ସେହି ଭ-ୟାନକ ମହା-ପ୍ରଳୟ ଯେଉଁଥିରେ ହୋଇଥିଲା ହଜାର ହଜାର ମୃ-ତ୍ୟୁ, ଲା-ଶ-ମାନଙ୍କର ଲାଗିଥିଲା ଧାଡ଼ି.. ଗୋଟିଏ ‘ଚମତ୍କାର’ରେ ବଞ୍ଚି ଯାଇଥିଲା ଶିବ ମନ୍ଦିର

ଡେରାଡୁନ: ଉତ୍ତରାଖଣ୍ଡରେ ରବିବାର ଦିନ ଗ୍ଲେଶିୟର ଭାଙ୍ଗିବା ଦ୍ବାରା ଚମୋଲୀ ଜିଲ୍ଲାରେ ବନ୍ୟା ଆସି ଯାଇଥିଲା। ଏହାପରେ ଧୌଲିଗଙ୍ଗା ନଦୀର ଜଳସ୍ତର ହଠାତ ବଢି ଯାଇଥିଲା। ଯେଉଁଥିରେ ୧୫୦ ରୁ ୨୦୦ ଲୋକ ମ-ରି ଯାଇଥିବାର ଆ-ଶଙ୍କା କରାଯାଇଛି। ଏହି ପ୍ରାକୃତିକ ବି-ପର୍ଯ୍ୟୟ ୧୭ଜୁନ ୨୦୧୩ ଭଳି ବାତ୍ୟାକୁ ମନେ ପକାଇ ଦେଇଥାଏ। ଯେଉଁଥିରେ ପାଖାପାଖି ୧୦ହଜାର ଲୋକ ଭାସି ଯାଇଥିଲେ। ଏହି ଘ-ଟଣା ଏତେ ଭୟା-ନକ ଥିଲା କି ଆଜି ମଧ୍ୟ ଲୋକମାନେ କଷ୍ଟ ଭୁଲି ପାରିନାହାନ୍ତି। କେତେ ଲୋକଙ୍କର କହିବା କଥା ହେଉଛି କି ଏମିତି ଭ-ୟଙ୍କର ପରିସ୍ଥିତି ସେମାନେ ପୂରା ଜୀବନରେ କେବେବି ଦେଖି ନାହାନ୍ତି। ଯେଉଁଠାର ଚାରିଆଡ଼େ କେବଳ ପାଣି ହିଁ ପାଣି ନଜର ଆସୁଥିଲା ଏବଂ ଲୋକମାନେ ଆବର୍ଜନା ଭଳି ଭାସି ଯାଉଥିଲେ। ସେହି ସମୟରେ ପାଖାପାଖି ୫ହଜାର ଗାଁରେ କ୍ଷତି ପହଁଞ୍ଚିଥିଲା। କିନ୍ତୁ ସେହି ସମୟରେ ଏକ ଚମତ୍କାର ମଧ୍ୟ ଲୋକମାନେ ଦେଖିଥିଲେ। ଏଠାରେ କେବଳ କେଦାରନାଥଙ୍କ ମନ୍ଦିର ହିଁ ବଞ୍ଚିଥିଲା। ବାକି ସବୁକିଛି ଭାସି ଯାଇଥିଲା।

୧୧ହଜାର ଫୁଟ ଉଞ୍ଚାରେ ତିଆରି ହୋଇଥିଲା ମନ୍ଦିର

କେଦାରନାଥ ହିମାଳୟ ପର୍ବତ କ୍ଷେତ୍ରର ଅଟେ। ଏହା ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲାରେ ଆସିଥାଏ। କେଦାରନାଥ ୧୨ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଗୋଟିଏ ଅଟେ ଏବଂ ସବୁଠାରୁ ଅଧିକ ଉଚ୍ଚତା ଉପରେ ଅବସ୍ଥିତ ଅଟେ। କେଦାରନାଥର ଉଚ୍ଚତା ସମୁଦ୍ର ତଳଠାରୁ ୧୧ହଜାର ୮୦୦ଫୁଟ ଅଟେ। ଏଠାର ଆଖପାଖରେ କୈାଣସି ଗଛବୃଚ୍ଛ ନାହିଁ। ଚାରିଆଡ଼େ କେବଳ ପର୍ବତ ଏବଂ ନଦୀ ଏବଂ ହ୍ରଦ ଅଛି।

କିଛି ସମୟ ମଧ୍ୟରେ ଆସି ଯାଇଥିଲା ପ୍ରଳୟ

ଜୁନର ଦ୍ଵିତୀୟ ସପ୍ତାହରେ ଉତ୍ତରାଖଣ୍ଡରେ ବହୁତ ବର୍ଷା ହୋଇଥିଲା। କିନ୍ତୁ ଆରମ୍ଭର ଦୁଇଦିନ ପର୍ଯ୍ୟନ୍ତ ରୁଦ୍ରପ୍ରୟାଗରେ ସାମାନ୍ୟ ବର୍ଷା ହୋଇଥିଲା। କିନ୍ତୁ ୧୬ଜୁନରେ ୮୯ମିମୀ ବର୍ଷା ହୋଇଥିଲା।୧୬ ଜୁନର ସଂନ୍ଧ୍ୟାକୁ ପରିସ୍ଥିତି ବଦଳିବାକୁ ଲାଗିଥିଲା। କିଛି ଘଣ୍ଟାରେ ହିଁ କେଦାରନାଥ ମନ୍ଦିର ପାଣିରେ ପୂରା ବୁଡି ଯାଇଥିଲା। ଏଠାର ବିଜୁଳି ପାୱାର ହାଉସ ମଧ୍ୟ ଫେଲ ହୋଇ ଯାଇଥିଲା। ବହୁତ ଜୋର ବର୍ଷାରେ ସ୍ଥାନ ସ୍ଥାନରେ ଭୂସ୍ଖଳନ ହେବାକୁ ଲାଗିଥିଲା। ପୋଲ- ସଡ଼କ ଭାସି ଯାଇଥିଲା।

ଏମିତି ଖେଳି ଯାଇଥିଲା ବିଧ୍ୱଂସ

୧୭ଜୁନରେ ଲଗାତର ବର୍ଷା ହେବା କାରଣରୁ ନଦୀଗୁଡିକ ଉତ୍ଥାନକୁ ଆସି ଯାଇଥିଲା। ମନ୍ଦାକିନୀ ନଦୀ ମଧ୍ୟ ବିପଦ ମଧ୍ୟଦେଇ ବହିବାକୁ ଲାଗିଥିଲା। ମନ୍ଦିର ଆଡ଼କୁ ପାଣି ମାଡିହେବା ଦ୍ଵାରା କାଦୁଅ, ଆବର୍ଜନା ପଶି ଯାଇଥିଲା। ଏହାଦ୍ଵାରା ବିଧ୍ୱଂସ ଖେଳି ଯାଇଥିଲା।

ତେବେଳେ ଫାଟି ଯାଇଥିଲା ବାଦଲ

ଉତ୍ତରାଖଣ୍ଡ ସରକାର ମୁତାବକ,୧୪ଜୁନ ରୁ ୧୮ଜୁନ ପର୍ଯ୍ୟନ୍ତ ଏଠାରେ ସାଢ଼େ ୩ହଜାର ମିମୀରୁ ଅଧିକ ବର୍ଷା ହୋଇଥିଲା। ଏତେ ବର୍ଷା ଜୁନରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ମୌସୁମୀ ପିରିୟଡରେ ମଧ୍ୟ ହୋଇନଥିଲା।

ଏମିତି ହୋଇଥିଲା ସେହି ଚମତ୍କାର

କେଦାରନାଥ ମନ୍ଦିରର ତୀର୍ଥ ପୁରୋହିତ ସମାଜ ସମିତିର ଅଧ୍ୟକ୍ଷ ପଣ୍ଡିତ ବିନୋଦ ଶୁକ୍ଳା ମଧ୍ୟ ଦୁ-ର୍ଘଟଣା ସମୟରେ ମନ୍ଦିରରେ ଥିଲେ। ସେ କହିଥିଲେ କି ୧୭ଜୁନରେ ମନ୍ଦାକିନୀ ନଦୀ ବୁମରେ ଥିଲା। ନଦୀର ପ୍ରବାହ ଏତେ ପ୍ରଖର ଥିଲା କି ବଡ଼ବଡ଼ ଚଟାଣ ବୋହି ଆସିଥିଲା। ଅଳ୍ପ ସମୟରେ ହିଁ କେଦାରନାଥର ପୁରା କ୍ଷେତ୍ର ବିଧ୍ୱଂସ ହୋଇ ଯାଇଥିଲା।

ଏଠାର ଘର ହୋଟେଲ ଏବଂ ଧର୍ମଶାଳାଗୁଡିକ ସବୁ ନଷ୍ଟ ହୋଇଯାଇଥିଲା। ହେଲେ, ହଜାର ବର୍ଷ ପୁରୁଣା ଏହି ମନ୍ଦିରର କିଛି କ୍ଷତି ହୋଇନଥିଲା। ଲୋକମାନେ ଏହାକୁ ଚମତ୍କାର ବୋଲି ମାନିଥାନ୍ତି।

ଶୁକ୍ଲାଙ୍କ ମୁତାବକ ବନ୍ୟାରେ ପାଣି ମନ୍ଦିର ଆଡ଼କୁ ବଢି ଯାଇଥିଲା। କିନ୍ତୁ ସେହି ସମୟରେ ଏକ ବଡ଼ ଚଟାଣ ମନ୍ଦିର ସାମ୍ନାକୁ ଆସି ଯାଇଥିଲା। ଏହି ଚଟାଣ କାରଣରୁ ନଦୀର ପାଣି ଦୁଇ ଭାଗରେ ବାଣ୍ଟି ହୋଇଯାଇଥିଲା। ଏହାଦ୍ଵାରା ମନ୍ଦିରର ପାଣି ଦୁଇ ଭାଗରେ ବାଣ୍ଟି ହୋଇଯାଇଥିଲା।

ଲୋକମାନେ ଏହାକୁ କେଦାରନାଥଙ୍କ ଚମତ୍କାର ବୋଲି କହିଛନ୍ତି। ଏଠାର ପ୍ରଳୟରେ ମନ୍ଦିରକୁ ଛାଡ଼ି ପୂରା କ୍ଷେତ୍ର ବିଧ୍ୱଂସ ହୋଇ ଯାଇଥିଲା।

Leave a Reply

Your email address will not be published. Required fields are marked *