଚ କପୋତାକ୍ଷି ଦୁଃଶିଳା କାମବର୍ଜିତା, କୋଟରାକ୍ଷୀ ମହା ଦୁଷ୍ଟ ରକ୍ତାକ୍ଷୀ ପତିଘାତିନି, ନେତ୍ରେ ଜସ୍ୟା କେ ପିଙ୍ଗଳେ ବା ଦୁଃଶିଳା ବା ସ୍ୟାବଲୋଳେକ୍ଷଣା ଚ କୁପୌ ଗସ୍ୟ- ଗଣ୍ଡୟୌ ସସ୍ମିତେନ, ନିସନ୍ଦିଗଧାନଂ ବନ୍ଧକି ତାଂ ବଦନ୍ତି.

ଅର୍ଥାତ ଯେଉଁ କନ୍ୟାର ଆଖି କପୋତ ଆଖି ପରି ବା ପିଙ୍ଗଳବର୍ଣ୍ଣ ସେହି ସେହି କନ୍ୟା ଦୁଃଶୀଳା ଏବଂ କାମବର୍ଜିତା ହୁଏ। ଏବଂ ଯାହାର ଆଖି କୋରତ ଗତ ସେ ମହା ଦୁଷ୍ଟା, ଯାହାର ଆଖି ରକ୍ତ ବର୍ଣ୍ଣ ସେ ସ୍ବାମି ଘାତିନି, ଯାହାର ଆଖି ବକ୍ର ସେ ଦୁଷ୍ଟ ସ୍ୱଭାବର ଓ ଚଞ୍ଚଳ ଏବଂ ଯାହାର ଗଣ୍ଡସ୍ଥଳ ଗଭୀର କୂପତୁଲ୍ୟ ସେ କନ୍ୟାର ବନ୍ଧ୍ୟା ଦୋଷ ଥାଏ।

ଆପଣ ମାନେ ସାଧାରଣତଃ ରାମାୟଣ ଦେଖିଥିବେ। ରାମାୟଣରେ ନାରୀ ମାନଙ୍କର ଚରିତ୍ର କିପରି ହୋଇଥାଏ ସେହ ବିଷୟରେ ଏକ ବର୍ଣ୍ଣନା ହୋଇଛି।ରାମାୟଣରେ ଏକ ପ୍ରସଙ୍ଗ ରହିଛି ତ୍ରିଜଟା ଏବଂ ସିତା ସମ୍ବାଦ, ଯେତେବେଳେ ରାବଣ ରାମଙ୍କର ମାୟା କଟା ମୁଣ୍ଡ ଆଣି ମାତା ସତୀଙ୍କ ପାଖରେ ରଖିଥିଲା ସେହି ସମୟରେ ମାତା ସୀତା ତ୍ରିଜଟାକୁ କହିଥିଲେ।

ହେ ତ୍ରିଜଟା,  ମୋ ପାଦରେ ପଦ୍ମ ଚିନ୍ହ ଅଛି, ମୋର କେଶ ପତଳା ସମାନ ଆକାର ଏବଂ କଳା ଅଟେ, ଭ୍ରୁଲତା ଖୋଲା, ଜଙ୍ଘଦ୍ୱୟ ଲୋମ ରୋହିତ ଓ ଗୋଲ, ଦାନ୍ତ ଗୁଡିକ କୁନ୍ଦକଳି, ସମାନ ସଂଯୁକ୍ତ, ନଖ ମାନ ଗୋଲ ଓ ଚିକଣ, ଉଭୟ ସ୍ତନ ପରସ୍ପର ସହିତ ମିଳିତ, ଦେହର ରୋମ କୋମଳ ଓ ଉଜ୍ଜ୍ୱଳ ଅଟେ। ତେଣୁ ପଣ୍ଡିତ ମାନେ ମତେ ଶୁଭଲକ୍ଷଣ ଯୁକ୍ତ ବା ସୌଭାଗ୍ୟଶାଳୀ କୁହନ୍ତି। ବିଧବା ପରି କୁଲକ୍ଷଣା ମୋ ଠାରେ ନାହିଁ। ଏହିଭଳି ରାମାୟଣରେ ନାରୀ ମାନଙ୍କର ସୁଲକ୍ଷଣ ଯୁକ୍ତ ଏବଂ ସୌଭାଗ୍ୟ ସାଳିନୀ ହେବାର ଲକ୍ଷଣ ଗୁଡିକ ମା ସୁତାଙ୍କ ମୁଖରେ ବର୍ଣ୍ଣନା କରାଯାଇଛି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *