ଆପଣଙ୍କ କାରକୁ ଆଜି ହିଁ କରନ୍ତୁ ଇଲେକ୍ଟ୍ରିକ କାର, ୭୪ପଇସାରେ ଚାଲିବ 1 KM

ପେଟ୍ରୋଲ ଏବଂ ଡିଜେଲର ବଢୁଥିବା ମୂଲ୍ୟରେ ଚିନ୍ତିତ ଲୋକମାନେ ଇଲେକ୍ଟ୍ରିକ ଗାଡ଼ି କିଣିବା ଆରମ୍ଭ କରି ଦେଇଛନ୍ତି। ଦେଶରେ ପ୍ରତି ମାସରେ ଇଲେକ୍ଟ୍ରିକାଲ ଯାନ ବିକ୍ରିର ଆକଳନ ବଢ଼ିବାରେ ଲାଗିଛି। ବର୍ଷ ୨୦୨୫ ପର୍ଯ୍ୟନ୍ତ ଟାଟାର ପାଖାପାଖି ବିକ୍ରିରେ ୨୫% ଗାଡ଼ି ଇଲେକ୍ଟ୍ରିକାଲ ହେବ। ହେଲେ ସାଧାରଣ ଲୋକଙ୍କ ପାଇଁ ଇଲେକ୍ଟ୍ରିକାଲ କାରର ସଉଦା ବର୍ତ୍ତମାନ ବହୁତ ମହଙ୍ଗା ଅଟେ। ଦେଶରେ ସବୁଠାରୁ ଅଧିକ ବିକ୍ରି କରୁଥିବା ଟାଟା ନେକ୍ସନ ଇବୀର ଏକ୍ସ-ଶୋରୁମର ମୂଲ୍ୟ ୧୪ଲକ୍ଷରୁ ଆରମ୍ଭ ହେଉଛି।

ଇଲେକ୍ଟ୍ରିକାଲ କାର ମହଙ୍ଗା ତ ଅଟେ କିନ୍ତୁ ସେଥିରୁ ବଞ୍ଚିବାର ଉପାୟ ମଧ୍ୟ ଅଛି। ଆପଣ ଆପଣଙ୍କ ପେଟ୍ରୋଲ କିମ୍ବା ଡିଜେଲର କାରକୁ ଇଲେକ୍ଟ୍ରିକାଲ କାରରେ ରୂପାନ୍ତର କରି ପାରିବେ। ଏହି କାମକୁ ଇଲେକ୍ଟ୍ରିକାଲ ଯାନ ପ୍ରସ୍ତୁତ କରୁଥିବା ଅନେକ ଗୁଡ଼ିଏ କଂପାନୀ ରହିଛି। ସେଠାରେ ପ୍ରସ୍ତୁତ କରା ଯାଉଥିବା ଇଲେକ୍ଟ୍ରିକାଲ କାର ଉପରେ ପୂରା ଓ୍ବାରେଣ୍ଟି ମଧ୍ୟ ଦେଉଛନ୍ତି। ଆସନ୍ତୁ ଜାଣିବା, ଏହି କାମରେ ଖର୍ଚ୍ଚ କେତେ ଆସୁଛି,କାରର ରେଞ୍ଜ କେତେ ହୋଇଥାଏ, ପେଟ୍ରୋଲ ତୁଳନାରେ ପ୍ରତିଦିନ କେତେ ଖର୍ଚ୍ଚ ଆସିବ ଏବଂ କେତେ ସମୟ ମଧ୍ୟରେ ଟଙ୍କାର ଭରଣ ହୋଇଯିବ।

କେମିତି ହେବ ରୂପାନ୍ତର?

ଏହି ପ୍ରକାରର କାମ କରୁଥିବା ଅଧିକାଂଶ କଂପାନୀ ହାଇଦ୍ରାବାଦରେ ଅଛି। ଏମାନଙ୍କ ମଧ୍ୟରେ ଇଟ୍ରାୟୋ ଏବଂ ନର୍ଥଓ୍ବେଏମଏସ ଦୁଇଟି ମୁଖ୍ୟ କଂପାନୀ ଅଟେ। ଏହି ଦୁଇଟି ଯାକ କଂପାନୀ କୈାଣସି ବି ପେଟ୍ରୋଲ କିମ୍ବା ଡିଜେଲର କାରକୁ ଇଲେକ୍ଟ୍ରିକାଲ କାରରେ ରୁପାନ୍ତର କରି ଦେଉଛନ୍ତି। ଆପଣ ବ୍ୟାଗନଆର,ଅଲ୍ଟୋ,ଡିଜାୟର,i10,ସ୍ପାର୍କ କିମ୍ବା ଅନ୍ୟ କୌଣସି ବି ପେଟ୍ରୋଲ କିମ୍ବା ଡିଜେଲ କାର ଇଲେକ୍ଟ୍ରିକାଲ କାରରେ ରୂପାନ୍ତର କରି ପାରିବେ। କାରରେ ବ୍ୟବହାର ହେଉଥିବା ଇଲେକ୍ଟ୍ରିକ କିଟ ପାଖାପାଖି ଏକାଭଳି ହୋଇଥାଏ। ହେଲେ ରେଞ୍ଜ ଏବଂ ପାଓ୍ବାର ବଢ଼ାଇବା ପାଇଁ ବ୍ୟାଟରୀ ଏବଂ ମୋଟରରେ ପାର୍ଥକ୍ୟ ଆସିପାରେ। ଏହି କଂପାନୀରୁ ଆପଣ ତାର ଅଫିସିଆଲ ଓ୍ବେବସାଇଟକୁ ଯାଇ ସଂପର୍କ କରି ପାରିବେ। ଏହି କଂପାନୀ ଇଲେକ୍ଟ୍ରିକାଲ କାର ବିକ୍ରି ମଧ୍ୟ କରୁଛନ୍ତି।

