ଏମିତି ରଖନ୍ତୁ ନିଜ ସ୍ବାମୀଙ୍କୁ ଖୁସି, ପର ସ୍ତ୍ରୀଙ୍କ ଆଡ଼କୁ ଆଖି ଉଠାଇ ମଧ୍ୟ ଦେଖିବେ ନାହିଁ..

କୈାଣସି ବି ସମ୍ପର୍କକୁ ମଜବୁତ କରି ରଖିବା ପାଇଁଁ ସେଥିରେ ଦୁଇ ପକ୍ଷଙ୍କ ଖୁସି ବହୁତ ଜରୁରୀ ଅଟେ। ସ୍ବାମୀ ସ୍ତ୍ରୀଙ୍କ ସମ୍ପର୍କ ମଧ୍ୟ କିଛି ଏମିତି ହିଁ ହୋଇଥାଏ। ଯେବେବି କୈାଣସି ଝିଅ ବାହାହୋଇ ଶାଶୁଘରକୁ ଯାଇଥାଏ ତ ସେ ଏହି ଚେଷ୍ଟା କରିଥାଏ କି ସେ ସ୍ବାମୀଙ୍କୁ ଖୁସିରେ ରଖିବ। ସ୍ବାମୀ ଖୁସି ରହିବେ ତ ସେ ମଧ୍ୟ ଖୁସି ରହିବ। ତାଙ୍କ ସମ୍ପର୍କ ଭଲ ଏବଂ ବହୁତ ଦିନ ପର୍ଯ୍ୟନ୍ତ ତିଷ୍ଠି ରହିବ। ସେଠାରେ ସ୍ବାମୀ ନିରାଶ ହେବା କିମ୍ବା ଖୁସି ନରହିବାରୁ ଏହି ସମ୍ପର୍କର ବୟସ ମଧ୍ୟ କହିବାକୁ ଲାଗିଥାଏ।

ଯେତେବେଳେ ସ୍ବାମୀ ନିଜ ସ୍ତ୍ରୀଙ୍କ ସହିତ ଖୁସିରେ ରହିପାରେ ନାହିଁ ତ ତାଙ୍କ ଲକ୍ଷ ପର ସ୍ତ୍ରୀଙ୍କ ଆଡ଼କୁ ମଧ୍ୟ ବଢି ଯାଇଥାଏ। ସେ ଅନ୍ୟ କୌଣସି ଆଡେ ଆ-ଫେ-ୟା-ର ରଖିବାକୁ ମଧ୍ୟ ଚିନ୍ତା କରିବାକୁ ଲାଗିଥାନ୍ତି। ଏଥିଯୋଗୁଁ ସ୍ତ୍ରୀଙ୍କ ଚିନ୍ତା ବଢି ଯାଇଥାଏ। ଏଥିପାଇଁ ଯଦି ଆପଣ ଆପଣଙ୍କ ସ୍ବାମୀଙ୍କୁ ସବୁବେଳେ ନିଜର କରି ରଖିବାକୁ ଚାହୁଁଛନ୍ତି ତ ଏହା ବହୁତ ଜରୁରୀ ଅଟେ କି ଆପଣ ତାଙ୍କୁ ସବୁବେଳେ ଖୁସି ରଖନ୍ତୁ। ଏହାଦ୍ଵାରା ଆପଣଙ୍କ ମଧ୍ୟରେ ନା କେବଳ ପ୍ରେମ ବଢିବ ବରଂ ସେ ଆପଣଙ୍କ ଉପରେ ଭରଷା ମଧ୍ୟ କରିବେ। ଏତିକି ନୁହେଁ ସମୟ ଆସିଲେ ଆପଣଙ୍କ ପାଇଁ ଜୀବନ ଦେବାକୁ ମଧ୍ୟ ପ୍ରସ୍ତୁତ ହୋଇଯିବେ।

ତ ବର୍ତ୍ତମାନ ପ୍ରଶ୍ନ ଏହା ଉଠିଥାଏ କି ବାସ୍ତବରେ ସ୍ବାମୀଙ୍କୁ ସବୁବେଳେ ଖୁସି କେମିତି ରଖାଯିବ? ଏହାର ଜବାବ ସ୍ଥିର ତ ହୋଇ ପାରିନାହିଁ କିନ୍ତୁ ଆପଣ କିଛି ଉପଦେଶକୁ ଅନୁସରଣ କରି ପାରିବେ। ପ୍ରତ୍ୟେକ ବ୍ୟକ୍ତିଙ୍କ ପ୍ରକୃତି ଏବଂ ଚିନ୍ତା ଅଲଗା ଅଲଗା ହୋଇଥାଏ। କିନ୍ତୁ କିଛି ସାଧାରଣ କଥା ଥାଏ ଯାହାକୁ ରୂପ ଦେଇ ଆପଣ ଆପଣଙ୍କ ସ୍ବାମୀଙ୍କ ହୃଦୟକୁ ଜିତି ପାରିବେ।

