ଏଠାରେ ୭ରୁ ଅଧିକ ପିଲା ଜନ୍ମ କରିଲେ ମହିଳାଙ୍କୁ ମିଳିଥାଏ ସ୍ଵର୍ଣ ପଦକ, ଏଥିସହିତ ଜୀବନ ସାରା ଖାଇବା ରହିବା ମାଗଣା |

ଦୁନିଆରେ ଜନସଂଖ୍ୟା ବିସ୍ଫୋରଣ ସମସ୍ତଙ୍କ ସମସ୍ୟା ଅଟେ | ବଢୁଥିବା ଜନସଂଖ୍ୟା କାରଣରୁ ଅନେକ ପ୍ରକାରର ସମସ୍ୟା ସାମ୍ନାକୁ ଆସିବାକୁ ଲାଗିଲାଣି | ଏଥିରେ ପ୍ରଦୂଷଣର ହାର ବଢିବା ଠାରୁ ଆରମ୍ଭ କରି ଗ୍ଲୋବାଲ୍ ୱାର୍ମିଂ ପର୍ଯ୍ୟନ୍ତ ଶାମିଲ ରହିଛି | ଅନେକ ଦେଶ ବିଶେଷ କରି ଚୀନ ଜନସଂଖ୍ୟା ଉପରେ ନିୟନ୍ତ୍ରଣ ଆଣିବା ପାଇଁ ନିଜ ଦେଶରେ ଶକ୍ତ ନିୟମ ବଣାଇ ଦେଇଛି | ଏଠାରେ ଗୋଟିଏରୁ ଅଧିକ ସନ୍ତାନ ଜନ୍ମ କରିବା ଦ୍ୱାରା ଅନେକ ସୁବିଧାରୁ ବଞ୍ଚିତ ହେବାକୁ ପଡିଥାଏ | ତେବେ ବର୍ତ୍ତମାନ ଏହି ନିୟମ ଗୁଡିକୁ ହଟାଇ ଦିଆଯାଇଛି କିନ୍ତୁ ଏହାପରେ ମଧ୍ୟ ଲୋକଙ୍କୁ ପିଲା ଜନ୍ମ କରିବା ଉପରେ ନିୟନ୍ତ୍ରଣ ଆଣିବାକୁ ନିବେଦନ କରାଯାଇଛି | କିନ୍ତୁ ଆଜି ଆମେ ଯେଉଁ ଦେଶ ବିଷୟରେ କହିବାକୁ ଯାଉଛୁ ସେଠାରେ ମାମଲା ଠିକ ଏହାର ଓଲଟା ଅଟେ | ଏହି ଦେଶରେ ଯଦି ୭ ଗୋଟି ପିଲା ଜନ୍ମ କରନ୍ତି ତେବେ ଆପଣଙ୍କୁ ସ୍ବର୍ଣ୍ଣ ପଦକ ଦିଆଯିବ |

ଆଜିର ସମୟରେ ଅଧିକାଂଶ ଦେଶ ନିଜର ବଢୁଥିବା ଜନସଂଖ୍ୟାକୁ ନେଇ ଚିନ୍ତିତ ରହୁଛନ୍ତି | ଏହି ଦେଶ ଗୁଡିକ ଜନସଂଖ୍ୟା ନିୟନ୍ତ୍ରଣ କରିବା ପାଇଁ ଅନେକ ଉପାୟ ମଧ୍ୟ କରିଛନ୍ତି, ଯାହାର କିଛି ବିଶେଷ ପ୍ରଭାବ ମଧ୍ୟ ଦେଖିବାକୁ ମିଳି ନାହିଁ |

ଆପଣଙ୍କୁ ଶୁଣିବା ପରେ ଆଶ୍ଚର୍ଯ୍ୟ ଲାଗିବ କିନ୍ତୁ ଏହା ସତ୍ୟ ଅଟେ | ଏପରି ଏକ ଦେଶ ଅଛି କଜାଖସ୍ତାନ | ଏହି ଦେଶରେ ୭ରୁ ଅଧିକ ପିଲା ଜନ୍ମ କରୁଥିବା ମହିଳାଙ୍କୁ ସ୍ବର୍ଣ୍ଣ ପଦକ ଦିଆଯାଇଥାଏ | ଏଥିସହିତ ତାଙ୍କୁ ହିରୋ ମଦର୍ସର ଉପାଧି ଦିଆଯାଇଥାଏ |

ଯଦି ମହିଳା ୬ ଗୋଟି ପିଲାକୁ ଜନ୍ମ ଦେଇଛନ୍ତି ତେବେ ତାଙ୍କୁ ରୋପ୍ୟ ପଦକ ଦିଆଯାଇଥାଏ | ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ ଯେ ଏହି ମହିଳାଙ୍କୁ ପଦକକୁ ଛାଡିଲେ ମଧ୍ୟ ଅନେକ ସୁବିଧା ଗୁଡିକ ଦିଆଯାଇଥାଏ |

ଏଥିରେ ସମ୍ପୂର୍ଣ୍ଣ ଜୀବନ ସରକାରୀ ଭତ୍ତା ମଧ୍ୟ ଶାମିଲ ରହିଛି | ଭତ୍ତା ମୁତାବକ, ମହିଳା ଏବଂ ତାଙ୍କ ପରିବାରକୁ ସମ୍ପୂର୍ଣ୍ଣ ଜୀବନ ମାଗଣାରେ ରାସନ ଏବଂ ଘର ଖର୍ଚ୍ଚ ଦିଆଯାଇଥାଏ | ଏଥିପାଇଁ ୭ ଗୋଟି ପିଲାକୁ ଜନ୍ମ କରିବା ଜରୁରୀ ଅଟେ |

କଜାଖସ୍ତାନରେ ସରକାର ଗର୍ଭବତୀ ମହିଳା ମାନଙ୍କୁ ଆର୍ଥିକ ସାହାଯ୍ୟ କରିଥାନ୍ତି | ଏଠାରେ ହିରୋ ମଦର ହେବା ପାଇଁ ଚାରୋଟି ପିଲା ହେବା ଆବଶ୍ୟକ ରହିଥାଏ | ଯଦି ଏପରି ନହୁଏ ତେବେ ମହିଳାଙ୍କୁ କୌଣସି ମାସିକ ଭତ୍ତା ଦିଆଯିବ ନାହିଁ |

ଯେଉଁ ଘେରରେ ୬ରୁ ୭ ପିଲା ରହିଛନ୍ତି, ସେଠାରେ ସମ୍ପୂର୍ଣ୍ଣ ଜୀବନ ଭତ୍ତା ଦିଆଯାଇଥାଏ | କିନ୍ତୁ ଯେଉଁଠାରେ ଚାରୋଟି ପିଲା ଅଛନ୍ତି ସେଠାରେ ପିଲାଙ୍କର ୨୧ ବର୍ଷ ହେବା ପର୍ଯ୍ୟନ୍ତ ଏହି ଭତ୍ତା ଦିଆଯାଇଥାଏ | କଜାଖସ୍ତାନରେ ଇଲା ଜନ୍ମ କରିଲେ ପୁରସ୍କାର ଦେବାର ପ୍ରଥା ୧୯୪୪ରୁ ଆରମ୍ଭ କରାଯାଇଥିଲା |

କଜାଖସ୍ତାନ ସାମାଜିକ କାର୍ଯ୍ୟକ୍ରମ ବିଭାଗର ଅକସାନା ଆଳୁସେଜୋବା ମୁତାବକ, ଅଧିକ ପିଲା ଜନ୍ମ କରିବା ଏଠାକାର ସରକାରୀ ନୀତିରେ ଶାମିଲ ରହିଛି | ଦେଶର ସାନସଂଖ୍ୟା ବହୁତ କମ ରହିଛି | ଯଦି ଅଧିକ ପିଲା ଜନ୍ମ ହେବେ ତେବେ ତାଙ୍କ ଜନସଂଖ୍ୟା ବୃଦ୍ଧି ପାଇବ |

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *