ଭଗବାନଙ୍କୁ ଖୁସି କରାଇବା ପାଇଁ ନିଜ ବେକ କାଟି ଦେଲେ ଭକ୍ତ, ଯିଏ ଦେଖିଲେ ଏହି ଭୟାନକ ଦୃଶ୍ୟ କରିବାକୁ ଲାଗିଲେ ଚିତ୍କାର

ଉତ୍ତରପ୍ରଦେଶରେ ଆସ୍ଥା ନାଁରେ ବଳି ଚଢ଼ିବାର ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି | ଯେଉଁଠାରେ ଜଣେ ଭକ୍ତ ଅଷ୍ଟମୀ ଦିନ ରାତିରେ ନିଜର ବେକ କାଟି ଭଗବାନ ଶିବଙ୍କୁ ଚଢ଼ିବାର ଚେଷ୍ଟା କରିଥିଲେ | ତାଙ୍କର ଚିତ୍କାରର ସ୍ୱର ଶୁଣି ଯେତେବେଳେ ଲୋକ ସେଠାରେ ପହଞ୍ଚିଲେ ସେତେବେଳେ ସେ ରକ୍ତରେ ଜୁଡ଼ୁବୁଡ଼ୁ ହୋଇ ଶିବଲିଙ୍ଗ ସାମ୍ନାରେ ପଡ଼ିଥିଲେ | କୌଣସି ପ୍ରକାରରେ ଲୋକମାନେ ତାଙ୍କୁ ହସ୍ପିଟାଲ ପହଞ୍ଚିଥିଲେ | ଯେଉଁଠାରେ ବର୍ତ୍ତମାନ ତାଙ୍କର ସ୍ଥିତି ଗମ୍ଭୀର ରହିଛି |

ଭଗବାନଙ୍କୁ ଖୁସି କରାଇବା ପାଇଁ କାଟିଦେଲେ ନିଜ ବେକ:

ବାସ୍ତବରେ ହୃଦୟ ବିଦାରକ ଏହି ଘଟଣା ହମୀପୁର ଜିଲ୍ଲାର ବେରୀ ଗାଁରେ ଘଟିଛି | ଯେଉଁଠାରେ ୪୯ ବର୍ଷର ରୁକ୍ମିଣୀ ବିଶ୍ୱକର୍ମା ବେତାଵ ନଦୀ କୂଳରେ ପ୍ରାଚିନ୍ନ କୋଟେଶ୍ୱର ମନ୍ଦିରରେ ଶନିବାର ଦିନ ରାତିରେ ନିଜର ବେକକୁ ଛୁରୀରେ କାଟିବାକୁ ଲାଗିଥିଲା | ଯୁବକ ଜଣକ ଦୁଇ ତିନି ଥର ଛୁରୀ ମାରିବା ମାତ୍ରେ ଚିତ୍କାର କରି ତଳେ ପଡି ଯାଇଥିଲେ | ପୁଣି କିଛି ସମୟ ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବେହଶ ହୋଇଯାଇଥିଲେ | ତେବେ ଯୁବକ ଜଣଙ୍କ ଭଗବାନଙ୍କୁ ଖୁଶି କରାଇବା ପାଇଁ ନିଜ ବେକ କାଟି ବଳି ଦେବାକୁ ଚାହୁଁଥିଲେ |

ତାନ୍ତ୍ରିକ ସିଦ୍ଧି ପାଇଁ ଉଠାଇଥିଲେ ଏପରି ପଦକ୍ଷେପ :

ସୂଚନାଯୋଗ୍ୟ ଯେ, ଯୁବକ ଜଣକ ଯେଉଁ ସମୟରେ ଭଗବାନଙ୍କୁ ନିଜର ବଳି ଦେବାକୁ ଚେଷ୍ଟା କଲେ ସେହି ସମୟରେ ମନ୍ଦିର ପରିସରରେ ବହୁତ ପରିମାଣରେ ଲୋକ ଉପସ୍ଥିତ ଥିଲେ | ଘଟଣାର ସୂଚନ ଦେଇ ପୋଲିସ ଅଧ୍ୟକ୍ଷକ ନରେନ୍ଦ୍ର କୁମାର ସିଂହ କହିଥିଲେ ଯେ, ଯୁବକ ଜଣକ ଅନ୍ଧବିଶ୍ୱାସରେ ପଡି ତାନ୍ତ୍ରିକ ସିଦ୍ଧି ପାଇଁ ଏପରି ପଦକ୍ଷେପ ଉଠାଇଥିଲେ | ତେବେ ବର୍ତ୍ତମାନ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ତାଙ୍କର ସ୍ଥିତି ଗମ୍ଭୀର ରହିଛି |

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *