ସୈଫ ଅଲି ଖାନଙ୍କ ସିନେମା ‘ଆଦିପୁରୁଶ’ର ସେଟରେ ଲାଗି ଯାଇଥିଲା ନିଆଁ, ଷ୍ଟୁଡିଓର ବଡ଼ ଅଂଶ ଜଳି ହୋଇଗଲା ପାଉଁଶ

ମୁମ୍ବାଇ: ସହରର ଗୋରେଗାଁ ସ୍ଥିତ ଏକ ଷ୍ଟୁଡିଓରେ ମଙ୍ଗଳବାର ଦିନ ନିଆଁ ଲାଗିଯାଇଥିଲା। ଯେଉଁ ସମୟରେ ଏହି ଦୁର୍ଘଟଣା ହୋଇଥିଲା ସେହି ସମୟରେ ଏଠାରେ ମେଗା ବଜେଟ ଚଳଚ୍ଚିତ୍ର ‘ଆଦିପୁରୁଷ’ (Adipurush)ର ଏକ ସେଟ ସ୍ଥାପିତ ହୋଇଥିଲା। ଏହି ଚଳଚ୍ଚିତ୍ରରେ ପ୍ରଭାସ ଏବଂ ସୈଫ ଅଲି ଖାନ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ହେଲେ, ଦୁ-ର୍ଘ-ଟଣା ସମୟରେ କୈାଣସି ମୁଖ୍ୟ କଳାକାର ସେଟରେ ଉପସ୍ଥିତ ନଥିଲେ। ଅ-ଗ୍ନି-କା-ଣ୍ଡ-ର କାରଣ ପରିଶେଷରେ ସର୍ଟ ସର୍କିଟ ବୋଲି କୁହାଯାଇଛି। ଘଟଣାସ୍ଥଳରେ ଦମକଳବାହିନୀର ୧୦ଟି ଗାଡ଼ି ନିଆଁ ଲିଭାଇବା ପାଇଁ ପହଞ୍ଚିଥିଲେ। ଲକ୍ଷ୍ମୀ ପାର୍କରେ ନିର୍ମିତ ଏହି ଷ୍ଟୁଡିଓରେ ଯେତେବେଳେ ନିଆଁ ଲଗି ଯାଇଥିଲା ସେଠାରେ ୧୦୦ରୁ ଅଧିକ ଲୋକ ଉପସ୍ଥିତ ଥିଲେ। ହେଲେ କାହାର କୌଣସି କ୍ଷ-ୟ-କ୍ଷ-ତି ହୋଇଥିବାର ଖବର ଆସିନାହିଁ।

ଏହାପୂର୍ବରୁ ମଙ୍ଗଳବାର ସକାଳେ ମୁମ୍ବାଇର ଆନ୍ଧେରି ଅଞ୍ଚଳରେ ଥିବା ଏକ ୬ମହଲା କୋଠାରେ ନିଆଁ ଲାଗିଯାଇଥିଲା। ଅ-ଗ୍ନି-ଶ-ମ ବିଭାଗର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଅଂଧେରୀ ଏକ ଶିଳ୍ପାଞ୍ଚଳରେ ଅବସ୍ଥିତ ଲକ୍ଷ୍ମୀ ପ୍ଲାଜା କୋଠାର ଉପର ମହଲାରେ ନିଆଁ ଲାଗିଥିଲେ ମଧ୍ୟ କେହି ଆ-ହ-ତ ହୋଇନାହାଁନ୍ତି। ଅ-ଗ୍ନି-ଶ-ମ ବାହିନୀକୁ ସକାଳ ୧୧.୧୫ଟାରେ ନିଆଁ ଲାଗି ଯାଇଥିବାର ସୂଚନା ମିଳିଥିଲା। ଦ୍ୱିପ୍ରହର ପାଖାପାଖି ଦେଢଟା ବେଳକୁ ନିଆଁକୁ ନି-ୟ-ନ୍ତ୍ର-ଣରେ ରଖାଯାଇଥିଲା।

ପ୍ରଥମରୁ ହିଁ ବିବାଦରେ ରହିଛି ‘ଆଦିପୁରୁଶ’

ଜଣା ଯାଉଛି କି ‘ଆଦିପୁରୁଷ’ ସୁପରଷ୍ଟାର ପ୍ରଭାସଙ୍କର ଆଗାମୀ ଚଳଚ୍ଚିତ୍ର ଅଟେ। ଏଥିରେ ସୈଫ ଅଲି ଖାନ ଲଙ୍କେଶ ଚରିତ୍ରରେ ଅଭିନୟ କରିବେ। ସେଠାରେ ପ୍ରଭାସ ରାମ ଭୂମିକାରେ ନଜର ଆସିବେ। ସୈଫ ନିଜର ଏହି ଚରିତ୍ରକୁ ନେଇ ଏକ ଇଣ୍ଟରବ୍ୟୁରେ କହିଥିଲେ କି ରାକ୍ଷସ ରାଜାଙ୍କ ଭୂମିକାରେ ଅଭିନୟ କରିବା ଅତ୍ୟନ୍ତ କୌତୁହଳପୂର୍ଣ୍ଣ ଅଟେ, କିନ୍ତୁ ଏହା ଏତେବି କଷ୍ଟସାଧ୍ୟ ନୁହେଁ। ସୈଫଙ୍କର ଏହି ବୟାନ ପରେ ଲୋକମାନେ ତାଙ୍କୁ କଡା ଭାବରେ ଟ୍ରୋଲ କରିଥିଲେ। ହେଲେ ପରେ ସୈଫ ଏଥିପାଇଁ କ୍ଷମା ମାଗିଥିଲେ। ଆଦିପୁରୁଷ ୧୧ଅଗଷ୍ଟ ୨୦୨୨ରେ ମୁକ୍ତିଲାଭ ହୋଇପାରେ।

Leave a Reply

Your email address will not be published. Required fields are marked *