ଯଦି କୌଣସି ବ୍ୟକ୍ତି ମଧ୍ୟରେ ଏହି ୪ଟି ଲକ୍ଷଣ ରହିଥାଏ ତେବେ ଆକାଶରୁ ମଧ୍ୟ ଦେବତା ପ୍ରଣାମ କରିଥାନ୍ତି। ବୀଦୂର ନୀତି ମହାଭାରତ

ମହତ୍ମା ବିଦୂର ନିଜର ନୀତିରେ ଏମିତି ୪ଟି ଲକ୍ଷଣ କହିଛନ୍ତି ଯଦି କୌଣସି ବ୍ୟକ୍ତି ପାଖରେ ଏହି ୪ଟି ଲକ୍ଷଣ ରହିଥାଏ ତେବେ ଆକାଶରୁ ଦେବତା ମାନେ ପ୍ରଣାମ କରିଥାନ୍ତି। ଏମାନଙ୍କର ଚର୍ଚ୍ଚା ତିନି ଲୋକରେ ହୋଇଥାଏ। ମୃତ୍ୟୁପରେ ଏମାନଙ୍କୁ ସ୍ବର୍ଗରେ ଉଚ୍ଚା ସ୍ଥାନ ମିଳିଥାଏ। ବିଦୂର ନିଜ ନୀତିରେ ଏହି ଲକ୍ଷଣ ବିଷୟରେ କହିଛନ୍ତି। ଆଜି ଆମେ ଆପଣଙ୍କୁ ଏହି ଚାରୋଟି ଲକ୍ଷଣ ବିଷୟରେ କହିବୁ , ଯଦି ଆପଣ ଏହା ବିଷୟରେ ଜାଣିବା ପାଇଁ ଚାହୁଁଛନ୍ତି ତେବେ ଏହାକୁ ନିଶ୍ଚିତ ପଢନ୍ତୁ।

ମହାତ୍ମା ବିଦୂର ମହାଭାରତର କେନ୍ଦ୍ରିୟ ପାତ୍ର ମାନଙ୍କ ମଧ୍ୟରୁ ଜଣେ ଥିଲେ। ହସ୍ତିନାପୁରର ପ୍ରଧାନ ମନ୍ତ୍ରୀ କୌରବ , ପାଣ୍ଡବ ଙ୍କର କାକା ବା ଯୁତରାଷ୍ଟ୍ରଙ୍କ ଭାଈ ଥିଲେ। ବିଦୂରଙ୍କୁ ଯମରାଜାଙ୍କର ଅବତାର ମନା ଯାଇଥାଏ। ମାଣ୍ଡବ୍ୟ ଋଷିଙ୍କ ଅଭିଶାପ କାରଣରୁ ବିଦୂର ଯମଲୋକରେ ଏକ ଦାସୀଙ୍କ ଗର୍ଭରେ ଜନ୍ମ ନେବାକୁ ପଡିଥିଲା। ଏଥିପାଇଁ ବିଦୂରଙ୍କର ଏହି ନୀତିକୁ ଶ୍ରେଷ୍ଠ ମନାଯାଏ। କାରଣ ନୀତି ଗୁଡିକ ସ୍ବୟଂ ଯମରାଜା ମନୁଷ୍ୟର ମଙ୍ଗଳ ପାଇଁ ଲେଖିଛନ୍ତି। ଆସନ୍ତୁ ଜାଣିବା ଏକ ଲକ୍ଷଣ ଯେଉଁ ଲକ୍ଷଣ କୌଣସି ପୁରଷ ପାଖରେ ଥିଲେ ତାଙ୍କୁ ଭଗବାନ ଆକାଶରୁ ପ୍ରଣାମ କରନ୍ତି।

ସୂର୍ଯ୍ୟ , ଚନ୍ଦ୍ର , ତାରା ସମସ୍ତେ ତାଙ୍କର ଦର୍ଶନ ପାଇଁ ତତ୍ପର ହୁଅନ୍ତି। ଏମିିତିକା ପୁରୁଷଙ୍କୁ ଉତ୍ତମ ଠାରୁ ଉତ୍ତମ ସର୍ବୋତମ ବୋଲି ମନା ଯାଇଥାଏ। ସ୍ବର୍ଗର ଦେବତା ମଧ୍ୟ ଏପରି ବ୍ୟକ୍ତିଙ୍କ ଅପେକ୍ଷାରେ ରହିଥାନ୍ତି। ଆସନ୍ତୁ ଯାଣିବା ସେହି ଲକ୍ଷଣ ସବୁ କ’ଣ?

ମହାତ୍ମା ବିଦୂର ନିଜର ଶ୍ଲୋକରେ ଲେଖିଛନ୍ତି

ଅତିବାନ୍ଦ ନ ପ୍ରବଦେତ୍ର
ବାଦୟେଦ ୟୋ ନାହତଃ ପ୍ରତିହନ୍ୟାତ୍ର ଘାତୟେତ୍।
ହନ୍ତୁ ଚ ୟୋ ନେଛତି
ପାତଙ୍କ ବୈ ତସ୍ମୈ ଦେବାଃ
ସ୍ପୁହୟନ୍ତ୍ୟାଗତାୟ।।
ନଚିୟତୀ ଚାନୁଜିଗିସତେ ନ୍ୟାନ୍
ନ ବୈରକୃଚ୍ଚାପ୍ରତିଘାତକଶ୍ଚ୍ୟ।
ନିନ୍ଦାପ୍ରଶଂସାସୁ ତମସ୍ବଭାବୋ
ନ ଶୋଚତେ ହଷ୍ୟତି ନୈବ ଧାୟମ। ଏହି ଶ୍ଲୋକରେ ଏହାର ବର୍ଣ୍ଣନ କରାଯାଇଛି।

