କେବଳ ଟିକସ ଫାଙ୍କି ନାହାଁନ୍ତି ସୋନୁ ସୁଦ୍, ତାଙ୍କ ନାମରେ ରହିଛି ଆହୁରି ଚାରୋଟି ସଙ୍ଗୀନ ମାମଲା, ଯେଉଁ କାରଣରୁ ତାଙ୍କୁ ଜେଲ ମଧ୍ୟ ହୋଇପାରେ।

ଯଦି ଚାରି ଦିନ ପୂର୍ବରୁ ଆମେ ଆପଣଙ୍କୁ ପଚାରିଥାନ୍ତୁ କି କରୋନା ସମୟରେ କିଏ ଗରିବ ଲୋକଙ୍କୁ ସାହାଯ୍ୟ ସାହାଯ୍ୟ କରିଛି ତେବେ ଆପଣ ନଶ୍ଚିତ ଭାବେ ଉତ୍ତରରେ ସୋନୁ ସୁଦ୍ ଙ୍କ ନାମ ନେଇଥାନ୍ତ। କାରଣ ସେ ଦେବଦୂତ ସାଜି ଲୋକଙ୍କୁ ସାହାଯ୍ୟ କରିଛନ୍ତି। କିନ୍ତୁ ଯେତେବେଳେ ସୋନୁଙ୍କ ଘରେ ରେଡ଼ ପଡିଲା ସେତେବେଳେ ସମସ୍ତଙ୍କୁ ଲାଗିଲା ଯେ ଏହା କେନ୍ଦ୍ର ସରକାରଙ୍କ କାରନାମା ଅଟେ। କିନ୍ତୁ ଆୟକର ବିଭାଗ ଯାହା ଖୁଲାସା କରିଛି ଆପଣ ତାହା ଜାଣିବା ପରେ ବିଶ୍ୱାସ କରି ପାରିବେ ନାହିଁ ଯେ ସୋନୁ ସୁଦ୍ ଏଭଳି କାମ କରିଥିବେ। ତାଙ୍କ ଉପରେ ଅଲଗା ଅଲଗା ମାମଲା ଦାଖଲ କରାଯାଇଛି ଏବଂ କୋଟି କୋଟି ଟଙ୍କା ଫାଙ୍କିଛନ୍ତି।

ସାହାଯ୍ୟ ନାମରେ ସରକାରଙ୍କୁ ଧୋକା

ଲଗାତାର ୨ ଦିନ ଯାଞ୍ଚ ପରେ ଆୟକର ବିଭାଗ ସୋନୁଙ୍କ ଉପରେ ଆରୋପ ଲାଗେଇଥିଲେ ଯେ ସେ ନକଲି ବିଲ କରି ୬୫ କୋଟି ଟଙ୍କା ହେରାଫେରି କରିଛନ୍ତି। ତେବେ ଏହା ସେ ଲକ୍ଷ୍ନୌର ଏକ ଇନଫ୍ରାଷ୍ଟ୍ରକଚର ଗ୍ରୁପ୍ ସହ ଯୋଡି ହୋଇ ରହିଥିଲେ ଏବଂ ସେଠାରେ ତଲାସୀ ପରେ ୬୫ କୋଟି ଟଙ୍କାର ନେଣଦେଣ ହୋଇଥିବାର ଆୟକର ବିଭାଗ ଜାଣିବାକୁ ପାଇଥିଲା। ଜୟପୁର ସ୍ଥିତ ଏକ ଇନ୍‌ଫ୍ରା ଫାର୍ମ ସହ ୧୭୫ କୋଟି ଟଙ୍କାର ସର୍କୁଲାର ନେଣଦେଣ କରାଯାଇଥିବା ଆୟକର ଦାବି କରିଛି।

ସେହି ଲୋନ କେବେ ନିଆଯାଇ ନାହିଁ।

ସିବିଡିଟି ଅଭିଯୋଗ କରିଛି ଯେ ସୋନୁ ଏବଂ ତାଙ୍କ ସହ ଜଡିତ ଲକ୍ଷ୍ନୌର ଏକ ଇନଫ୍ରାଷ୍ଟ୍ରକଚର ଗ୍ରୁପ୍ ଏକ ସର୍ଭେରୁ ଜଣାପଡିଛି ଯେ ବିନା ହିସାବରେ ଅଗଣିତ ନକଲି ଅନୁଷ୍ଠାନରୁ ଅସୁରକ୍ଷିତ ଲୋନ ନେଇଥିବାର ଦେଖାଇଛନ୍ତି। ତେବେ ଏହା ୨୦ କୋଟିରୁ ଅଧିକ ରାଶି ଅଟେ।

ତେବେ ଆୟକର ବିଭାଗ ପକ୍ଷରୁ ସୂଚନା ମିଳିଛି ଯେ, ସୋନୁ ସୁଦ୍‌ ବିଦେଶୀ ଅନୁଦାନ ଆଇନ୍‌ ଫରେନ୍‌ କଣ୍ଟ୍ରିବ୍ୟୁସନ୍‌ ରେଗୁଲେସନ୍‌ ଆକ୍ଟ୍‌ ଉଲ୍ଲଂଘନ କରିଛନ୍ତି। ଲାଭରହିତ ସଂସ୍ଥାନ ‘ସୁଦ୍‌ ଚ୍ୟାରିଟି ଫାଉଣ୍ଡେସନ୍’ ମଧ୍ୟ ଗୋଟିଏ ‘କ୍ରାଉଡ୍‌ଫଣ୍ଡିଙ୍ଗ୍‌ ପ୍ଲାଟ୍‌ଫର୍ମ’ ଜରିଆରେ ବିଦେଶୀ ଋଣଦାତାଙ୍କ ଠାରୁ ୨.୧ କୋଟି ଟଙ୍କା ଯୋଗାଡ଼ କରିଛନ୍ତି। FCRA ଅଧୀନରେ, ବାହାରୁ ଆସୁଥିବା କୌଣସି ସାହାଯ୍ୟ ଦେଖାଇବାକୁ ପଡିଥାଏ। ଗୃହ ମନ୍ତ୍ରଣାଳୟ ନିଜେ ଏହି ନିୟମ ତିଆରି କରିଛନ୍ତି। ଯାହା ଫଳରେ ବାହାରୁ ଆସୁଥିବା ଅନୁଦାନ ଦେଶର କୌଣସି ଖରାପ କାର୍ଯ୍ୟରେ ବ୍ୟବହାର ନ କରାଯାଉ। କିନ୍ତୁ ଏହି ନିୟମ ମଧ୍ୟ ତାଙ୍କ ବିପକ୍ଷରେ ଯାଇଥିଲା।

ରାଶିର ବ୍ୟବହାର କରି ନାହାଁନ୍ତି ସୋନୁ ସୁଦ୍

ସୋନୁ ସୁଦ୍ ବିଭିନ୍ନ ସ୍ଥାନରୁ ପାଖାପାଖି ୨୦ କୋଟି ଟଙ୍କା ଅନୁଦାନ ହିସାବରେ ପାଇଥିଲେ। କିନ୍ତୁ ସେଥିମଧ୍ୟରୁ ସେ କେବଳ ୧.୯ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ବଡ଼ କଥା ଏହା ଯେ ସେ ଅନେକ ରିପୋର୍ଟ ଅଛି ଯାହାକୁ ନକଲି ରୂପେ ତିଆରି କରାଯାଇଥିଲା। ଆୟକର ବିଭାଗ ଆହୁରି ମଧ୍ୟ ଅଭିଯୋଗ କରିଛି ଯେ ଅନେକ ଭିନ୍ନ ଭିନ୍ନ ଆକାଉଣ୍ଟରେ ଟ୍ରାନ୍ସଫର କରାଯାଇଛି। ଏହାକୁ ଦେଖିବାକୁ ଗଲେ ତେବେ ଏହାର ଲାଭ କେବଳ ସୋନୁ ସୁଦ୍ ଙ୍କୁ ହେବ। ଯଦି ଏହି ଅଭିଯୋଗ ପ୍ରମାଣିତ ହୁଏ ତେବେ ସୋନୁ ସୁଦ ବଡ ଅସୁବିଧାରେ ପଡ଼ିପାରନ୍ତି।

କେଜ୍ରିୱାଲ ଙ୍କ ସମର୍ଥନ ମିଳିଥିଲା।

କିଛି ଦିନ ପୂର୍ବରୁ ସୋନୁ ସୂଦଙ୍କୁ ଦିଲ୍ଲୀ ସରକାର ସ୍କୁଲ ମେଣ୍ଟରସିପିର ବ୍ରାଣ୍ଡ ଆମ୍ବାସେଟର କରିଥିଲେ। ଗତ କିଛି ଦିନ ହେବ ଶୁଣିବାକୁ ମିଳୁଥିଲା ଯେ ସୋନୁ ସୂଦ “ଆମ ଆଦମୀ ପାର୍ଟି”ରେ ଯୋଗ ଦେବାକୁ ଯାଉଛନ୍ତି। ହେଲେ ଯେତେବେଳେ ସୋନୁଙ୍କ ବାସଭବନ ସମେତ ଅନ୍ୟାନ୍ୟ ସ୍ଥାନରେ ଚଢ଼ାଉ ହେଉଥିଲା ସେତେବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏନେଇ ଟୁଇଟ୍‌ କରିଥିଲେ। ସେ ଟ୍ୱିଟ୍‌ରେ କହିଥିଲେ, ‘ସତ୍ୟର ରାସ୍ତାରେ ଅନେକ ଅସୁବିଧା ଆସିବ, କିନ୍ତୁ ଶେଷରେ ସତ୍ୟର ହିଁ ବିଜୟ ହୋଇଥାଏ। ସେହିଭଳି ସୋନୁ ସୁଦଙ୍କ ଉପରେ ଭାରତର ଲକ୍ଷ ଲକ୍ଷ ପରିବାରର ଆଶୀର୍ବାଦ ରହିଛି, ଯେଉଁମାନଙ୍କୁ ସେ ତାଙ୍କ ଅସୁବିଧାରେ ସାହାଯ୍ୟ କରିଥିଲେ।

ସମ୍ପତ୍ତି ମାମଲାରୁ ଆରମ୍ଭରୁ ହୋଇଥିଲା ଯାଞ୍ଚ।

ଯେତେବେଳେ ଏହି ସର୍ଭେ କରାଯାଇଥିଲା, ରିପୋର୍ଟରେ ପ୍ରକାଶ ପାଇଲା ଯେ ସୋନୁ ସୁଦଙ୍କ ଅନ୍ୟ ସ୍ଥାନରେ ଲକ୍ନୌ ତାଙ୍କ ଦ୍ୱାରା କରାଯାଇଥିବା ବଡ ରିଅଲ୍ ଇଷ୍ଟେଟ୍ ଡିଲ୍ ରୁ ଯାଞ୍ଚ ଆରମ୍ଭ ହୋଇଥିଲା। ବର୍ତ୍ତମାନ ଆୟକର ବିଭାଗର ପ୍ରକାଶରୁ ଏହା ସ୍ପଷ୍ଟ ହୋଇଛି ଯେ ସେ ଯେଉଁ କମ୍ପାନୀ ସହିତ ଚୁକ୍ତି କରିଥିଲେ, ସେଠାରେ ଠକେଇ ମଧ୍ୟ ହୋଇଛି।

Leave a Reply

Your email address will not be published. Required fields are marked *