ଯେତେବେଳେ ବାପା ଅମିତାଭ ବଚ୍ଚନଙ୍କ ଏହି ହିରୋଇନଙ୍କୁ ହୃଦୟ ଦେଇ ବସିଥିଲେ, ପୁଅ ଅଭିଷେକ ସାଙ୍ଗରେ ଶୋଇବାକୁ କରିଥିଲେ ଜିଦ

ଏତେ ସମୟ ପରେ ମଧ୍ୟ କରୋନାର ଆତଙ୍କ ବର୍ତ୍ତମାନ ମଧ୍ୟ କମ ହେବାର ନାମ ନେଉ ନାହିଁ | ଅନେକ ଲୋକ ବର୍ତ୍ତମାନ ମଧ୍ୟ ଏହି ଭାଇରସ କବଳରେ ଆସୁଛନ୍ତି ଏବଂ ଅନେକ ମୃତ୍ୟୁ ମୁହଁରେ ଯାଇସାରିଛନ୍ତି | ସାଧାରଣ ଲୋକଙ୍କ ପରି ବର୍ତ୍ତମାନ ମଧ୍ୟ ଅନେକ ବଲିଉଡ ସେଲିବ୍ରେଟି ଅଛନ୍ତି ଯେଉଁମାନେ ଘରୁ ବହୁତ କମ ବାହାରକୁ ବାହାରୁଛନ୍ତି | ଏମିତିରେ ସେଲିବ୍ରେଟି ମାନେ ସୋସିଆଲ ମିଡିଆରେ ବହୁତ ସକ୍ରିୟ ରହୁଛନ୍ତି | କେବଳ ଏତିକି ନୁହେଁ ସେଲିବ୍ରେଟିଙ୍କ ସହ ଜଡିତ ଅନେକ କାହାଣୀ ଏବଂ ଘଟଣା, ଫୋଟୋ ଏବଂ ଭିଡିଓ ଗୁଡିକ ସୋସିଆଲ ମିଡ଼ିଆରେ ଭାଇରଲ ହେଉଛି | ଏଥିମଧ୍ୟରେ ଅଭିଷେକ ବଚ୍ଚନଙ୍କ ସହ ଜଡିତ ଏକ ମଜାଦାର କାହାଣୀ ଭାଇରଏଲ ହେଉଛି | ଏହି କାହାଣୀ ତାଙ୍କ ପିତା ଅମିତାଭ ବଚ୍ଚନଙ୍କ ଫିଲ୍ମ ମହାନର ଶୁଟିଂ ଏବଂ ଅଭିନେତ୍ରୀ ଜୀନତ ଅମାନଙ୍କ ସହ ଯୋଡି ରହିଛି |

ଅଭିଷେକ ବଚ୍ଚନଙ୍କର ଆଫେୟାର ବଲିଉଡରେ ଅନେକ ଅଭିନେତ୍ରୀଙ୍କ ସହିତ ରହିଥିଲା, କିନ୍ତୁ ଯେଉଁ ଅଭିନେତ୍ରୀଙ୍କ ସହିତ ତାଙ୍କୁ ପ୍ରଥମେ ପ୍ରେମ ହୋଇଥିଲା ସେହି ଅଭିନେତ୍ରୀ ତାଙ୍କ ପିତାଙ୍କ ହିରୋଇନ ଜୀନତ ଅମାନ ଥିଲେ | ଏହା ସେସମୟର କଥା ଅଟେ ଯେତେବେଳେ ମାତ୍ର ୭ ବର୍ଷ ବୟସର ହୋଇଥିଲେ | ତାଙ୍କ ପିତା ଅମିତାଭ, ଜୀନତଙ୍କ ସହିତ ୧୯୮୩ ମସିହାରେ ମହାନର ଶୁଟିଂ କରୁଥିଲେ | ଫିଲ୍ମର ଶୁଟିଂ ପାଖପାଖି ପୁରା ହୋଇଯାଇ ସାରିଥିଲା ଏବଂ ଶେଷ ସେଡ୍ୟୁଲ ବାକି ରହିଥିଲା |

ବନ୍ଧୁତା ଏତେ ଗମ୍ଭୀର ହୋଇଯାଇଥିଲା ଯେ ଅଭିଷେକ ସମସ୍ତ ସମୟ ଜୀନତ ଅମାନଙ୍କ ସହିତ ହିଁ ବିତାଉଥିଲେ, ତାଙ୍କ ସହିତ ହିଁ ଖେଳୁଥିଲେ | ଦିନେ ଫିଲ୍ମର ଗୀତ “ପ୍ୟାର ମେ ଦିଲ ପେ ମାର ଦେ ଗୋଲି..”ର ଶୁଟିଂ ସମୟରେ ସେ ଅମିତାଭଙ୍କ ପାଖକୁ ଆସୁଥିଲେ ଆଉ କେତେବେଳେ ଦୌଡ଼ି ଯାଇ ହଇରାଣ କରୁଥିଲେ |

ଗୀତରେ ଫିଲ୍ମ ଏହି ଦୃଶ୍ୟକୁ ଦେଖି ଛୋଟ ଅଭିଷେକଙ୍କୁ ବହୁତ ମଜା ଆସୁଥିଲା | ଗୀତରେ ଏକ ସ୍ଥିତି ଏପରି ମଧ୍ୟ ଥିଲା ଯେତେବେଳେ ଅମିତାଭ, ଜୀନତଙ୍କୁ ନକଲି ଗୁଳି ମାରୁଛନ୍ତି | ଜୀନତ ଗୁଳି ଲାଗିବା ପରେ ମରିବାର ଅଭିନୟ କରୁଛନ୍ତି | ଜୀନତଙ୍କୁ ମରିଯାଉଥିବାର ଦେଖି ଅଭିଷେକ ଚିନ୍ତିତ ହେବାକୁ ଲାଗିଯାନ୍ତି |

ସେହି ଦିନ ଶୁଟିଂ ପାକଅପ କରିବା ପରେ ଛୋଟ ଅଭିଷେକ ଏକ ଜିଦ ଧରି ବସିଥିଲେ | ପ୍ୟାକଅପ ପରେ ସବୁ ଲୋକ ହୋଟେଲ ପହଞ୍ଚନ୍ତି ଏବଂ ଡିନର କରିବା ପାଇଁ ଏକାଠି ହୁଅନ୍ତି | ଡିନର ପରେ ଜୀନତ ଯେତେବେଳେ ଯିବାକୁ ଲାଗିଲେ ସେତେବେଳେ ଅଭିଷେକ ପଚାରିଲେ – ଆପଣ କେଉଁଠିକୁ ଯାଉଛନ୍ତି ? ଜୀନତ କହିଲେ- ସକାଳୁ ଶୁଟିଂ ଅଛି ଶୀଘ୍ର ଉଠିବାକୁ ପଡିବ ସେଥିପାଇଁ ଠିକ ସମୟରେ ଶୋଇବାକୁ ପଡିବ | ଏହାର ଉତ୍ତରରେ ଅଭଷେକ ପଚାରନ୍ତି ଯେ- କଣ ମୁଁ ଆପଣଙ୍କ ସହିତ ଶୋଇ ପାରିବି କି ?

ଅଭିଷେକଙ୍କ କଥା ଶୁଣି ଜୀନତ କୁହନ୍ତି ଯେ- ବର୍ତ୍ତମାନ ତୁମେ ବହୁତ ଛୋଟ ଅଛ ଏବଂ ଛୋଟ ପିଲାଙ୍କୁ ନିଜ ମାଆ ବାପାଙ୍କ ସହିତ ଶୋଇବା ଉଚିତ | କିନ୍ତୁ ଅଭିଷେକ ଜିଦ କରିବାକୁ ଲାଗିଥିଲେ ଏବଂ ମାନିବାକୁ ପ୍ରସ୍ତୁତ ହିଁ ନଥିଲେ | ବହୁତ ବୁଝାଇବା ପରେ ସେ କୌଣସି ପ୍ରକାରରେ ମାନିଯାନ୍ତି |

ଆପଣଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ୭ ବର୍ଷର ବୟସରେ ଅଭିଷେକ ବିବାହ କରିବାକୁ ଚାହୁଁଥିଲେ ଏବଂ ବିବାହ ପାଇଁ ତାଙ୍କ ପସନ୍ଦ ଥିଲେ ଜୀନତ ଅମାନ | ଅଭିଷେକ ୨୮ ବର୍ଷର ଜୀନତଙ୍କ ପ୍ରେମରେ ପଡି ଯାଇଥିଲେ | ଆଜି ମଧ୍ୟ ଅଭିଷେକ କୁହନ୍ତି ଯେ ତାଙ୍କ ପ୍ରଥମ ପ୍ରେମ ଜୀନତ ଥିଲେ | କାଠମାଣ୍ଡୁରୁ ଫେରିବା ପରେ ମଧ୍ୟ ଅଭିଷେକଙ୍କ ମୁଣ୍ଡରେ ଜୀନତଙ୍କ ନିଶା ରହିଥିଲା | ତାଙ୍କୁ ବାରମ୍ବାର ନିଜର ବାପାଙ୍କ ହିରୋଇନ ମାନେ ପଡୁଥିଲେ | ପୁଅ ଅଭିଷେକଙ୍କ ଇଚ୍ଛା ବିଷୟରେ ନିଜେ ବିଗ ବି ମଧ୍ୟ ଜାଣିଥିଲେ |

ଅଭିଷେକଙ୍କର ଜୀବନରେ ଅନେକ ଝିଅ ଆସିଥିଲେ ଏବଂ ଯାଇଥିଲେ କିନ୍ତୁ ଜୀନତ ବହୁତ ବର୍ଷ ପର୍ଯ୍ୟନ୍ତ ତାଙ୍କ ହୃଦୟରେ ରହିଥିଲେ | ଅଭିଷେକ ୨୦୦୭ ମସିହାରେ ଐଶ୍ୱର୍ଯ୍ୟ ରାୟଙ୍କ ସହିତ ବିବାହ କରିଥିଲେ | ଅଭିଷେକ ଏକ ଇଣ୍ଟରଭ୍ୟୁରେ କହିଥିଲେ ଯେ ଜୀନତ ତାଙ୍କ ଜୀବନର ପ୍ରଥମ ପ୍ରେମ |

Leave a Reply

Your email address will not be published. Required fields are marked *