ପ୍ରଥମ ଲକ୍ଷଣ।

କୌଣସି ଶତ୍ରୁ ନଥିବା ବିଦୂରଙ୍କ ଅନୁସାରେ ଯେଉଁ ବ୍ୟକ୍ତି ନା କହାର ଶତ୍ରୁ ହୋଇଥାଏ ନା କାହାକୁ ନିଜର ଶତ୍ରୁ ବନେଇ ଥାନ୍ତି। ସେ ସମସ୍ତଙ୍କ ସହିତ ନିଜର ଶାନ୍ତ ମନ ସ୍ତିର ବୁଦ୍ଧି ଏବଂ ମଧୁର ଭାଷାରେ କଥା ହୋଇଥାନ୍ତି। ସିଏ ଏମିତି କିଛି କାମ କରି ନଥାଏ ଯେଉଁଥିରେ ତାଙ୍କୁ ଲୋକ ଖରାପ ଭାବିବେ। ସେ ସମସ୍ତଙ୍କୁ ନିଜର ଭାବି ମଳା ମିଶା କରିଥାଏ। ସେ ସମସ୍ତଙ୍କୁ ନିଜ ଅଧିନରେ ହିଁ ରଖିଥାଏ। ସେ କାହାକୁ ଧୋଷ ଦେଇ ନଥାଏ। ନା ସେ କାହାକୁ ଆଘା ଦେଇଥାଏ। ନା ତାକୁ କେହି ଜିତିପାରେ। ଏମତିକା ପୁରୁଷ ଉତ୍ତମ ମଣିଶ ହୋଇଥାଏ।

ଦ୍ବିତୀୟ ଲକ୍ଷଣ ।

କାହାର ଖରାପ ଚିନ୍ତା କରିବା । ସାଧାରଣ ଲୋକମାନଙ୍କର ସୋଭାବ ଏହାକି ସେ ଲୋକମାନଙ୍କର ଖରାପ ଚିନ୍ତା କରିଥାନ୍ତି। କିନ୍ତୁ ଉତ୍ତମ ପୁରୁଷ କେବେ କାହାର ଖରାପ ନା ନିଜ ମୁହଁରେ କରିଥାଏ ନା ପରେ। ସେ କେବେ ଅନ୍ୟ ମାନଙ୍କ ବିଷୟରେ ଖରାପ କରିନଥାଏ। ନା ସେ କାହା ଦ୍ବାରା କରାଇଥାଏ। ସେମାନଙ୍କ ଦର୍ଶନ ପାଇଁ ଦେବତା ମାନେ ମଧ୍ୟ ଅନାଇ ଥାନ୍ତି।

ତୃତୀୟ ଲକ୍ଷଣ।

କ୍ଷମା କରିବା। ରାଗ ଆସୁଥିବା ସମୟରେ କୌଣସି ବି ମନୁଷ୍ୟ ଅନ୍ୟକୁ ଦଣ୍ଡ ଦେବା ପାଇଁ ଚିନ୍ତା କରିଥାଏ । ଏମିିତିରେ ଭଗବାନ ମଧ୍ୟ ରାଗରେ ଭୁଲ କରିଥାନ୍ତି ଅନ୍ୟକୁ ଅଭିଷାପ ଦେଇଥାନ୍ତି। କିନ୍ତୁ ବିଦୂର ନୀତି ଅନୁସାରେ ଯେଉଁ ବ୍ୟକ୍ତି ଯେତେ ବଡ ଭୁଲ କଲାପରେ ମଧ୍ୟ ତାକୁ କ୍ଷମା କରିଦେଇଥାଏ। ଏପରି ବ୍ୟକ୍ତିଙ୍କୁ ଭଗବାନ ମଧ୍ୟ ସମ୍ମାନା କରନ୍ତି। ଏମାନଙ୍କର ଚର୍ଚ୍ଚା ତିନି ଲୋକରେ ହୋଇଥାଏ।

ଚତୁର୍ଥ ଲକ୍ଷଣ।

ସାଧାରଣ ମଣିଷ ସୁଖ ଦୁଃଖ ଚକ୍ରରେ ଘୁରିଥାଏ। ସୁଖ ସମୟରେ ସେମାନେ ବହୁତ ଖୁସି ହୋଇଯାଇ ଥାନ୍ତି ଏବଂ ଦୁଃଖ ସମୟରେ ନିରାଶ ହୋଇ ବସିଯାଏ। କିନ୍ତୁ ଯେଉଁ ବ୍ୟକ୍ତି ସୁଖ ଏବଂ ଦୁଃଖ ପରିସ୍ଥିତିରେ ଚଳି ଆସିଛନ୍ତି ତାଙ୍କର କୌଣସି ଜିନିଷ ପାଇବାର ଇଛା ଥାଏ ନା କୌଣସି ଜିନିଷ ହରେଇବାର ଡର ଥାଏ। ତାଙ୍କ ପାଖରେ ଯାହା ଅଛି ସେଥିରେ ସେ ସନ୍ତୁଷ୍ଟ ଅଟନ୍ତି। ଏମିତିକା ପୁରୁଷଙ୍କୁ ସର୍ବୋତୋମ କୁହାଯାଏ। ଯଦି ଏହି ଚାରୋଟି ଲକ୍ଷଣ କୌଣସି ବ୍ୟକ୍ତିଙ୍କ ପାଖରେ ଦେଖା ଯାଇଥାଏ ତାଙ୍କୁ ଭଗବାନ ସ୍ବର୍ଗରୁ ପ୍ରଣାମ କରିଥାନ୍ତି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *