ନିଜ ଝିଅ ଟ୍ବିଙ୍କଲ ଖାନ୍ନାଙ୍କୁ ମଦ ପିଆଇ ଥିଲେ ପିତା ରାଜେଶ ଖାନ୍ନା, କହିଥିଲେ-“ଗୋଟେ ନୁହେଁ ଚାରୋଟି ବୟଫ୍ରେଣ୍ଡ ରଖ”

ହିନ୍ଦୀ ଫିଲ୍ମରେ ପ୍ରଥମ ସୁପରଷ୍ଟାର ଭାବରେ ଭେଟେରାନ ଅଭିନେତା ରାଜେଶ ଖାନ୍ନା ପ୍ରସିଦ୍ଧ ଅଟନ୍ତି | ସମଗ୍ର ଦୁନିଆ ଏହି ମହାନ ବ୍ୟକ୍ତିତ୍ୱଙ୍କର ପଛରେ ପାଗଳ ଥିଲେ | ଝିଅମାନଙ୍କ ମଧ୍ୟରେ ଅଭିନେତା ରାଜେଶ ଖାନ୍ନାଙ୍କର ଭିନ୍ନ ପ୍ରକାରର ଲୋକପ୍ରିୟତା ରହିଥିଲା | “କାକା” ନାମରେ ପରିଚିତ ରାଜେଶ ଖାନ୍ନାଙ୍କର ଜୀବନ ସହ ଜଡିତ ଅନେକ କାହାଣୀ ରହିଛି କିନ୍ତୁ ଆମେ ଆପଣଙ୍କୁ ଏପରି ଏକ କାହାଣୀ ବିଷୟରେ କହିବୁ ଯେଉଁଥିରେ ରାଜେଶ ଖାନ୍ନା ନିଜର ବଡ ଝିଅ ଅଭିନେତ୍ରୀ ଟ୍ବିଙ୍କଲ ଖାନ୍ନା କହିଥିଲେ ଯେ, ଗୋଟିଏ ନୁହେଁ ଭାରତୀ ବୟଫ୍ରେଣ୍ଡ ରଖ |

ଅଭିନେତା ରାଜେଶ ଖାନ୍ନାଙ୍କ ନାମରେ ଆଜି କେହି ମଧ୍ୟ ଅପରିଚିତ ନାହାନ୍ତି | ତାଙ୍କୁ ଦେଶ ଦୁନିଆରେ ପ୍ରାୟ ସମସ୍ତେ ଜାଣନ୍ତି | ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ କୌଣସି ନା କୌଣସି ରୋଚକ କାହାଣୀ ରହିଥାଏ, ସେହିପରି ଫିଲ୍ମ ତାରକାଙ୍କ ଜୀବନ ମଧ୍ୟ ରୋଚକପୂର୍ଣ୍ଣ କାହାଣୀ ରହିଥାଏ | “କାକା”ଙ୍କ ନିକଟବର୍ତ୍ତୀ କୁହନ୍ତି ଯେ ସେ ବହୁତ ମଜାଳିଆ ଏବଂ ଖୋଲା ହୃଦୟର ମଣିଷ ଅଟନ୍ତି | ସେ ନିଜର ବଡ ଝିଅ ଟ୍ବିଙ୍କଲ ଖାନ୍ନାଙ୍କ ସହିତ ଏକ ଦୃଢ ସମ୍ପର୍କ୍କା ରଖିଥିଲେ |

ଯେତେବେଳେ ଟ୍ବିଙ୍କଲଙ୍କୁ କହିଥିଲେ “ଗୋଟିଏ ନୁହେଁ ଚାରୋଟି ବୟଫ୍ରେଣ୍ଡ ରଖ”:

ଯେଉଁ କାହାଣୀ ଆମେ ଆପଣଙ୍କୁ କହିବାକୁ ଯାଉଛୁ ତାହା ଟ୍ବିଙ୍କଲ ନିଜେ ସେୟାର କରିଥିଲେ | ସେ ୨୦୧୯ ମସିହାରେ ପିତୃ ଦିବସ ଅବସରରେ ନିଜ ପିତା ରାଜେଶ ଖାନ୍ନାଙ୍କ ପାଇଁ କିଛି ଲେଖିଥିଲେ | ଏହି ଅବସରରେ ସେ ଉକ୍ତ କାହାଣୀର ମଧ୍ୟ ଉଲ୍ଲେଖ କରିଥିଲେ | ସେ କହିଥିଲେ ଯେ ତାଙ୍କ ପିତା ବହୁତ ହିଁ କୁଲ ପିତା ଥିଲେ | ରାଜେଶ ଖାନ୍ନା ଝିଅ ଟ୍ବିଙ୍କଲଙ୍କୁ ଡେଟିଙ୍ଗ ଯିବା ପାଇଁ ପରାମର୍ଶ ଦେଉଥିଲେ | ଟ୍ବିଙ୍କଲ ଲେଖିଥିଲେ ଯେ, ପିତା ରାଜେଶ ତାଙ୍କୁ ପଚାରିଥିଲ ଯେ କଣ ତୁମର କୌଣସି ବୟଫ୍ରେଣ୍ଡ ନାହିଁ ? ପୁଣି ଆଗକୁ ପରାମର୍ଶ ଦେବାକୁ ଯାଇ କହିଥିଲେ ଯେ ସବୁବେଳେ ଗୋଟିଏ ସମୟରେ ଚାରୋଟି ବୟଫ୍ରେଣ୍ଡ ରଖ, ଏପରି କଲେ କେବେହେଲେ ତୁମର ହୃଦୟ ଭାଙ୍ଗିବା ନାହିଁ |

ଟ୍ବିଙ୍କଲଙ୍କୁ ମଦ ପିଆଇଥିଲେ ରାଜେଶ:

ଟ୍ବିଙ୍କଲ ଲେଖିଥିଲେ ଯେ, ପିତା ରାଜେଶ ଖାନ୍ନା ତାଙ୍କୁ ପ୍ରଥମଥର ପାଇଁ ମଦ ପିଆଇ ଦେଇଥିଲେ | ଅଭିନେତ୍ରୀ ଆଗକୁ ଆହୁରି ଲେଖିଛନ୍ତି ଯେ,”ସେ ମୋ ସହ ସବୁବେଳେ ଏକସମାନ ବ୍ୟବହାର କରିଛନ୍ତି ଏବଂ ଏମିତିକି ସେ ହିଁ ପ୍ରଥମ ମଣିଷ ଥିଲେ ଯିଏ ମୋର ମଦର ପ୍ରଥମ ଧୋକା ପିଆଇଥିଲେ ଏବଂ ସ୍କଚ ଭରା ଗ୍ଲାସ ମୋ ହାତରେ ଧରାଇ ଦେଇଥିଲେ |”

ଏହା ଥିଲା ପ୍ରକୃତ ନାମ:

୨୯ ଡିସେମ୍ବର ୧୯୪୨ ମସିହାରେ ରାଜେଶ ଖାନ୍ନାଙ୍କର ଜନ୍ମ ଅମୃତସରରେ ହୋଇଥିଲା | ରାଜେଶ ଖାନ୍ନାଙ୍କର ପ୍ରକୃତ ନାମ ଜତିନ ଖାନ୍ନା ଥିଲା | କୁହାଯାଏ ଯେ ପିଲାବେଳୁ ହିଁ ସେ ଫିଲ୍ମ ଦୁନିଆ ପ୍ରତି ଆକର୍ଷିତ ଥିଲେ ଏବଂ ବଡ ହୋଇ ସେ ଫିଲ୍ମରେ ନିଜର ଭାଗ୍ୟ ପରୀକ୍ଷା କରିବାର ନିଷ୍ପତ୍ତି ନେଇଥିଲେ | ପ୍ରଥମଥର ୧୯୬୬ ମସିହାରେ ରାଜେଶ ଖାନ୍ନା ୨୪ ବର୍ଷ ବୟସରେ ହିନ୍ଦୀ ସିନେମାରେ ନିଜର ପାଦ ଥାପିଥିଲେ | ଏହି ବର୍ଷ ତାଙ୍କ ଫିଲ୍ମ “ଆଖିର ଖତ” ଆସିଥିଲା | ଯାହାକୁ ଚେତନ ଆନନ୍ଦ ବନାଇଥିଲେ |