ଏମିତି କରନ୍ତୁ ସ୍ବାମୀଙ୍କୁ ଖୁସି

୧. ସ୍ବାମୀ ଏବଂ ସ୍ତ୍ରୀ ଦୁଇଜଣ ହିଁ ଅଲଗା ଅଲଗା ଘର, ପରିବାର ଏବଂ ପରିବେଶରେ ବଢି ବଡ଼ ହୋଇଥାନ୍ତି। ଏଥିପାଇଁ ସେମାନଙ୍କ ଚାଲି ଚଳଣି ଏବଂ ଚିନ୍ତା ଧାରା ମଧ୍ୟ ଅଲଗା ଅଲଗା ହୋଇଥାଏ। ଏହି ସ୍ଥିତିରେ ଦୁଇଜଣ ପରସ୍ପରଙ୍କ ସହିତ ସଠିକ ତାଳମେଳ ବସାଇବା ପାଇଁ ଚେଷ୍ଟା କରିବା ଉଚିତ। ଏହାର ଆରମ୍ଭ ଅଳ୍ପ ଆପଣ ସହି ନେବେ, ଅଳ୍ପ ସେ ସହି ନେବେରୁ ଆରମ୍ଭ କରିବାକୁ ପଡ଼ିବ। ଦୁହେଁ ମିଳିମିଶି ଆଡଜଷ୍ଟ କରିବେ ତ ଜୀବନ ସହଜ ହୋଇଯିବ।

୨. ସ୍ବାମୀଙ୍କୁ କିଛି ଲୁଚେଇବାର ଭୁଲ କରନ୍ତୁ ନାହିଁ। ଏହା ସହିତ ସବୁକିଛି ସେୟାର କରନ୍ତୁ। ଏହିପରି ସେ ନିଜେ ଆପଣଙ୍କୁ ଆହୁରି ମଧ୍ୟ ପାଖାପାଖି ଅନୁଭବ କରି ପାରିବେ। ତାଙ୍କର ଭରଷା ହୋଇଯିବ କି ଆପଣ ତାଙ୍କୁ କିଛି ବି ଲୁଚାଉ ନାହାନ୍ତି। ଏହା ତାଙ୍କ ଭରଷା ଜିତିବାର ପ୍ରମୁଖ ଉପାୟ ଅଟେ।

୩. ସ୍ବାମୀଙ୍କ ପସନ୍ଦ ଏବଂ ନାପସନ୍ଦକୁ ପ୍ରଥମେ ଆପଣ ବୁଝି ନିଅନ୍ତୁ। ଏହାପରେ ପ୍ରତ୍ୟେକ କାମ ତାଙ୍କ ହିସାବରେ ହିଁ କରନ୍ତୁ। ଏହାଦ୍ଵାରା ସେ ଆପଣଙ୍କ ପାଖରେ ଖୁସିରେ ରହିବେ। ତାଙ୍କୁ ଅନୁଭବ ହେବ କି ଏହି ଝିଅ ମୋ ପାଇଁ ଯୋଗ୍ୟ ଅଟେ, ମୋ ବିଷୟରେ ସବୁକିଛି ଜାଣିଛି। ଏହିପରି ସେ ଅନ୍ୟ କୈାଣସି ଝିଅକୁ ଖୋଜିବେ ନାହିଁ।

୪. ବିବାହିତ ଜୀବନରେ ଅନ୍ତରଙ୍ଗ ହେବା ମଧ୍ୟ ବହୁତ ଜରୁରୀ ଅଟେ। ବାହାଘର ପରେ ବୋଧହୁଏ ଏଥିରେ କମୀ ଦେଖା ଯାଇଥାଏ। ଏହି କାରଣରୁ ସ୍ବାମୀ ବହୁତ ଶୀଘ୍ର ବିରକ୍ତ ହୋଇ ଯାଇଥାନ୍ତି। ଏଥିପାଇଁ ଆପଣ ଅନ୍ତରଙ୍ଗକୁ ଆହୁରି ରୋମାଞ୍ଚକର ବନାନ୍ତୁ। କୈାଣସି ଚରିତ୍ର ପ୍ଲେ କରନ୍ତୁ, ନୂଆ ପୋଷାକ ପିନ୍ଧନ୍ତୁ, ନିଜକୁ ଭଲ ଭାବରେ ସଜାନ୍ତୂ। ରୋ-ମା-ନ୍ସ ମଝିରେ ଅଳ୍ପ ଅଳ୍ପ ତଡକା ଲଗାନ୍ତୁ।

୫. ସ୍ବାମୀଙ୍କ ବ୍ୟକ୍ତିଗତ ସ୍ପେଶର ମଧ୍ୟ ଧ୍ୟାନ ରଖନ୍ତୁ। ତାଙ୍କର ଯତ୍ନ ନିଅନ୍ତୁ। ତାଙ୍କର ସମ୍ମାନ କରନ୍ତୁ। ଏହିପରି ସେ ମଧ୍ୟ ପ୍ରତିବଦଳରେ ଆପଣଙ୍କ ଯତ୍ନ ଏବଂ ସମ୍ନାନ କରିବେ।

Leave a Reply

Your email address will not be published. Required fields are marked *