ରୂପାନ୍ତରରେ କେତେ ଖର୍ଚ୍ଚ ହେବ?

ବାସ୍ତବରେ କୈାଣସି ବି କାରକୁ ଇଲେକ୍ଟ୍ରିକାଲ କାରରେ ରୂପାନ୍ତର କରିବା ପାଇଁ ମଟୋର,କଣ୍ଟ୍ରୋଲର,ରୋଲର ଏବଂ ବ୍ୟାଟରୀର ବ୍ୟବହାର କରାଯାଇଥାଏ।କାରରେ ଆସୁଥିବା ଖର୍ଚ୍ଚ ଏହା କଥା ଉପରେ ନିର୍ଭର କରିଥାଏ କି ଆପଣ କେତେ କିଲୋଓ୍ବାଟର ବ୍ୟାଟେରୀ ଏବଂ କେତେ କିଲୋଓ୍ବାଟର ମୋଟର କାରରେ ଲଗାଇବା ପାଇଁ ଚାହୁଁଛନ୍ତି, କାରଣ ଏହି ଦୁଇଟି ଯାକ ପାର୍ଟ କାରର ପାଓ୍ବାର ଏବଂ ରେଞ୍ଜ ସହିତ ଯୋଡି ହୋଇ ରହିଥାଏ। ଯେମିତି, ପାଖାପାଖି ୨୦ କିଲୋଓ୍ବାଟର ଇଲେକ୍ଟ୍ରିକାଲ ମୋଟର ଏବଂ ୧୨ କିଲୋଓ୍ବାଟର ଲିଥିୟମ ଆୟନ ବ୍ୟାଟେରୀର ଖର୍ଚ୍ଚ ପାଖାପାଖି ୪ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇଥାଏ।ଏହି ଭଳି ଭାବରେ ଯଦି ବ୍ୟାଟେରୀ ୨୨ କିଲୋଓ୍ବାଟର ହେବ, ତାହେଲେ ଏହାର ଖର୍ଚ୍ଚ ପାଖାପାଖି ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆସିବ।

କେମିତି ରହିବ ମାଇଲେଜ?

କାରର ରେଞ୍ଜ ଏହି କଥା ଉପରେ ନିର୍ଭର କରିଥାଏ କି ସେଥିରେ କେତେ କିଲୋଓ୍ବାଟର ବ୍ୟାଟେରୀ ଲାଗିଛି। ଯେଉଁ କାରରେ ୧୨ କିଲୋଓ୍ବାଟର ଲିଥିୟମ ଆୟନ ବ୍ୟାଟେରୀ ଲଗା ଯାଇଛି ତାହେଲେ ତାହା ଫୁଲ ଚାର୍ଜ ହେବା ଦ୍ଵାରା ପାଖାପାଖି ୭୦ କିଲୋମିଟର ପର୍ଯ୍ୟନ୍ତ ଚାଲିବ। ସେଠାରେ, ଯଦି ୨୨ କିଲୋଓ୍ବାଟର ଲିଥିୟମ ଆୟନ ବ୍ୟାଟେରୀ ଲଗାଯାଇଛି ତାହେଲେ ରେଞ୍ଜ ବଢି ୧୫୦ କିମି ପର୍ଯ୍ୟନ୍ତ ହୋଇଯିବ। ହେଲେ,ରେଞ୍ଜ କମ କିମ୍ବା ଅଧିକ ହେବାରେ ମୋଟରର ଭୂମିକା ମଧ୍ୟ ରହିଛି। ଯଦି ମଟୋର ଅଧିକ ପାଓ୍ବାରଫୁଲ ହୋଇଥାଏ ତାହେଲେ କାରର ରେଞ୍ଜ କମ ହୋଇଯିବ।

ଫ୍ୟୁଲ କାରକୁ ଇଲେକ୍ଟ୍ରିକାଲ କାରରେ କେମିତି ପରିବର୍ତ୍ତିତ କରା ଯାଇଥାଏ?

ଯେତେବେଳେ ଏହି କଂପାନୀ କୈାଣସି ଫ୍ୟୁଲ କାରକୁ ଇଲେକ୍ଟ୍ରିକାଲ କାରରେ ରୂପାନ୍ତରିତ କରିଥାନ୍ତି ତାହେଲେ ପୁରୁଣା ସବୁ ମେକାନିକାଲ ପାର୍ଟ୍ସକୁ ବଦଳେଇ ଦିଆ ଯାଇଥାଏ। ଅର୍ଥାତ କାରର ଇଞ୍ଜିନ,ଫ୍ୟୁଲ ଟ୍ୟାଙ୍କ,ଇଞ୍ଜିନ ପର୍ଯ୍ୟନ୍ତ ପାଓ୍ବାର ପହଞ୍ଚିବା କେବଲ ଏବଂ ଅନ୍ୟ ପାର୍ଟ୍ସ ସହିତ ACର କନେକ୍ଶନକୁ ମଧ୍ୟ ଚେଞ୍ଜ କରା ଯାଇଥାଏ। ଏହିସବୁ ପାର୍ଟ୍ସକୁ ଇଲେକ୍ଟ୍ରିକାଲ ପାର୍ଟ୍ସରେ ଯେମିତି ମୋଟର, କଣ୍ଟ୍ରୋଲର,ରୋଲର,ବ୍ୟାଟରୀ ଏବଂ ଚାର୍ଜରରେ ବଦଳା ଯାଇଥାଏ।

ଏହି କାମରେ ପାଖାପାଖି ସାତ ଦିନର ସମୟ ଲାଗି ଯାଇଥାଏ।ସବୁ ପାର୍ଟ୍ସ କାରର ବୋନଟ ତଳେ ହିଁ ଫିକ୍ସ କରା ଯାଇଥାଏ। ସେଠାରେ, ବ୍ୟାଟେରୀର ଲେୟାର କାରର ଚେସିସ ଉପରେ ଫିକ୍ସ କରା ଯାଇଥାଏ।ବୁଟ ସ୍ପେସ ସଂପୂର୍ଣ୍ଣ ଭାବରେ ଖାଲି ରହିଥାଏ। ଏହି ପରି ଭାବରେ ଫ୍ୟୁଲ ଟ୍ୟାଙ୍କକୁ ହଟାଇ ତାର କ୍ୟାପ ଉପରେ ଚାର୍ଜିଙ୍ଗ ପଏଣ୍ଟ ଲଗା ଯାଇଥାଏ।କାରର ମଡେଲରେ କୈାଣସି ପ୍ରକାରର ପରିବର୍ତ୍ତନ କରାଯାଇ ନଥାଏ।

ପେଟ୍ରୋଲ ତୁଳନାରେ ଇଲେକ୍ଟ୍ରିକାଲ କାରରେ ହୋଇପାରିବ ସଞ୍ଚୟ

ଇଲେକ୍ଟ୍ରିକାଲ କାର ୭୪ପଇସାରେ ଏକ କିମି ପର୍ଯ୍ୟନ୍ତ ଚାଲିଥାଏ। ପେଟ୍ରୋଲ କିମ୍ବା ଡିଜେଲର କାରକୁ ଇଲେକ୍ଟ୍ରିକାଲ କାରରେ ପ୍ରସ୍ତୁତ କରିବାର ଏହି କଂପାନୀ ୫ବର୍ଷର ଓ୍ବାରେଣ୍ଟି ମଧ୍ୟ ଦେଉଛନ୍ତି। ଅର୍ଥାତ ଆପଣଙ୍କୁ କାରରେ ବ୍ୟବହାର ହେଉଥିବା କିଟ ଉପରେ କୈାଣସି ଅଧିକ ଖର୍ଚ୍ଚ କରିବା ପାଇଁ ପଡିବ ନାହିଁ। ସେହି, ବ୍ୟାଟେରୀ ଉପରେ କଂପାନୀ ୫ବର୍ଷର ଓ୍ବାରେଣ୍ଟି ଦେଇଥାନ୍ତି। ଅର୍ଥାତ ୫ବର୍ଷପରେ ଆପଣଙ୍କୁ ବ୍ୟାଟେରୀ ବଦଳେଇବାର ଆବଶ୍ୟକତା ପଡ଼ିବ। ସେଠାରେ, ପେଟ୍ରୋଲ କିମ୍ବା ଡିଜେଲ କାରରେ ଆପଣଙ୍କୁ ବର୍ଷକୁ ସର୍ଭିସର ଖର୍ଚ୍ଚ ମଧ୍ୟ କରିବା ପାଇଁ ପଡିବ।ଏହା ଆପଣଙ୍କୁ କିଟ ଏବଂ ସବୁ ପାର୍ଟ୍ସର ବ୍ୟାଟରୀ ସାର୍ଟିଫିକେଟ ମଧ୍ୟ ଦେଇଥାଏ। ଏହାକୁ ସରକାର ଏବଂ RTOଙ୍କ ଦ୍ଵାରା ଅନୁମତି ମିଳିଥାଏ।

Leave a Reply

Your email address will not be published. Required fields are marked *