କେମିତି ବଲିଓଡର SRK ଫିଲ୍ମରେ ଦୀପିକାଙ୍କ ଏଣ୍ଟ୍ରି ହୋଇଥିଲେ, କାରଣ ହେଉଛନ୍ତି ମଲାଇକା

ଏହି ସବୁ ଘଟଣା ଆରମ୍ଭ ହେଉଛି ସେହି ସମୟରେ ଯେତେବେଳେ ଦୀପିକା ମଡେଲିଙ୍ଗ କରୁଥିଲେ। ଫ୍ୟାଶନ ଡିଜାଇନର ଓ୍ବୈଣ୍ଡେଲ ରଡ୍ରିକ୍ସ ଦିପୀକାକୁ ବହୁତ ଭଲ ଭାବରେ ଯାଣିଥିଲେ। ଦୀପିକା ଓ୍ବୈଣ୍ଡଲଙ୍କ ସହିତ ଦେଖା ସେତେବେଳେ ହୋଇଥିଲା ଯେତେବେଳେ ସେ ମୁମ୍ବାଇ ଆସିଥିଲେ ଏବଂ ସେ ଏକ ଓ୍ବାର୍କଶପ ଜୟନ କରିଥିଲେ।

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକନ ନିଜର ୩୫ ତମ ଜନ୍ମ ଦିନ ପାଳନ କରିଛନ୍ତି। ଶାହାରୁଖ ଖାନଙ୍କ ଫିଲ୍ମ ‘ ଓମ୍ ଶାନ୍ତି ଓମ୍ ‘ରୁ ନିଜର କାରିଅର ଆରମ୍ଭ କରିଥିବା ବଲିଓଡ ଅଭିନେତ୍ରୀ ଦୀପିକା ପାଦୁକନ ଆଜି ବଲିଓଡ ଜଗତର ଫେମସ ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ। କ’ଣ ଆପଣ ଜାଣିଛନ୍ତି କି ଦୀପିକାଙ୍କୁ ତାଙ୍କ ପ୍ରଥମ ଫିଲ୍ମ କିପରି ମିଳିଥିଲା? କିଏ ସେହି ଥିଲେ ଯେ ନିର୍ଦେଶକ ଫାରା ଖାନଙ୍କୁ ଦୀପିକାଙ୍କ ବିଷୟରେ କହିଥିଲେ? ସମ୍ପର୍ଣ୍ଣ ଘଟଣା କ’ଣ ଅଟେ? ଆସନ୍ତୁ ତାଙ୍କ ଜନ୍ମ ଦିନରେ ଆମେ ଆପଣଙ୍କୁ କହୁଛୁ ତାଙ୍କ କାହାଣୀ।

ଏହି ସବୁ ଘଟଣା ଆରମ୍ଭ ହେଉଛି ସେହି ସମୟରେ ଯେତେବେଳେ ଦୀପିକା ମଡେଲିଙ୍ଗ କରୁଥିଲେ। ଫ୍ୟାଶନ ଡିଜାଇନର ଓ୍ବୈଣ୍ଡେଲ ରଡ୍ରିକ୍ସ ଦିପୀକାକୁ ବହୁତ ଭଲ ଭାବରେ ଯାଣିଥିଲେ। ଦୀପିକା ଓ୍ବୈଣ୍ଡଲଙ୍କ ସହିତ ଦେଖା ସେତେବେଳେ ହୋଇଥିଲା ଯେତେବେଳେ ସେ ମୁମ୍ବାଇ ଆସିଥିଲେ ଏବଂ ସେ ଏକ ଓ୍ବାର୍କଶପ ଜୟନ କରିଥିଲେ। ଦୀପିକ ଓ୍ବୈଣ୍ଡେଲଙ୍କ ପାଇଁ ପାଖାପାଖି ଦୁଇ ବର୍ଷ କାମ କରିଥିଲେ। ଏଥିରେ ସେ ଦୀପିକାଙ୍କର ଡେଡିକେଶନ ଏବଂ କାମରେ ବହୁତ ଖୁସି ହୋଇଥିଲେ।

ମଲାଇକା ଦୀପିକାଙ୍କ ନାମ ଫାରା ଖାନଙ୍କୁ କହିଥିଲେ।

ଏହି ସମୟରେ ଓ୍ବୈଣ୍ଡେଲ ଦୀପିକାଙ୍କୁ ବଲିଓଡ ଅଭିନତ୍ରୀ ମଲାଇକା ଅରୋଡାଙ୍କ ସହ ଦେଖା କରାଇଥିଲେ। ମଲାଇକା ମଧ୍ୟ ଦୀପିକାଙ୍କ କାମକୁ ପସନ୍ଦ କରୁଥିଲେ ସେହି ସମୟରେ ଫାରା ଖାନା ତାଙ୍କ ଫିଲ୍ମ ଓମ ଶାନ୍ତି ଓମ ପାଇଁ ଅଭିନେତ୍ରୀ ଖୋଜୁଥିଲେ , ଏବଂ ସେହି ସମୟରେ ମଲାଇକା ଦୀପାକାଙ୍କ ବିଷୟରେ ଫରାଙ୍କୁ କହିଥିଲେ। ଫାରା ଦୀପିକାଙ୍କ ସହ ଦେଖା କରି ଫାଇନାଲ କରିଥିଲେ ଏବଂ ଫାରାଙ୍କୁ ମିଳିଥିଲା ଏପରି ତାଙ୍କ ଫିଲ୍ମର ଲିଡ ଅଭିନେତ୍ରୀ। ଦୀପିକାଙ୍କୁ ମିଳିଥିଲା ଶାହାରୁଖଙ୍କ ସହିତ ତାଙ୍କ  ପ୍ରଥମ ଫିଲ୍ମ କରିବାର ସୁଯୋଗ।

କେଉଁ ଫିଲ୍ମରୁ ଇନସ୍ପାୟର୍ଡ ଥିଲା କ୍ଲାଇମ୍ୟାକ୍ସ।

୨୦୦୭ ମସିହାରେ ରିଲିଜ ହୋଇଥିବା ଫିଲ୍ମ ଦୀପିକାଙ୍କର ଡେବ୍ୟୁ ଫିଲ୍ମ ଥିଲା। ଯାହା ସେ ବର୍ଷର ହାଇଏଷ୍ଟ ଗ୍ରସର ଫିଲ୍ମ ଥିଲା। ଫିଲ୍ମରେ ଦୀପିକା ଡ୍ରିମ ଗାର୍ଲ ଶାନ୍ତିର ରୋଲ କରିଥେଲେ ଏବଂ ଶାହାରୁଖ ଖାନ ଏହି ଫିଲ୍ମର ଲିଡ ରୋଲରେ ଥିଲେ। ଶ୍ରେୟସ ତୟପଡେ ଏହି ଫିଲ୍ମରେ ଶାହାରୁଖଙ୍କ ସାଙ୍ଗର ଭୂମିକା ନେଇଥିଲେ। କମ ଲୋକ ଏହି କଥାକୁ ଜାଣିଛନ୍ତି କି ଓମ ଶାନ୍ତି ଓମର କ୍ଲାଇମାକ୍ସ ୧୯୫୮ ମସିହାରେ ରିଲିଜ ହୋଇଥିବା ଫିଲ୍ମ ‘ ମଧୁମତୀ ‘ ରୁ ଇନସ୍ପାୟର୍ଡ ହୋଇଥିଲା।

Leave a Reply

Your email address will not be published. Required fields are marked *