ଘରର କେଉଁ ସ୍ଥାନରେ କଇଁଛକୁ ରଖିଲେ ଆପଣଙ୍କୁ ଶୁଭଫଳ ମିଳିବା ସହିତ ଧନର ବର୍ଷା ହେବ

ଆପଣ ଘରର କେଉଁ ସ୍ଥାନରେ କଇଁଛ ରଖିଲେ ଆପଣଙ୍କୁ ଶୁଭଫଳ ମିଳିଥାଏ। ଅଫିସରେ, ଦୋକାନରେ, ଯେଉଁଠି ରହୁଛନ୍ତି ସେଠାରେ କିଭଳି ଭାବେ ଏବଂ କେଉଁଠାରେ ଆପଣ କଇଁଛକୁ ରଖିଲେ ଆପଣଙ୍କୁ ଶୁଭଫଳ ଏବଂ ଲାଭଦାୟକ ହେବ ସେହି ବିଷୟରେ ଆସନ୍ତୁ ଜାଣିବା।

ଧର୍ମଶାସ୍ତ୍ର ଏବଂ ବାସ୍ତୁଶାସ୍ତ୍ରରେ କଇଁଛ ବିଷୟରେ କଣ କୁହାଯାଇଛି:-

ଘରେ କଇଁଛ କିମ୍ବା କଇଁଛର ମୂର୍ତ୍ତିକୁ ଘରେ ରଖିଲେ ଆପଣଙ୍କୁ ଅନେକ ଶୁଭଫଳ ମିଳିଥାଏ। ତେଣୁ ଯେଉଁଘରେ ଏହି କଇଁଛ ରହିଥାଏ, ସେହି ଘରେ ମାତା ଲଷ୍ମୀଙ୍କର ବାସ ହୋଇଥାଏ। କାରଣ କଇଁଛ ହେଉଛି ଭଗବାନ ବିଷ୍ଣୁଙ୍କର ଏକ ଅଭତାର। ସମୁଦ୍ର ମନ୍ଥନ ସମୟରେ ଭଗବାନ ବିଷ୍ଣୁ କଇଁଛର ରୂପ ଧାରଣ କରି ନିଜର ପିଠି ଉପରେ ମନ୍ଦରାଚଳ ପର୍ବତକୁ ସମ୍ଭାଳିଥିଲେ। ଏବଂ ଏହା ସହ ସମୁଦ୍ର ମନ୍ଥନର ସମସ୍ତ ସମସ୍ୟାକୁ ଦୁର କରିଥିଲେ। ତେଣୁ ଶାସ୍ତ୍ରରେ କୁହାଯାଇଛି, ଯେଉଁଘରେ କଇଁଛ ରହିଛି ସେହିଘରେ ମାତା ଲଷ୍ମୀଙ୍କ ସହ ଭଗବାନ ବିଷ୍ଣୁ ବାସ କରନ୍ତି।

କଇଁଛର ପ୍ରତିମାକୁ ଘରେ ରଖିଲେ ଆପଣଙ୍କୁ କଣ ଲାଭ ମିଳିଥାଏ:-

କଇଁଛ କିମ୍ବା କଇଁଛର ପ୍ରତିମାକୁ ଗୁରୁବାର ଦିନ ଘରକୁ ଆଣିଲେ ଶୁଭଫଳ ମିଳିଥାଏ। ଆପଣ ଘରେ ରଖିଥିବା କଇଁଛକୁ ଖାଦ୍ୟ ଦେଇ ତା’ର ଯତ୍ନ ନେବା ଦରକାର। କାରଣ ସିଏ ଯେଭଳି ଭାବେ ବଡ଼ିବ ସେହିପରି ଆପଣଙ୍କ ଜୀବନରେ ଥିବା ଦୁଃଖ କଷ୍ଟ ଧୀରେ ଧୀରେ କମିଯିବ ଏବଂ ଧନ ସମ୍ପତ୍ତିରେ ଘର ପରିପୂର୍ଣ୍ଣ ହୋଇଯିବ।

କିନ୍ତୁ ସମସ୍ତେ ଏହି କାମକୁ କରିବା ପାଇଁ ସକ୍ଷମ ହେଇପାରିବେ ନାହିଁ। ତେଣୁ ଆପଣ କଇଁଛର ପ୍ରତିମାକୁ ନିଜଘରେ, ଦୋକାନରେ, ଅଫିସରେ ରଖିପାରିବେ। ଯାହାଦ୍ୱାରା ଆପଣଙ୍କୁ ଶୁଭଫଳ ମିଳିବ। ଯେପରି ଜୀବନ୍ତ କଇଁଛକୁ ରଖିଲେ ଶୁଭଫଳ ମିଳିଥାଏ।

