ସବୁଜ ରଙ୍ଗର ଅଣ୍ଡା କେଶର ଦେଖିଛନ୍ତି? ଜାଣନ୍ତୁ ଭାରତର କେଉଁ ସ୍ଥାନରେ କୁକୁଡ଼ା ଏଭଳି ଅଣ୍ଡା ଦେଉଛନ୍ତି

ବର୍ତ୍ତମାନ ସମୟରେ ଦୁନିଆରେ ଅଦ୍ଭୁତ ଘଟଣା ଘଟିବାରେ ଲାଗିଛି। ଆପଣ ନା କେବେ ଆଗରୁ ଦେଖିଥିବେ ନାହିଁ ଆପଣ କେବେ ସେ ବିଷୟରେ ଶୁଣିଥିବେ। ସେହିଭଳି ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି। ଯାହା ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିଦେଉଛି। ଆମେ ଆପଣଙ୍କୁ ଜଣାଇ ଦେଉଛୁ ଯେ ଏଥିରେ ଆଶ୍ଚଯ୍ୟ ହେବାର କିଛି ନାହିଁ। କେରଳର ଜଣେ ବ୍ୟକ୍ତି ଏଭଳି କୁକୁଡ଼ା ରଖିଛନ୍ତି ଯେଉଁମାନେ ସବୁଜ ରଙ୍ଗର ଅଣ୍ଡା କେଶର ଦେଉଛନ୍ତି। ସୋସିଆଲ ମିଡ଼ିଆରେ କେରଳର ଏକ କୁକୁଡ଼ା ଫାର୍ମ ର ଏକ ଭିଡ଼ିଓ ଭାଇରାଲ ହେଉଛି।

ଏହି ଭିଡ଼ିଓରେ ଆପଣ ଦେଖିବାକୁ ପାଇବେ ଯେ ଏହି ଫାର୍ମରେ ରହୁଥିବା କୁକୁଡ଼ା ଗୁଡିକ ଯେଉଁ ଅଣ୍ଡା ଦେଉଛନ୍ତି ସେଥିରେ ବାହାରୁଥିବା କେଶର ରଙ୍ଗ ସବୁଜ ଅଟେ। ଶାହାବୁଦ୍ଦିନ ଏହି କୁକୁଡ଼ା ଫାର୍ମର ମାଲିକ ଅଟନ୍ତି। ଯିଏ କେରଳର ମଲାପୁରମରେ ରୁହନ୍ତି। ତାଙ୍କ କୁକୁଡ଼ା ଫାର୍ମରେ ସମୁଦାୟ ୭ଟି କୁକୁଡ଼ା ଅଛି ଏବଂ ଏମାନେ ଦେଉଥିବା ଅଣ୍ଡାରୁ ସବୁଜ ରଙ୍ଗର କେଶର ବାହାରୁଛି।

ବିଶେଷ କଥା ହେଉଛି ଏହି ଅଣ୍ଡାର କେଶର ସବୁଜ ରଙ୍ଗର ହୋଇଥିଲେ ମଧ୍ୟ ସ୍ୱାଦରେ କୌଣସି ପାର୍ଥକ୍ୟ ନାହିଁ। ଅନ୍ୟ ଅଣ୍ଡା ଗୁଡିକର କେଶରର ସ୍ୱାଦ ଯେପରି ଲାଗେ ଏହି ଅଣ୍ଡାର କେଶରର ସ୍ୱାଦ ମଧ୍ୟ ଠିକ ସେହିପରି ଲାଗିଥାଏ। ଏଭଳି ଅଣ୍ଡା ଦେଖି ବିଶେଷଜ୍ଞମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କେରଳ ପ୍ରାଣୀ ଚିକିତ୍ସା ଏବଂ ପ୍ରାଣୀ ବିଜ୍ଞାନ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ଶାହାବୁଦ୍ଦିନଙ୍କ କୁକୁଡ଼ା ଫାର୍ମରେ ପହଞ୍ଚିଥିଲେ। ସେଠାରୁ ସେମାନେ କୁକୁଡ଼ା ଏବଂ ଅଣ୍ଡା କୁ ଅଧ୍ୟୟନ କରିବା ପାଇଁ ନେଇଥିଲେ। ଅନୁଧ୍ୟାନ କରିବା ପରେ ବିଶେଷଜ୍ଞ କହିଛନ୍ତି ଯେ ଅଣ୍ଡାର କେଶର ସବୁଜ ହେବା ପଛରେ କୌଣସି ଜିନ ଗତ ତ୍ରୁଟି ନାହିଁ ବରଂ ଦିଆଯାଉଥିବା ଖାଦ୍ୟ ଯୋଗୁଁ ଏପରି ଘଟିଛି।

କାରଣ ଅଧ୍ୟୟନ ସମୟରେ ଯେତେବେଳେ ଏହି କୁକୁଡ଼ାମାନଙ୍କୁ ଅଲଗା ଖାଦ୍ୟ ଦିଆଯାଇଥିଲା ସେତେବେଳେ କୁକୁଡ଼ା ଦେଉଥିବା ଅଣ୍ଡାର କେଶର ରଙ୍ଗ ହଳଦିଆ ହିଁ ଥିଲା। ଶାହାବୁଦ୍ଦିନଙ୍କ କହିବା ଅନୁସାରେ ଏହି କୁକୁଡ଼ାମାନେ ତାଙ୍କ ଘର ପଛରେ ବଢୁଥିବା ଘାସ ହିଁ ଖାଆନ୍ତି। ଏହି ଅଦ୍ଭୁତ ଅଣ୍ଡା ପାଇଁ ଶାହାବୁଦ୍ଦିନଙ୍କ ପାଖରେ ଲୋକମାନଙ୍କ ଲମ୍ବା ଲାଇନ ଲାଗିଛି।

Leave a Reply

Your email address will not be published. Required fields are marked *