ଆରାଧନାରୁ ଷ୍ଟାର ପୁଣି ସୁପରଷ୍ଟାର:

୧୯୬୯ ମସିହାରେ ଆସିଥିବା ଫିଲ୍ମ ଆରାଧନାରୁ ରାଜେଶ ଖାନ୍ନାଙ୍କର ଭାଗ୍ୟର ତାରକା ଚମକି ଉଠିଥିଲା | ରାଜେଶ ଖାନ୍ନାଙ୍କର ଏହି ଫିଲ୍ମ ବହୁତ ପସନ୍ଦ କରାଯାଇଥିଲା ଏବଂ ସେ ରାତାରାତି ଷ୍ଟାର ପାଲଟିଯାଇଥିଲେ | ସେ ଆଗକୁ ଯାଇ “କଟି ପତଙ୍ଗ”, “ଅମର ପ୍ରେମ”, “ଅନୁରାଗ”, “ଅଜନବୀ”, “ଅନୁରୋଧ”, ଏବଂ “ଆୱାଜ” ପରି ଅନେକ ହିତ ଫିଲ୍ମ ଦେଇଥିଲେ ଏବଂ ଷ୍ଟାରରୁ ସୁପରଷ୍ଟାର ହୋଇଯାଇଥିଲେ | ରାଜେଶ ଖାନ୍ନାଙ୍କ ନାମରେ ଏକାସାଙ୍ଗରେ ୧୫ ଗୋଟି ହିଟ ଫିଲ୍ମର ଅତୁଟ ରେକର୍ଡ ମଧ୍ୟ ରହିଛି |

ହିନ୍ଦୀ ସିନେମାର ରଥମ ସୁପରଷ୍ଟାର ରାଜେଶ ଖାନ୍ନାଙ୍କର ଜୀବନର ଅନ୍ତିମ ଦିନ ବହୁତ ସମସ୍ୟାରେ କଟିଥିଲା | ୧୯୭୩ ମସିହାରେ ସେ ଅଭିନେତ୍ରୀ ଡୀମ୍ପଲ କାପଡ଼ିଆଙ୍କ ସହିତ ହସଦାଈ କରିଥିଲେ, କିନ୍ତୁ ଉଭୟ ୧୦ ବର୍ଷ ସାଙ୍ଗରେ ରହି ପାରିଥିଲେ | ତେବେ ଉଭୟଙ୍କର ଛାଡପତ୍ର ହୋଇନଥିଲା | ଡୀମ୍ପଲ କୁହନ୍ତି ଯେ “ଆମ ଘରୁ ସେହି ଦିନ ଖୁସି ଚାଲିଗଲା ମୁଁ ଯେଉଁଦିନ ରାଜେଶଙ୍କୁ ବିବିନାହଁ କରିଥିଲି |” ତାଙ୍କ କହିବା ମୁତାବକ ରାଜେଶ ଖାନ୍ନା ନିଜର କାମ କାରଣରୁ ତାଙ୍କୁ ସମୟ ଦେଇପାରୁ ନଥିଲେ | ସୂଚନାଯୋଗ୍ୟ ଯେ ୧୨ ଜୁଲାଇ ୨୦୧୨ ମସିହାରେ ରାଜେଶ ଖାନ୍ନା ମୁମ୍ବାଇରେ ଏହି ଦୁନିଆକୁ ସବୁଦିନ ପାଇଁ ବିଦାୟ ଜଣାଇଥିଲେ |

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *