ଡାଇଭର୍ସମାନେ ଏକ ଅନନ୍ୟ କାରନାମା କଲେ, ପ୍ରାଚୀନ ହିମ ଯୁଗର ହାତୀମାନଙ୍କର ଅସ୍ଥି ଆବିଷ୍କାର କରିଲେ । ଜାଣନ୍ତୁ କଣ ରହିଛି ବିଶେଷତା

ଫ୍ଲୋରିଡାର ଦୁଇଜଣ ଡାଇଭର୍ସ 11 ହଜାର ବର୍ଷର ପୁରୁଣା ମାମଥର ଚାରି ଫୁଟ ଲମ୍ବା ଏବଂ 23 କିଲୋଗ୍ରାମର ଏକ ଅସ୍ଥି ଉଦ୍ଧାର କରିଛନ୍ତି । କୁହାଯାଉଛି ଯେ ଏହି ମାମଥର ଅସ୍ଥି ପୁରାତନ ଯୁଗର ଅଟେ । ଯାହା ଡାଇଭର୍ସମାନଙ୍କୁ ସ୍ଥାନୀୟ ନଦୀରେ ମିଳିଛି । ଉଭୟ ଡାଇଭର୍ସଙ୍କ ନାମ ଡେରେକ ଡେମେଟର ଏବଂ ହେନରୀ ସାଦଳେର ଅଟେ । ହେନରୀ ଇନଷ୍ଟାଗ୍ରାମରେ ଫୋଟୋ ସେୟାର କରି କହିଛନ୍ତି କି ଏହା ତାଙ୍କର ” ଆଜୀବନ ସନ୍ଧାନ” ଅଟେ ।

ସେମାନଙ୍କୁ ଏହି ମାମଥର ଅସ୍ଥି ପିସ ନଦୀ ତଳେ ଥିବା ବାଲିରେ ମିଳିଥିଲା । ହେନରୀ ଇନଷ୍ଟାଗ୍ରାମରେ ଏହି ଅସ୍ଥିର ଛବିକୁ ସେୟାର କରି କହିଛନ୍ତି ଏହିଭଳି ଆବିଷ୍କାର କରିବାର ସୁଯୋଗ ଜୀବନରେ କେବଳ ଥରେ ମିଳିଥାଏ । ସେ କହିଛନ୍ତି ଯେ ସେ ଜଣେ ଭାଗ୍ୟବାନ ଯେହେତୁ ତାଙ୍କୁ ଜୀବନରେ ଥରେ ମିଳୁଥିବା ଜୀବାସ୍ମ ହାତରେ ଲାଗିଛି । ଏହି ଫୋଟୋ ଏକ କଲମ୍ବିଆ ମାମଥ ଗୋଡର ଅସ୍ଥି ଅଟେ । ଏହି ଅସ୍ଥିଟି ଏତେ ଦୁର୍ଲଭ ନୁହେଁ ଅନ୍ୟ ଜିନିଷ ଭଳି , ତଥାପି ଏକ ଏକ ଅବିଶ୍ୱସନୀୟ ଆବିଷ୍କାର ।

ହେନରୀ କହିଛନ୍ତି ଯେ ଏହି ଅସ୍ଥିକୁ ବହୁତ କମ କ୍ଷତି ହୋଇଛି ଏବଂ ଏହା ଭଲରେ ଜୀବାସ୍ମରେ ପରିଣତ ହୋଇଛି । ସେ ଏହି ଫୋଟୋଟିକୁ ସେୟାର କରିବା ପରେ କମେଣ୍ଟର ବନ୍ୟା ଆସିଥିଲା । ଜଣେ ୟୁଜର ଲେଖିଥିଲେ କି ଏକ ଖୁବ ସୁନ୍ଦର । ଅନ୍ୟଏକ ୟୁଜର ଲେଖିଛନ୍ତି କି ଏହା ବିଶାଳ ଅଟେ । ଏହା ଏକ ବଡ଼ ଆବିଷ୍କାର । ଜଣାଇଦେଉଛୁ ଯେ ଏହି ଅଭିଯାନ ସମୟରେ ଉଭୟ ଡାଇଭର୍ସଙ୍କୁ ଏକ ପ୍ରାଚୀନ ବାଘର ଦାନ୍ତ ମଧ୍ୟ ମିଳିଛି ।

 

View this post on Instagram

 

A post shared by Henry Sadler (@thinkseek)

ମାମଥ ଆଜିର ହାତୀମାନଙ୍କର ପୂର୍ବଜ ଯିଏ ପ୍ରଥମ ଥର 10 ଲକ୍ଷ ବର୍ଷ ପୂର୍ବରୁ ଉତ୍ତର ଆମେରିକା ଆସିଥିଲେ । ଆଜିଠାରୁ ପ୍ରାୟ 11 ହଜାର ବର୍ଷ ପୂର୍ବେ ମାମଥ ବିଲୁପ୍ତ ହୋଇଯାଇଥିଲେ । କଲମ୍ବିଆ ମାମଥ ଏକ ପ୍ରକାରର ବୃହତ୍ତମ ଜୀଵ , ଯାହାର ଉଚ୍ଚତା 14 ଫୁଟ ଅଟେ । ଏହି ମାମଥଗୁଡିକ 5 ଟି କାର ଓଜନ ସହିତ ସମାନ ଅଟନ୍ତି । ସେମାନଙ୍କ ଦାନ୍ତ ବହୁତ ବଡ଼ । ଏହା ପୂର୍ବରୁ କିଛି ମାମଥର ଜୀବାସ୍ମ ବିଶ୍ୱର କିଛି ସ୍ଥାନରେ ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *