ଟାଇଗର ଶ୍ରଫଙ୍କ ଗୀତରେ ରେଷ୍ଟୁରାଣ୍ଟର ୱେଟର କରିଲେ ଚମତ୍କାର ଡ୍ୟାନ୍ସ, ହ୍ବିଶିଲ୍ ମାରିବାକୁ ଲାଗିଥିଲେ ଲୋକମାନେ-ଦେଖନ୍ତୁ ଭିଡିଓ

ଗୁଆହାଟୀର ଏକ ରେଷ୍ଟୁରାଣ୍ଟରେ ଜଣେ ଯୁବ ୱେଟରଙ୍କ ଭାଇ-ରାଲ ଭିଡିଓ ବର୍ତ୍ତମାନ ନେଟିଜେନଙ୍କ ଦୃଷ୍ଟି ଆକର୍ଷଣ କରୁଛି । ୱେଟର ଜଣକ ଏକ ଚମତ୍କାର ଶୈଳୀରେ ଟାଇଗର ଶ୍ରଫ୍ ଙ୍କ ଗୀତରେ ନୃତ୍ୟ ପରିବେଷଣ କରିଥିଲେ ।

ଗୁଆହାଟୀର ଏକ ରେଷ୍ଟୁରାଣ୍ଟରେ ଜଣେ ଯୁବ ୱେଟରଙ୍କ ଭାଇ-ରାଲ ଭିଡିଓ ବର୍ତ୍ତମାନ ନେଟିଜେନଙ୍କ ଦୃଷ୍ଟି ଆକର୍ଷଣ କରୁଛି । ୱେଟର ଜଣକ ଏକ ଚମତ୍କାର ଶୈଳୀରେ ଟାଇଗର ଶ୍ରଫ୍ ଙ୍କ ଗୀତରେ ନୃତ୍ୟ ପରିବେଷଣ କରିଥିଲେ । ସୋସିଆଲ ମିଡିଆରେ ଭିଡିଓ ଦୃତ ଗତିରେ ଭାଇ-ରାଲ ହେବାରେ ଲାଗିଛି । ତାଙ୍କ ମୁଭ୍ ଗୁଡିକ ଦେଖି ଆପଣ ମଧ୍ୟ ସୁରଜିତ୍ ତ୍ରିପୁରାଙ୍କ ପ୍ରତିଭାର ପ୍ରଶଂସକ ହେଇଯିବେ । ଏହି ଭିଡିଓକୁ ଜଣେ ମହିଳା ଫେସବୁକରେ ସେୟାର କରିଛନ୍ତି, ଯାହା ଅତ୍ୟନ୍ତ ଲୋକପ୍ରିୟ ହେବାକୁ ଲାଗିଛି ।

ସୁରଜିତ୍, ଟାଇଗର ଶ୍ରଫଙ୍କ ଫିଲ୍ମ ବାଗିର ଏକ ଗୀତରେ ନାଚିଛନ୍ତି । ଭିଡିଓରେ ଏହା ସ୍ପଷ୍ଟ ଦେଖାଯାଉଛି ଯେ ଲୋକମାନେ ରେଷ୍ଟୁରାଣ୍ଟରେ ବସିଛନ୍ତି ଏବଂ ସେ ସେମାନଙ୍କ ସାମ୍ନାରେ ଛିଡା ହୋଇ ନାଚୁଛନ୍ତି । ସେ ମଝିରେ ମଝିରେ ସ୍ଲୋ ମୋସନ୍ ଷ୍ଟେପସ୍ ଏବଂ ରୋବଟ୍ ଡ୍ୟାନ୍ସ ମଧ୍ୟ କରୁଛନ୍ତି । ଲୋକମାନେ ତାଙ୍କର ଡ୍ୟାନ୍ସ ଷ୍ଟେପସ୍ ଦେଖି ଆଶ୍ଚର୍ଯ୍ୟ ହୋଇ ହ୍ୱିଶିଲ୍ ମାରିବାକୁ ବାଧ୍ୟ ହୁଅନ୍ତି ।

ଫେବୃଆରୀ 6 ରେ ସୋନାଲି କୃଷ୍ଣା ଏହି ଭିଡିଓକୁ ଫେସବୁକରେ ସେୟାର କରିଥିଲେ । ସେ କ୍ୟାପସନରେ ଲେଖିଛନ୍ତି, ‘ଆଜି ଗୁଆହାଟୀରେ, ଆମକୁ ବିସ୍ମିତ କରିଥିବାରୁ ସୁରଜିତ ତ୍ରିପୁରାଙ୍କୁ ଧନ୍ୟବାଦ … ଆପଣ ଉତ୍ତମ ପ୍ରଦର୍ଶନ କରିଛନ୍ତି ।’

ସମ୍ପୂର୍ଣ୍ଣ ଭିଡିଓ ଦେଖିବାକୁ ଏଠାରେ କ୍ଲିକ୍ କରନ୍ତୁ

ଏହି ଭିଡିଓକୁ ବହୁତ ପସନ୍ଦ କରାଯାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହାକୁ 80 ହଜାରରୁ ଅଧିକ ଥର ଦେଖାଯାଇଛି । ଆହୁରି ମଧ୍ୟ, ଏକ ହଜାରରୁ ଅଧିକ ଲାଇକ୍ ଏବଂ ଅନେକ କମେଣ୍ଟ ଆସିଛି ।

ଏହା ତାଙ୍କର ପ୍ରଥମ ଥର ନୁହେଁ ବରଂ ଅନେକ ଥର ସେ ରେଷ୍ଟୁରାଣ୍ଟରେ ଲୋକଙ୍କ ସାମ୍ନାରେ ନାଚିଛନ୍ତି । କିନ୍ତୁ ଏହି ଭିଡିଓ ବର୍ତ୍ତମାନ ଭାଇ-ରାଲ ହେବାରେ ଲାଗିଛି । ଲୋକଙ୍କୁ ମନୋରଞ୍ଜନ କରିବା ସହିତ ସେ ନିଜ ପ୍ରତିଭାକୁ ମଧ୍ୟ ଲୋକମାନଙ୍କ ନିକଟରେ ପହଞ୍ଚାଉଛନ୍ତି ।

Leave a Reply

Your email address will not be published. Required fields are marked *