ଯଦି ସେ ଦିନ ଫୋନ କଲ ନ ଆସିଥାନ୍ତା ତେବେ ଅକ୍ଷୟ କୁମାର ଏହି ବ୍ଲକବାଷ୍ଟର ଫିଲ୍ମରୁ ଏଣ୍ଟ୍ରୀ କରିଥାନ୍ତେ ବଲିଉଡକୁ, କିନ୍ତୁ କିଛି ହୋଇଥିଲା ଏପରି

ମୁମ୍ବାଇ: ଅକ୍ଷୟ କୁମାର ବଲିଉଡକୁ ଆସିବାର ୩୧ ବର୍ଷ ହୋଇଗଲାଣି। ସେ ୧୯୯୧ ଜାନୁଆରୀ ୨୫ ତାରିଖରେ ରିଲିଜ ହୋଇଥିବା ଫିଲ୍ମ ‘ସୌଗନ୍ଧ ‘ରୁ ସିନେମା ଜଗତକୁ ଆସିଥିଲେ। ପ୍ରଥମ ଫିଲ୍ମ ତାଙ୍କର ଫ୍ଲପ ହେବା ପରେ ମଧ୍ୟ ସେ ତାଙ୍କ ପରିଚୟ ସିନେମା ଜଗତରେ କମେଇଥିଲେ। ଏବେ ତାଙ୍କ ଗଣନା ସେହି ଷ୍ଟାର ମାନଙ୍କ ସହ ହେଉଛି ଯେଉଁମାନେ ଫିଲ୍ମ କରିବାକୁ ସବୁଠାରୁ ଅଧିକ ପଇସା ନିଅନ୍ତି। ବହୁତ କମ ଲୋକ ଜାଣିଛନ୍ତି କି ଅଜୟ ଦେବଗନ ଯେଉଁ ଫିଲ୍ମ ପାଇଁ ସୁପରଷ୍ଟାର ହୋଇଥିଲେ ସେ ଫିଲ୍ମ ପ୍ରଥମେ ଅକ୍ଷୟ କୁମାରଙ୍କୁ ମିଳିଥିଲା। ଏହି ଫିଲ୍ମ ର ନାଁ ହେଉଛି-ଫୁଲ ଅର କାଣ୍ଟେ। ସେଦିନର ସେହି ଫୋନ କଲ ପାଇଁ ତାଙ୍କୁ ଏହି ବ୍ଲକବାଷ୍ଟର ଫିଲ୍ମ ଛାଡି ଫ୍ଲପ ଫିଲ୍ମରୁ ଡେବ୍ୟୁ ଆରମ୍ଭ କରିବାକୁ ପଡିଥିଲା।

ଅକ୍ଷୟ କୁମାର ଏକ ଇଣ୍ଟରବ୍ୟୁରେ କହିଥିଲା କି ତାଙ୍କୁ ଫିଲ୍ମ ଫୁଲ ଅର କାଣ୍ଟେର ନୂଆ ସୁଯୋଗରେ ରିପ୍ଲେସ କରି ଦିଆ ଯାଇଥିଲା। ମୁଁ ୧୯୯୧ ମସିହାରେ ରିଲିଜ ହୋଇଥିବା ଫିଲ୍ମ ଫୁଲ ଅର କାଣ୍ଟେ ରେ ଥିଲି। ମୁଁ ଏହି ଫିଲ୍ମର ଗୀତର ମେକିଙ୍ଗରେ, ଫଟୋ ସୁଟରେ ଏବଂ ଏହା ବ୍ୟତିତ ଅନ୍ୟ ବି କେତେ ଯାଗାରେ ଥିଲି।

ଅକ୍ଷୟ ଇଣ୍ଟରବ୍ୟୁରେ କହିଥିଲେ କି ନଦୀମ ଶ୍ରବଣଙ୍କ ସହିତ ମୋର ମ୍ୟୁଜିକ ସେଶନ ଚାଲୁଥିଲା, ମୁଁ ଫିଲ୍ମ ଫୁଲ ଅର କାଣ୍ଟେର ସୁଟିଙ୍ଗ ପାଇଁ ପ୍ରସ୍ତୁତ ହେଉଥିଲି ଏବଂ ସେହି ସମୟରେ ତାଙ୍କୁ ଏକ କଲ ଆସିଲା କି ସେ ସକାଳେ ସୁଟିଙ୍ଗକୁ ନ ଯିବା ପାଇଁ।

