ଆସୁଛି ଗୋପାଷ୍ଟମୀ, ଏହି ଦିନ କରାଯାଏ ଗାଈଙ୍କ ପୂଜା, ଜାଣନ୍ତୁ ଏହି ଉତ୍ସବର ମହତ୍ତ୍ଵ

ଉଜ୍ଜୟିନୀ: କାର୍ତ୍ତିକ ମାସର ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ଗୋପାଷ୍ଟମୀ ମହୋତ୍ସବ ପାଳନ କରାଯାଏ। ଏହି ବର୍ଷ ଏହିପର୍ବ ୨୨ ନଭେମ୍ବର ରବିବାର ଦିନ । ମାନ୍ୟତା ଅନୁସାରେ, କାର୍ତ୍ତିକ ଶୁକ୍ଳ ପ୍ରତିପଦା କୁ ନେଇ ସପ୍ତମୀ ପର୍ଯ୍ୟନ୍ତ ଭଗବାନ ଶ୍ରୀକୃଷ୍ଣ ତାଙ୍କ ଆଙ୍ଗୁଠି ଉପରେ ଗୋବର୍ଦ୍ଧନ ପର୍ବତ ଧାରଣ କରିଥିଲେ।ଅଷ୍ଟମ ଦିନ ଇନ୍ଦ୍ର ଅହଂକାରରହିତ ହୋଇ ଶ୍ରୀକୃଷ୍ଣଙ୍କ ସରଣକୁ ଆସିଥିଲେ ତଥା କ୍ଷମା ମାଗିଥିଲେ। ସେହିଦିନ ଠାରୁ କାର୍ତ୍ତିକ ଶୁକ୍ଳ ଅଷ୍ଟମୀକୁ ଗୋପାଷ୍ଟମୀ ଉତ୍ସବ ମନାଯାଉଅଛି।

ଏମିତି ପାଳନ କରାଯାଏ ଏହି ଉତ୍ସବ:

1- ରବିବାର ସକାଳୁ ଉଠି ଗାଈକୁ ଘରୋଇ ଦିଆଯାଏ।ଗନ୍ଧ-ପୁଷ୍ପ ଆଦି ଦେଇ ଗାଈଙ୍କ ପୂଜା କରାଯାଏ ତଥା ବାଛୁରୀ ମାନଙ୍କୁ ଉପହାର ଆଦି ଦେଇ ସେମାନଙ୍କର ବି ପୂଜା କରାଯାଏ। 2-ଗାଈଙ୍କୁ ସଜାଇବା, ଭୋଜନ କରାଇବା ତଥା ସେମାନଙ୍କ ପରିକ୍ରମା କରାଇବା ଏବଂ ଅଳ୍ପ ଦୂର ପର୍ଯ୍ୟନ୍ତ ସେମାନଙ୍କ ସାଥିରେ ଯିବା। ସନ୍ଧ୍ୟାକୁ ଯେତେବେଳେ ଗାଈ ଚାଲିକରି ପୁଣିଥରେ ଆସିବେ ତ ସେମାନଙ୍କର ପଂଚୋପଚାର ପୂଜା କରି କିଛି ଖାଇବାକୁ ଦିଆଯାଏ| 3- ଏହି ପ୍ରକାର ପୂଜା କରିବା ପରେ ଗାଈଙ୍କ ଚରଣର ମାଟିକୁ ମସ୍ତକରେ ଲଗାଯାଇଥାଏ। ଏମିତି କରିବା ଦ୍ଵାରା ସୌଭାଗ୍ୟ ବୃଦ୍ଧି ହୋଇଥାଏ।

ଏଥିପାଇଁ ଗାଈଙ୍କୁ ମାନିଥାନ୍ତି ପବିତ୍ର..

1- ଶ୍ରୀମଦ୍ଭାଗବଦ୍ ଅନୁସାରେ, ଯେବେ ଦେବତା ଏବଂ ଅସୁର ମାନେ ସମୁଦ୍ର ମନ୍ଥନ କରୁଥିଲେ ତ ସେଥିରୁ କାମଧେନୁ ବାହାରି ଥିଲେ। ପବିତ୍ର ହେବା କାରଣରୁ ଏହାକୁ ଋଷିମାନେ ତାଙ୍କ ପାଖରେ ରଖିନେଲେ। ମନାଯାଉଛି କି କାମଧେନୁ ଠାରୁ ଅନ୍ୟ ଗାଈମାନଙ୍କର ଉତ୍ପତ୍ତି ହୋଇଛି। 2- ଧର୍ମ ଗ୍ରନ୍ଥରେ ବି ଏହା କୁହାଯାଇଛି କି ଗାଈଙ୍କ ଦେହରେ ସବୁ ଦେବତା ବାସ କରନ୍ତି। ଗାଈଙ୍କ ପୂଜା କରିବା ଦ୍ଵାରା ସବୁ ଦେବତାଙ୍କ ପୂଜା ଆପେଆପେ ହୋଇଯାଏ। 3- ଶ୍ରୀମଦ୍ ଭାଗବତ ଅନୁସାରେ, ଭଗବାନ୍ ଶ୍ରୀକୃଷ୍ଣ ବି ଗାଈଙ୍କ ସେବା କରୁଥିଲେ। ଶ୍ରୀକୃଷ୍ଣ ସବୁଦିନ ସକାଳୁ ଗାଈଙ୍କ ପୂଜା କରୁଥିଲେ ଏବଂ ବ୍ରାହ୍ମଣଙ୍କୁ ଗୋଦାନ କରୁଥିଲେ।

4- ମହାଭାରତ ଅନୁସାରେ, ଗାଈର ଗୋବର ଏବଂ ମୂତ୍ର ରେ ଦେବୀ ଲକ୍ଷ୍ମୀ ବାସ କରନ୍ତି ଏଥିପାଇଁ ଏହି ଦୁଇ ବସ୍ତୁର ଉପଯୋଗ ଶୁଭ କାମରେ କରାଯାଏ। 5- ବୈଜ୍ଞାନିକ ମାନେ ବି ମାନନ୍ତି ଯେ ଗୋମୂତ୍ରରୁ ବହୁତ ଉପଯୋଗୀ ତତ୍ତ୍ୱ ମିଳିଥାଏ, ଯାହାଦ୍ଵାରା ସେମାନେ ବେମାରୀ ମାନଙ୍କର ଉପଚାର କରିବା ସମ୍ଭବ ହୋଇଥାଏ। 6- ଗାଈର କ୍ଷୀର, ଘିଅ ଆଦି ଦ୍ରବ୍ୟ ବି ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ବିଶେଷ ଅବସରରେ ବ୍ରାହ୍ମଣ ମାନଙ୍କୁ ଗାଈ ଦାନ କରିବା ପରମ୍ପରା ଏବେବି ଅଛି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *