ବର ନିଜର ବିବାହରେ ହିଁ ବଜାଇଲେ ବ୍ୟାଣ୍ଡ , ଦେଖି ଆଶ୍ଚର୍ଯ୍ୟ ହୋଇଗଲା କନିଆଁ, IPS କହିଲେ – ‘ ଆତ୍ମନିର୍ଭର ବର ‘

ସୋସିଆଲ ମିଡିଆରେ ବିବାହର ଏକ ଭିଡ଼ିଓ ଭାଇରଲ ହେଉଛି । ଯାହାକୁ ଦେଖି ଆପଣ ମଧ୍ୟ ହସି ହସି ବେଦମ ହୋଇଯିବେ । ବର ନିଜ ବିବାହରେ ହିଁ ବ୍ୟାଣ୍ଡ ବଜାଇବାର ନଜର ଆସିଛି । ବିବାହ ବସ୍ତ୍ରରେ ଯେଉଁ ଭଳି ଭାବରେ ସେ ବ୍ୟାଣ୍ଡ ବଜାଉଥିଲା ତାହାକୁ କନିଆ ମଧ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଛି । ଆଇପୀଏସ ଅଫିସର ରୂପୀନ ଶର୍ମା ଏହି ଭିଡ଼ିଓ କୁ ସେୟାର କରିଛନ୍ତି ଏବଂ ମଜାଦାର କ୍ୟାପଶନ ଦେଇଛନ୍ତି ।

ଭିଡ଼ିଓ ରେ ଦେଖା ଯାଇ ପାରିବ ଯେ ବର କନିଆ ବାହାରେ ଛିଡ଼ା ହୋଇଛନ୍ତି । ବର ବେକରେ ବ୍ୟାଣ୍ଡ ଟଙ୍ଗେଇ ଥିବାର ନଜର ଆସିଛି ଏବଂ ସେ ଷ୍ଟିକ ରେ ବଜାଇବାର ମଧ୍ୟ ଦେଖା ଯାଇଛି । ତାଙ୍କ ପାଖରେ ହିଁ ସ୍ପିକର ଲଗାଯାଇଛି । ଯେଉଁଥିରେ ମ୍ୟୁଜିକ ଚାଲିଛି । କହିରଖୁଛୁ ଯେ କରୋନା ଭୂତାଣୁ କାରଣରୁ କମ ଲୋକଙ୍କ ମଧ୍ୟରେ ବିବାହ କରିବାକୁ ଅନୁରୋଧ କରାଯାଇଛି । ତେଣୁ ଏହି ସମୟରେ ଏହି ଭିଡ଼ିଓ ଭାଇରଲ ହେଉଛି ।

ଆଇପିଏସ ଅଫିସର ରୂପୀନ ଶର୍ମା ଭିଡ଼ିଓ ସେୟାର କରି କ୍ୟାପଶନ ଲେଖିଛନ୍ତି , ‘ ଆତ୍ମ-ନିର୍ଭର ବର ‘ ।

ଏହି ଭିଡ଼ିଓ କୁ ସେ ମଇ ୧୨ ସକାଳ ସମୟରେ ସେୟାର କରିଛନ୍ତି । ଭିଡ଼ିଓ କୁ ଶହେ ଲକ୍ଷରୁ ଅଧିକ ଭିଉଜ ହୋଇ ସାରିଛି ଏବଂ ଲୋକେ ଏହାକୁ ଖୁବ ପସନ୍ଦ କରୁଛନ୍ତି । କମେଣ୍ଟ ସେ-କ୍ସ-ନ ରେ ୟୁଜର ମାନେ ମଜାଦାର ପ୍ରତିକ୍ରିୟା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *