ଦେଖନ୍ତୁ video: ମଝି ରାସ୍ତାରେ ‘ଗଜରାଜ’କୁ ଲାଗିଥିଲା ରାଗ, ଟ୍ରକ ଉପରେ କରିଥିଲା ଜୋରଦାର ହମଲା, ପୁଣି ଯାହା ହୋଇଥିଲା ଭିଡିଓ ଦେଖି ‘ଡରି’ ଯିବେ ଆପଣ

ହାତୀକୁ ଦେଖି ଟ୍ରକ ଡ୍ରାଇଭର ନିଜ ଗତି କମ କରି ନେଇଥିଲେ ଏବଂ ତାକୁ ହଟେଇବା ପାଇଁ ବାରମ୍ବାର ହର୍ନ ବଜେଇଥିଲେ। କିନ୍ତୁ, ହାତୀର ଏହି କଥା ହଜମ ହୋଇନଥିଲା ଏବଂ ସେ ଟ୍ରକ ପାଖରେ ପହଞ୍ଚି ଯାଇଥିଲା।ଏହାପରେ ଟ୍ରକକୁ ହାତୀ ନିଜ ମୁଣ୍ଡରେ ଜୋରଦାର ଧକ୍କା ମାରିଥିଲା।

ସୋସିଆଲ ମିଡ଼ିଆ ଆଜିର ସମୟରେ ଏମିତି ମାଧ୍ୟମ ହୋଇଯାଇଛି, ଯେଉଁଠାରେ ଆମକୁ ଅନେକ ଗୁଡ଼ିଏ କଥା ଦେଖିବାକୁ ମିଳି ଯାଇଥାଏ। ଏମାନଙ୍କ ମଧ୍ୟରୁ କିଛି କଥା ମଜାଦାର ହୋଇଥାଏ,ତ କିଛି ଆଶ୍ଚର୍ଯ୍ୟ କରିବା ଭଳି ହୋଇଥାଏ। ମନୁଷ୍ୟ ଠାରୁ ନେଇ ଜୀବଜନ୍ତୁମାନଙ୍କ ପର୍ଯ୍ୟନ୍ତ ଏଥିରେ ସାମିଲ ଅଟନ୍ତି। ଗୋଟିଏ ଏମିତି ହିଁ ମଜାଦାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଲୋକମାନଙ୍କ ମନୋରଞ୍ଜନ କରାଉଛି। ହେଲେ, ଏହି ଭିଡିଓକୁ ଦେଖିବା ପରେ ଲୋକମାନଙ୍କୁ ଅଳ୍ପ ପରିମାଣର ଆଶ୍ଚର୍ଯ୍ୟ ମଧ୍ୟ ଲାଗୁଛି। କାରଣ, ଏହି ଭିଡିଓରେ ଗୋଟିଏ ହାତୀ ଏବଂ ଗୋଟିଏ ଟ୍ରକର ସାମ୍ନାସାମ୍ନି ହେଉଛି।

ଏହାତ ଆମେ ସମସ୍ତେ ଦେଖିଛେ ଏବଂ ଶୁଣିଛେ କି ହାତୀ କେତେ ବିଶାଳକାୟ ଜୀବ ଅଟେ।ହାତୀକୁ ଦେଖି ମନୁଷ୍ୟ ତ ମନୁଷ୍ୟ ବଡ଼-ବଡ଼ ପଶୁମାନେ ମଧ୍ୟ ଦୂରକୁ ଯାଇ ଛିଡ଼ା ହୁଅନ୍ତି। କାରଣ, ବେଳେବେଳେ ହାତୀ ଏତେ ଭୟଙ୍କର ହୋଇ ଯାଇଥାଏ, ଯାହାଠାରୁ ବଞ୍ଚିବା କାହାପାଇଁ ସହଜ ନୁହେଁ। ବର୍ତମାନ ଏହି ଭିଡିଓକୁ ହିଁ ଦେଖି ନିଅନ୍ତୁ, ଗୋଟିଏ ସୁନସାନ ରାସ୍ତା ଉପରେ ଗୋଟିଏ ହାତୀ ମସ୍ତିରେ ଚାଲୁଥିଲା। ସେଠାରେ, ସାମ୍ନାରୁ ଗୋଟିଏ ଟ୍ରକ ଆସୁଥିଲା। ହାତୀକୁ ଦେଖି ଟ୍ରକ ଡ୍ରାଇଭର ନିଜ ଗତି କମ କରି ନେଇଥିଲେ ଏବଂ ତାକୁ ହଟେଇବା ପାଇଁ ବାରମ୍ବାର ହର୍ନ ବଜେଇଥିଲେ। କିନ୍ତୁ, ହାତୀର ଏହି କଥା ହଜମ ହୋଇନଥିଲା ଏବଂ ସେ ଟ୍ରକ ପାଖରେ ପହଞ୍ଚି ଯାଇଥିଲା।ଏହାପରେ ଟ୍ରକକୁ ହାତୀ ନିଜ ମୁଣ୍ଡରେ ଜୋରଦାର ଧକ୍କା ମାରିଥିଲା।ଏମିତି ଲାଗିଥାଏ ଯେମିତି ସେ ଆଜି ଟ୍ରକକୁ ପକେଇକି ହିଁ ରହିବ। କିନ୍ତୁ, ତାର ମୁଡ ବଦଳି ଯାଇଥାଏ ଏବଂ ଜଙ୍ଗଲ ଆଡ଼କୁ ଚାଲି ଯାଇଥାଏ।ତ ସବୁଠାରୁ ପ୍ରଥମେ ଆପଣ ଏହି ଭିଡିଓକୁ ଦେଖନ୍ତୁ…

‘ଭିଡିଓ ଦେଖି ଭୟ-ଭୀତ ହୋଇଗଲେ ଲୋକମାନେ’

ଏହି ଭିଡିଓକୁ ଦେଖିବା ପରେ ଗୋଟିଏ ମୂହୁର୍ତ୍ତ ପାଇଁ ଆପଣ ମଧ୍ୟ ନିଶ୍ଚିତ ଭୟଭୀତ ହୋଇଯିବେ। ଟୁଇଟରରେ ଏହି ଭିଡିଓକୁ ଇଣ୍ଡିଆନ ଫରେଷ୍ଟ ସର୍ଭିସର ଅଧିକାରୀ ସୁଶାନ୍ତ ନନ୍ଦା ଶେୟାର କରିଛନ୍ତି। ବର୍ତମାନ ଏହି ଭିଡିଓ ଜୋରରେ ଭାଇରାଲ ହେଉଛି। ଖବର ଲେଖା ଯିବା ପର୍ଯ୍ୟନ୍ତ ଏହି ଭିଡିଓକୁ ପାଖାପାଖି ୧୦ହଜାର ଲୋକ ଦେଖି ସାରିଛନ୍ତି। ସେଠାରେ, ଏହି ଭିଡିଓ ଉପରେ ୟୁଜର୍ସ ଲଗାତର କମେଣ୍ଟ ମଧ୍ୟ କରୁଛନ୍ତି। ତ ଆସନ୍ତୁ, ଦେଖିବା ଏହି ଭିଡିଓ ଉପରେ ଲୋକମାନେ କ’ଣ କ’ଣ ସବୁ କହିଛନ୍ତି?

Leave a Reply

Your email address will not be published. Required fields are marked *