କେହି କେହି ଲୋକ ପାଖରେ ରଖିଛନ୍ତି କଇଁଛ:-

ଆପଣ ଦେଖିଥିବେ କେତେକ ଅଫିସରେ, ଘରେ, ଦୋକାନରେ ରଖିଛନ୍ତି କଇଁଛ। ସେମାନେ ଏହାକୁ ଖୁସିରେ ରଖନ୍ତି ନାହିଁ। ବାସ୍ତୁଶାସ୍ତ୍ର ଅନୁସାରେ ଏହାକୁ ରଖିଥାଆନ୍ତି ନିଜ ପାଖରେ। ଏହି କଇଁଛ ବିଭିନ୍ନ ପ୍ରକାରର ଆକାର ଓ ଭିନ୍ନ ପ୍ରକାରର ଧାତୁରେ ମିଳିଥାଏ।

କଇଁଛକୁ ରଖିବେ କେଉଁଠି:-

ଆପଣ କଇଁଛକୁ ଉତ୍ତର ଦିଗ, ପୂର୍ବ ଦିଗ ଓ ଉତ୍ତର-ପୂର୍ବ କୋଣ, ଐଶାନ୍ୟ ଦିଗରେ ରଖିପାରିବେ। ଏହା ଯେକୋୖଣସି ଧାତୁର ହୋଇଥିଲେ ଆପଣ ଏହାକୁ ଘରେ ଦୋକାନରେ ଅଫିସରେ ରଖିପାରିବେ। ଏହାକୁ କେବେବି ପ୍ରମୁଖଦ୍ୱାର ପଟକୁ ମୁହଁକରି ରଖିବେ ନାହିଁ।

କଇଁଛକୁ ପାତ୍ରରେ ରଖିବେ କିପରି:-

କଇଁଛକୁ ଆପଣ ଯେଉଁ ପାତ୍ରରେ ରଖିବେ ସେଥିରେ ଅଳ୍ପପାଣି ଦେଇ ରଖିବେ। ଯେପରି କଇଁଛ ଅଧାବୁଡ଼ିକରି ରହିବ। ଏବଂ ପ୍ରତିଦିନ ପାଣି ବଦଳାଇବା ଦରକାର। ଯଦି ଆପଣ କଇଁଛକୁ ଶୟନ କକ୍ଷରେ ରଖିଛନ୍ତି, ତେବେ ସେଥିରେ ପାଣି ଦିଅନ୍ତୁ ନାହିଁ। ବରଂ ପ୍ରତିଦିନ କପଡ଼ାରେ ପୋଛିଦେବେ। ଏହାଦ୍ୱାରା ଆପଣଙ୍କୁ ଅନେକ ଲାଭ ହେବ।

ପ୍ରଥମ ଦିନ ଆପଣ ଅନଲାଇନରେ କିମ୍ବା ଦୋକାନରୁ କଇଁଛ ଓ ତାହାର ପାତ୍ର କିଣିଆଣିବେ। ସେହିଦିନ ତାହାକୁ ଗଙ୍ଗା ଜଳରେ ଧୋଇଦେବେ। ପରେ ଧୂପ, ଦୀପ, ଫୁଲ ଦେଇ ବିଧିବଦ୍ଧ ଭାବେ ରଖିବା ଦରକାର।

ଘରେ କେଉଁ ଧାତୁର କଇଁଛ ରଖିଲେ ଭଲ ହୋଇଥାଏ:-

ବାସ୍ତୁଶାସ୍ତ୍ର ଅନୁସାରେ ସମସ୍ତ ପ୍ରକାର ଧାତୁର କଇଁଛ ରଖିଲେ ଆପଣଙ୍କୁ ଭଲ ଫଳ ମିଳିଥାଏ। ଏବଂ ସମସ୍ତ ପ୍ରକାରର କଇଁଛମାନେ ନକାରାତ୍ମକ ଶକ୍ତିକୁ ଦୁର କରି ସକାରାତ୍ମକ ଶକ୍ତି ଦେବାରେ ସକ୍ଷମ ରଖିଥାଆନ୍ତି। ଏହାକୁ ରଖିଲେ। ଆପଣଙ୍କ ଘରେ ଶାନ୍ତି ରହିବା ସହ ଧନ ସମ୍ପତ୍ତିରେ ଉନ୍ନତି ହୋଇଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ଆପଣଙ୍କ ଘରେ କଇଁଛ ରଖିଲେ ଘରର ସଦସ୍ୟମାନଙ୍କର ଆୟୁଷ ବଡ଼ିଥାଏ। ଏବଂ ଆପଣଙ୍କୁ ଶୁଭଫଳ ମଧ୍ୟ ମିଳିଥାଏ। ତେଣୁ ଆପଣ ଘରେ, ଦୋକାନରେ, ଅଫିସରେ ରଖିଲେ ଲାଭଦାୟକ ହୋଇଥାଏ।

କେଉଁ ଧାତୁର କଇଁଛ କେଉଁ ଫଳ ଦେଇଥାଏ:-

୧. ସନ୍ତାନ ପ୍ରାପ୍ତି:- ଯାହାର ପିଲା ଜନ୍ମ ହେଉନଥିବ, କିମ୍ବା ସନ୍ତାନ ପ୍ରାପ୍ତିରେ ବିଳମ୍ବ ହେଉଥିବ। ସେମାନଙ୍କ ପାଇଁ ଏହି ପ୍ରକାରର କଇଁଛ ଆବଶ୍ୟକ ହୋଇଥାଏ। କଇଁଛ ପିଠି ଉପରେ ଛୁଆ କଇଁଛ ରହିଥିବ, ସେହିଭଳି ପ୍ରକାରର କଇଁଛ ଘରେ ରଖିଲେ ସନ୍ତାନ ପ୍ରାପ୍ତରେ ଶ୍ରେଷ୍ଠ ହୋଇଥାଏ। ଯେଉଁ ଦମ୍ପତ୍ତି ସନ୍ତାନ ପ୍ରାପ୍ତିରୁ ବଞ୍ଚିତ ସେମାନେ ଏହି ପ୍ରକାରର କଇଁଛକୁ ନିଜର ଶୟନ କକ୍ଷରେ ରଖିବା ଦରକାର।

୨. ଧନ ପ୍ରାପ୍ତି:- ଯେଉଁ ବ୍ୟକ୍ତି ସମସ୍ତ ଚେଷ୍ଟାକଲା ପରେ ମଧ୍ୟ ଧନର ସମସ୍ୟା ଲାଗିରହି ଥାଏ, ସେହି ବ୍ୟକ୍ତି କ୍ରିଷ୍ଟାଲ ଧାତୁର ପାତ୍ରରେ କିଛି ପାଣି ସହ କଇଁଛକୁ ନେଇ ଘରେ, ଅଫିସରେ, ଦୋକାନରେ କିମ୍ବା ସିନ୍ଦୁକ ଉପରେ ରଖିପାରିବେ। ଏହା କରିବା ଦ୍ୱାରା ଆପଣଙ୍କର ଧନ ସମ୍ପତ୍ତି ରେ ବୃଦ୍ଧି ହେବ।

୩. ବ୍ୟବସାୟରେ ଉନ୍ନତି:- ଆପଣଙ୍କ ବ୍ୟବସାୟରେ କିମ୍ବା ଅଫିସରେ ବାରମ୍ବାର କ୍ଷତି ହୋଉଥିଲେ, ଆପଣ ତାହାକୁ ଦୁରକରିବା ପାଇଁ ମେଟାଲର ପାତ୍ରରେ କିଛି ପାଣି ସହ ମେଟାଲର କଇଁଛକୁ ରଖିବା ଦରକାର। ଏହା ଦ୍ୱାରା ଆପଣଙ୍କ କରଜ ସହ କ୍ଷତି ମଧ୍ୟ ଦୁରାହୋଇଯିବ। ଆପଣଙ୍କ ଘରେ ସୁଖ ସମୃଦ୍ଧି ବଡ଼ି ଚାଲିବ।

୪. ରୋଗରୁ ମୁକ୍ତି:- ଯଦି ଘରେ ପ୍ରତିଦିନ ଘରର ସଦସ୍ୟ କେହି ରୋଗଗ୍ରସ୍ତ ହେଉଛନ୍ତି। ତେବେ ଆପଣ ନିଜ ଘରେ ଏକ ମାଟିର କଇଁଛ ଆଣି ରଖନ୍ତୁ। ଏହା ଫଳରେ ଆପଣଙ୍କୁ ଶୁଭଫଳ ସହ ଲାଭ ମିଳିଥାଏ।

୫. ନୂତନ ବ୍ୟବସାୟ ଆରମ୍ଭ କରିବା:- ଆପଣ ଯଦି କୌଣସି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି, ତେବେ ଆପଣ ଏକ ରୁପାର ପାତ୍ରରେ କିଛି ପାଣିସହ ରୁପାର କଇଁଛକୁ ରଖିଲେ ଲାଭଦାୟକ ହୋଇଥାଏ। ଆପଣଙ୍କ ଘରେ ସୁଖ ସମୃଦ୍ଧି ଲାଗି ରହିବ।

୬.ପରୀକ୍ଷାରେ ସଫଳତା ପାଇବା:- ଆଜିକାଲି ପିଲାମାନେ ଓ ବଡ଼ମାନେ ପରୀକ୍ଷା ଦେଇ ପ୍ରମୋସନ ପାଇବାକୁ ଚାହୁଁଛନ୍ତି। ସେମାନେ ଘରେ ପିତ୍ତଳର ପାତ୍ରରେ କିଛି ପାଣି ନେଇ ପିତ୍ତଳର କଇଁଛ ଘରେ ରଖିବା ଦରକାର। ଏହାଦ୍ଵାରା ଆପଣଙ୍କୁ ଶୁଭଫଳ ମିଳିବ।

୭. କଳହ ନ ହେବା:- ଘରେ କୋୖଣସି କାରଣରୁ ଯଦି ପ୍ରତିଦିନ ଝଗଡ଼ା ହଉଥାଏ। ତେବେ ଆପଣ ଯୋଡ଼ା କଇଁଛ ଘରେ ଆଣି ରଖନ୍ତୁ। ଆପଣଙ୍କ ସମସ୍ତ ସମସ୍ୟା ଦୂର ହୋଇଯିବ।

Leave a Reply

Your email address will not be published. Required fields are marked *