ସ୍ବାମୀଙ୍କର ହାର୍ଟ ଆଟାକରେ ହେଲା ମୃ-ତ୍ୟୁ,ଏହା ଦେଖି ସ୍ତ୍ରୀଙ୍କର ମଧ୍ୟ ଚାଲି-ଗଲା ଜୀ-ବନ

ବାହାଘର ସାତ ଜନ୍ମର ବନ୍ଧନ ହୋଇଥାଏ ଏବଂ ସାଥିହୋଇ ବଞ୍ଚିବା ମରିବାର ଶପଥ କରା ଯାଇଥାଏ। ବଞ୍ଚନ୍ତି ତ ସମସ୍ତେ ସାଥିହୋଇ କିନ୍ତୁ ଯଦି କେହି ଅନ୍ୟ ସାଥିର ଦୁଃଖରେ ଜୀ-ବନ ଦେଇଦିଏ ତାହେଲେ ଏହା ବହୁତ ହୃଦୟ ବିଦାରକ ହୋଇଯାଇଥାଏ।

ୟୁପିର ବାଗପତର ଫରଖପୁର ଗାଁରୁ ଏକ ଏମିତି ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ସ୍ବାମୀ-ସ୍ତ୍ରୀ ସାଥିହୋଇ ଦୁନିଆରୁ ବିଦାୟ ନେଇ ଯାଇଛନ୍ତି। ଗୋଟିଏ ଘରୁ ହିଁ ଦୁଇଜଣଙ୍କର ସାଥୀହୋଇ ହୋଇଥିବା ମୃ-ତ୍ୟୁରେ ପୂରା ଗାଁ ଗୁମସୁମ ହୋଇଯାଇଛି।

ଗାଁରେ ୫୨ବର୍ଷର ଜୟବୀର ନାମକ ବ୍ୟକ୍ତିଙ୍କର ମୃ-ତ୍ୟୁ ହାର୍ଟ ଆଟାକରେ ହୋଇଯାଇଥିଲା। ଏହାପରେ ଘରେ ଶୋକର ବାତାବରଣ ଖେଳିଯାଇଥିଲା। ଜୟବୀରଙ୍କ ମୃତ୍ୟୁର କିଛି ମିନିଟ ମଧ୍ୟରେ ତାଙ୍କ ୫୦ବର୍ଷର ସ୍ତ୍ରୀ ନରେଶଙ୍କୁ ସ୍ବାମୀଙ୍କ ମୃ-ତ୍ୟୁର ଝଟକା ଏମିତି ଲାଗିଥିଲା କି ତାଙ୍କର ମଧ୍ୟ ଜୀବନ ଚାଲିଯାଇଥିଲା।

ଗୋଟିଏ ଘରୁ ଦୁଇଜଣଙ୍କର ଏକ ସାଥିରେ ମୃ-ତ୍ୟୁର ଶୋକ ଖେଳି ଯାଇଥିଲା। ଯେଉଁମାନେ ବି ଏହି ଘଟଣାକୁ ଶୁଣିଛନ୍ତି ସେମାନେ ଆଶ୍ଚର୍ଯ୍ୟ ହୋଇ ରହିଯାଇଛନ୍ତି।

ତାଙ୍କ ପରିବାରସଦସ୍ୟ ଦୁଇଜଣଙ୍କର ଅନ୍ତିମ ସଂସ୍କାର ମଧ୍ୟ ଏକ ସାଥିରେ କରିଥିଲେ। ତାଙ୍କ ଶବକୁ ଏକ ସାଥିରେ କାନ୍ଧେଇ ନିଆଯାଇଥିଲା।

Leave a Reply

Your email address will not be published. Required fields are marked *