କେଉଁଠି ଅଛ ସଲମାନ? କେଉଁଠି ଲୁଚି ବସିଛ ସଲମାନ ? ଅର୍ଣ୍ଣବଙ୍କ ଏହି ପ୍ରଶ୍ନର ପ୍ରଥମଥର ପାଇଁ ମୁଁହ ଖୋଲିଲେ ସଲମାନ ଖାନ

ଅର୍ଣ୍ଣବ ଗୋସ୍ୱାମୀ ଏବଂ ତାଙ୍କ ଚ୍ୟାନେଲ ଗତ କିଛି ସମୟରୁ ବହୁତ ଚର୍ଚ୍ଚାରେ ରହିଛନ୍ତି। ଏହି ଚ୍ୟାନେଲର ଡିବେଟ କାର୍ଯ୍ୟକ୍ରମରେ ଅର୍ଣ୍ଣବଙ୍କ ନିଜର ଏକ ଭିନ୍ନ ଷ୍ଟାଇଲ ରହିଥାଏ। ବିଶେଷ କରି ତାଙ୍କ ଚ୍ୟାନେଲର ଟିଆରପି ସୁଶାନ୍ତ ସିଂହ ରାଜପୁତ ଏବଂ ବଲିଉଡ ଡ୍ରଗ୍ସ ମାମଲାକୁ ନେଇ ବହୁତ ବଢିଯାଇଛି। ଏହି ବିଷୟରେ ବଲିଉଡର ଅନେକ ତାରକା ନୀରବ ରହିଥିଲେ, ଏମିତିରେ ଅର୍ଣ୍ଣବ ଏହାକୁ ନେଇ ଏକ ଲାଇଭ ଡିବେଟ ଶୋ’ ମଧ୍ୟ କରିଥିଲେ। ଏହି ଶୋ’ରେ ସେ ସଲମାନଙ୍କୁ ଚିତ୍କାର କରି କରି ଡାକିଥାନ୍ତି, “କେଉଁଠି ଅଛ ସଲମାନ? କେଉଁଠି ଲୁଚି ବସିଛ ସଲମାନ? ଲୁଚୁଛ କାହିଁକି ସଲମାନ?” ଅର୍ଣ୍ଣବଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ବବଜେଟ ଭାଇରାଲ ହୋଇଥିଲା।ଯଦି ଆପଣ ସେହି ଭିଡ଼ିଓ ନଦେଖିଛନ୍ତି ତେବେ ପ୍ରଥମେ ଦେଖି ନିଅନ୍ତୁ।

ଏହି ଭିଡ଼ିଓ ପରେ ଅର୍ଣ୍ଣବ ଗୋସ୍ୱାମୀଙ୍କର ମିମିକ୍ରି କରିଥିଲେ “ଦ କପିଲ ଶର୍ମା ଶୋ”ରେ କୀକୁ ଶାରଦା ଓରଫ ବଚ୍ଚା ଯାଦବ। ସେ ଶୋ’ରେ ଅର୍ଣ୍ଣବଙ୍କ ଚ୍ୟାନେଲକୁ ରଦ୍ଦୀ ନ୍ୟୁଜ କହିଥିଲେ। ଏହାର ମଧ୍ୟ ଭିଡ଼ିଓ ଭାଇରାଲ ହୋଇରଃ। ଏହାପରେ ଲୋକମାନେ କହିଲେ ଯେ ଏହି ଶୋ’ ସଲମାନ ଖାନ ପ୍ରଡ୍ୟୁସ କରୁଛନ୍ତି। ଏଥିପାଇଁ ଜାଣିଶୁଣି ଅର୍ଣ୍ଣବ ଗୋସ୍ୱାମୀଙ୍କର ମଜା ଉଡାଇଥିଲେ। ଏହି ଘଟଣା ପରେ ଟ୍ୱିଟରରେ “ବାୟକଟ କପିଲ ଶର୍ମା ଶୋ” ଟ୍ରେଣ୍ଡ ହେବାକୁ ଲାଗିଥିଲା।

ଏବେ ନିକଟରେ ସଲମାନ “ବିଗ ବସ୍ ୧୪”ର ଷ୍ଟେଜରେ ଅର୍ଣ୍ଣବଙ୍କ ଉପରେ ପରୋକ୍ଷ ଭାବରେ ବର୍ଷିଥିଲେ। ଶୋ’ରେ ସଲମାନ ପ୍ରତିଯୋଗୀଙ୍କୁ ବୁଝାଇବା ଭଙ୍ଗୀରେ କହିଥିଲେ ଯେ- Bigg Boss ଭିତରେ କିମ୍ବା କୌଣସି ମଧ୍ୟ ଶୋ’ ଭିତରେ ଯେପରି ବର୍ତ୍ତମାନ ଆମେ ଫିଲ୍ମ କରୁଛୁ ତେବେ ଫିଲ୍ମ କିଏ ଦେଖୁଛନ୍ତି? ବର୍ତ୍ତମାନ ସମସ୍ତଙ୍କୁ ଟିଆରପି ଆବଶ୍ୟକ। ସେଥିପାଇଁ ତୁମକୁ ପ୍ରକୃତ ଖେଳ ଖେଳିବାକୁ ପଡିବ। ଏହା ନୁହେଁ ଯେ ତୁମେ କିଛି ବି କରି ଟିଆରପି ହାସଲ କରିବ। ଏମିତି ନୁହେଁ କି ଏହା କୌଣସି ମଜା ହେଉଛି। ସେ ମିଛ କହୁଛି। ସେ କିଛି ମଧ୍ୟ ଓଲଟା କଥା କହୁଛି, ଚିତ୍କାର କରୁଛି। ଯୁଦ୍ଧ ହିଁ ନାହିଁ। ସେ ତୁମ ଚ୍ୟାନେଲକୁ ବନ୍ଧ କରିଦେବ।

ଏତିକି କହିବା ପରେ ସଲମାନ ଏକ ହିଂଟ ଦେଇ କହିଲେ “ଯାହା ମୋର କହିବାର ଥିଲା, ପରୋକ୍ଷ ଭାବରେ ମୁଁ କହିଦେଲି।” ସଲମାନଙ୍କର କଥା ଶୁଣୁଥିବା ଉପସ୍ଥିତ ସମସ୍ତ ଲୋକ ହସିବାକୁ ଲାଗିଲେ। ମଜାଦାର କଥା ଏହା ଯେ ସେ ନିଜର ସମ୍ପୂର୍ଣ୍ଣ କଥାରେ ଅର୍ଣ୍ଣବ କିମ୍ବା ତାଙ୍କ ଚ୍ୟାନେଲର ନାମ ମଧ୍ୟ ଧରି ନଥିଲେ। କିନ୍ତୁ ତାଙ୍କ ଇଶାରା ସମସ୍ତେ ବୁଝି ଯାଇଥିଲେ ଯେ ସେ ଅର୍ଣ୍ଣବଙ୍କ ଉପରେ ହିଁ ବର୍ଷୁଛନ୍ତି।

ଦେଖନ୍ତୁ ଭିଡ଼ିଓ

ସୂଚନାଯୋଗ୍ୟ ଯେ ରବିବାର ଦିନ ମୁମ୍ବାଇ ପୋଲିସ ମିଛ ଟିଆରପି କେସରେ ଚ୍ୟାନେଲର ସିଇଓ ବିକାଶ ଖାନଚନ୍ଦାନୀ ଏବଂ ସିଇଓ ହର୍ଷ ଭଣ୍ଡାରୀଙ୍କୁ ପାଞ୍ଚ ଘଣ୍ଟା ପଚରାଉଚରା କରିଥିଲେ।

Leave a Reply

Your email address will not be published. Required fields are marked *