ଫିଲ୍ମରେ ଅକ୍ଷୟ କୁମାରଙ୍କ ଯାଗାରେ ଅଯୟ ଦେବଗନଙ୍କୁ ନିଆ ଯାଇଥିଲା। ଏହି ଫିଲ୍ମ ୧୯୯୧କୁ ରିଲିଜ ହୋଇଥିଲା। ଏହାପରେ ସେହି ବର୍ଷ ଅକ୍ଷୟ କୁମାର ସୌଗନ୍ଧ ଫିଲ୍ମର ଡେବ୍ୟୁ କରିଥିଲେ, ଯାହା ସୁପର ଫ୍ଲପ ଥିଲା।

ଫିଲ୍ମ ଫୁଲ ଅର କାଣ୍ଟେରୁ ଅଯୟ ଦେବଗନ ତାଙ୍କର ଫିଲ୍ମ କାରିଅର ଆରମ୍ଭ କରିଥିଲେ। ଅଯୟ ବଲିଉଡର ସ୍ଟଣ୍ଟମ୍ୟାନ ବୀରୂ ଦେବଗନଙ୍କ ପୁଅ ଥିଲେ, ସେଇଠି ଅକ୍ଷୟ କୁମାର ଦିଲ୍ଲୀର ଆଉଟସାଇଡର ଥିଲେ।

ଅକ୍ଷୟ କୁମାର ଆଉ ଏକ ଇଣ୍ଟରବ୍ୟୁରେ କହିଥିଲେ କି ସେ ୧୯୯୩ରେ ଆସିଥିବା ଅମିର ଖାନଙ୍କ ଫିଲ୍ମ ଯୋ ଜିତା ଓ୍ବହି ସିକନ୍ଦରର ଅଡିସନ ଦେଇଥିଲେ। ଏହି ରୋଲ ଆଣ୍ଟୀ ହିରୋର ଥିଲା। ଅଡିସନରେ ମତେ ରିଜେକ୍ଟ କରି ମୋ ଜାଗାରେ ଦୀପକ ତନେଜାଙ୍କୁ ରଖା ଯାଇଥିଲା। ସେ କହିଥିଲେ କି ତାଙ୍କ କାରିଅର ଆରମ୍ଭ ସମୟରେ ସେ ବି.ଆର ଚୋପଡା , ରବୀ ଚୋପଡା , ରାଜ ସିପ୍ପିଙ୍କ ଠାରୁ ପ୍ରମୋଦ ଚକ୍ରବତୀଙ୍କ ପରି କେତେକ ଡାଇରେକ୍ଟରଙ୍କ ପାଖରେ ଅଡିସନ ଦେଇଥିଲେ କିନ୍ତୁ ସେଥିରେ ସେ ଅସଫଳ ଥିଲେ।

୧୯୯୪ ସୁଧା ଅକ୍ଷୟ କୁମାର ତାଙ୍କର ପରିଚୟ ଅଳ୍ପ ବହୁତ କମେଇ ସାରିଥିଲେ। ତାଙ୍କୁ ଲଗାତାର ଫିଲ୍ମ ଅଫର ମିଳିବାକୁ ଲାଗିିଲା। ୧୯୯୪ରେ ତାଙ୍କର ୧୨ଟି ଫିଲ୍ମ ରିଲିଜ ହୋଇଥିଲା। ୧୯୯୨ ରୁ ୨୦୦୦ ପର୍ଯ୍ୟନ୍ତ ଅକ୍ଷୟ କୁମାର ୪୨ଟି ଫିଲ୍ମ କରି ସାରିଥିଲେ। ଯେଉଁଥିରୁ ୧୨ଟି ଫିଲ୍ମ ହିଟ ହୋଇଥିଲା।

ଏକ ଇଣ୍ଟରବ୍ୟୁରେ ଅକ୍ଷୟ କହିଥିଲେ କି ସେ କ’ଣପାଇଁ ଆକ୍ଟର ହେବାକୁ ନିସ୍ପତି ନେଇଥିଲେ? ସେ କହିଥିଲେ କି ସେ ମାର୍ଶଲ ଆର୍ଟସ ଶିଖାଉଥିଲେ। ଦିନେ ତାଙ୍କର ଏକ ଷ୍ଟୁଡେଣ୍ଟଙ୍କ ବାପା ତାଙ୍କୁ ମଡଲିଙ୍ଗ କରିବାକୁ ଉପଦେଶ ଦେଇଥିଲେ। ଏହାପରେ ଅକ୍ଷୟ ଏକ ସ୍ଟୁଡିଓ ଗଲେ ଏବଂ ସେଠାକୁ ଏକ ଝିଅ ଆସିଲେ। ସେହି ଦୁଇଜଣ ମିଶି ପୋଜ ଦେଇ ଫଟୋ ଉଠାଇ ଥିଲେ। ତାଙ୍କୁ ସନ୍ଧ୍ୟା ବେଳକୁ ୨୧୦୦୦ ଟଙ୍କାର ଚେକ ଦିଆ ଯାଇଥିଲା।

ଅକ୍ଷୟ କୁମାର କହିଥିଲେ କି ଯିଏ ତାଙ୍କୁ ଫିଲ୍ମ କରିବାକୁ ଉପଦେଶ ଦେଇଥିଲେ ସେ ହିଁ ଡାଇରେକ୍ଟର ପ୍ରମୋଦ ଚକ୍ରବତୀଙ୍କ ସହ ତାଙ୍କର ଦେଖା କରାଇ ଥିଲେ। ପ୍ରଥମ ଦେଖାରେ ସେ ପାଞ୍ଚ ମିନିଟ ଭିତରେ ତାଙ୍କୁ ତିନୋଟି ଫିଲ୍ମ ଅଫର କରିଥି୍ଲେ କିନ୍ତୁ ସବୁ ଫିଲ୍ମ ଫ୍ଲପ ହୋଇଥିଲା। ଚତୁୁର୍ଥ ଫିଲ୍ମଟା ଠିକ ଠାକ ଥିଲା।

ଅକ୍ଷୟ କୁମାରଙ୍କ ଆଗକୁ ଆସୁଥିବା ଫିଲ୍ମ ଗୁଡିକ ହେଲା-ଅତରଙ୍ଗୀରେ , ରାମସେତୂ , ସୂର୍ଯ୍ୟବଂଶୀ , ବେଲ ବଟମ ଏବଂ ପୃଥ୍ବୀରାଜ। ବର୍ତ୍ତମାନ ସେ ବଚ୍ଚନ ପାଣ୍ଡେ ଫିଲ୍ମ ସୁଟିଙ୍ଗରେ ବ୍ୟସ୍ତ ଅଛନ୍ତି।

ଅକ୍ଷୟ କୁମାରଙ୍କ ୧୧ଟି ଫିଲ୍ମ ବକ୍ସ ଅଫିସରେ ୧୦୦କୋଟିର ନେଟ କଲେକ୍ସନ କରିଛି। ୧୦୦କୋଟି କଲେକ୍ସନ କରିଥିବା ପ୍ରଥମ ଫିଲ୍ମ ହେଉଛି ହାଉସ ଫୁଲ ୨। ସେ ବଲିଉଡର ଏକ ମାତ୍ର ସୁପରଷ୍ଟାର ଅଟନ୍ତି ଯିଏ ଗୋଟିଏ ବର୍ଷରେ ୩ଟି ଫିଲ୍ମରୁ ୨୦୦କୋଟି ଟଙ୍କା କଲେକ୍ସନ କରିଛନ୍ତି। ଯେତେବେଳେ ତାଙ୍କ ଫିଲ୍ମ ମିଶନ ମଙ୍ଗଳ, ହାଉସ ଫୁଲ ୪ ଏବଂ ଗୁଡ ନ୍ୟୁଜ ୨୦୦କୋଟିରୁ ