ମାଛ ଧରୁଥିଲେ ସାଙ୍ଗମାନେ, ହଠାତ୍ ପାଣି ଭିତରୁ ଆସିଲା ବିଶାଳକାୟ ଧଳାସାର୍କ ଏବଂ ତା’ପରେ ଯାହା ଘଟିଲା, ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ

ସୋସିଆଲ ମିଡିଆରେ ଏକ ବିଶାଳକାୟ ଧଳା ଶାର୍କର ଭିଡିଓ ଅଧିକ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖିବା ପରେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ। ଫ୍ଲୋରିଡାର ଟାମ୍ପା ଖାଡ଼ି ଜଳରେ ମାଛ ଧରିବାକୁ ଯାଇଥିବା ଏକ ବନ୍ଧୁଙ୍କ ଦ୍ୱାରା ଏହି ଭିଡିଓ ରେକର୍ଡ କରାଯାଇଥିଲା ଯେତେବେଳେ ହଠାତ୍ ଏକ ବିରାଟ ସାର୍କ ସେମାନଙ୍କ ନିକଟକୁ ଆସିଥିଲା।

मछली पकड़ रहे थे दोस्त, नीचे से आई शार्क और जबड़े से पकड़ ली नाव और फिर... देखें Shocking Video

ଏରିକା ଆଲମଣ୍ଡ ଫକ୍ସ 13 ଚମ୍ପା ବେ କୁ କହିଛନ୍ତି ଯେ ଏହା ନିଶ୍ୱାସକୁ ରୋକିଦେବାକୁ ଯାଉଥିଲା। ଯେତେବେଳେ ହଠାତ୍ ଏକ ବିରାଟ ସାର୍କ ଆସି ଆମ ଡଙ୍ଗାର ଏକ ଅଂଶକୁ କାଟିବାକୁ ଲାଗିଲା। ସେ କହିଥିଲେ, “ଏହା ଅସାମାନ୍ୟ ନୁହେଁ, ଯେତେବେଳେ ଆପଣ ମାଛ ଧରୁଛନ୍ତି, ଆପଣ ଆଶା କରୁଛନ୍ତି ଯେ ଏକ ସାର୍କ ଆସିପାରେ। କିନ୍ତୁ, ଏହା ଏକ ନିଆରା ଥିଲା, ଯେତେବେଳେ ପ୍ରାୟ ୧୪ରୁ ୧୬ଫୁଟ ବିଶିଷ୍ଟ ଏକ ବଡ଼ ଧଳା ସାର୍କ ହଠାତ୍ ଆମ ସାମ୍ନାକୁ ଆସିଲା। କିନ୍ତୁ ଆମେ ବିଶ୍ଵାସ କରିପାରୁ ନଥିଲୁ ଯେ ଆମେ କଣ ଦେଖୁଛେ।

ଡେଲି ମେଲ ରିପୋର୍ଟ ଅନୁସାରେ, ମିସ ଏଲମଣ୍ଡ ନିଜର ଡଙ୍ଗାରେ ଟାଇଲର ଲେଭେସ୍କେ, ପିଟର ଲମ୍ବୀ ଏବଂ ଗ୍ରେଚେନ୍ କୁପର୍ ନାମକ ବନ୍ଧୁମାନଙ୍କ ସହ “ଅଫଶୋର ଥେରାପି” ନାମକ ଏକ ଡଙ୍ଗାରେ ଥିଲେ। ଏହି ଭିଡିଓକୁ ମିସ୍ ଏଲମଣ୍ଡ ଫେସବୁକରେ ସେୟାର କରିଛନ୍ତି ଯେଉଁଥିରେ ଏକ ବଡ଼ ଧଳା ସାର୍କ ଡଙ୍ଗାର କିଛି ଅଂଶ କାଟୁଥିବାର ନଜର ଆସିଛନ୍ତି।

ଟାଇଲର ଲେଭେସ୍କ, ଯିଏ କି ଭାନର କ୍ୟାପଟେନ, ସେ ସାର୍କଙ୍କୁ ଡଙ୍ଗାଠାରୁ ଅନେକ ଥର ଦୂରେଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ଏହାପୂର୍ବରୁ ସାର୍କ ଡଙ୍ଗାରକିଛି ଅଂଶ କାମୁଡ଼ି ଦେଇଥିଲା।

ମିସ୍ ଏଲମଣ୍ଡ କହିଛନ୍ତି, ‘ଏହି ଦୃଶ୍ୟ ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଅଦ୍ଭୁତ ଥିଲା ଏବଂ ଆପଣଙ୍କୁ ଆଗରୁ କିଛି ବି ଜଣାନାହିଁ ଯେ ଆଗକୁ କଣ ଘଟିବାକୁ ଯାଉଛି।’

ଏଠାରେ କହିରଖୁଛୁ ଯେ ବିଶାଳ ଧଳା ସାର୍କ ହେଉଛି ପୃଥିବୀର ସବୁଠାରୁ ବଡ ଶିକାରକାରୀ ମାଛ। ସେମାନେ ଲମ୍ବାରେ୨୦ଫୁଟ ପର୍ଯ୍ୟନ୍ତ ବଢିପାରନ୍ତି।

Leave a Reply

Your email address will not be published. Required fields are marked *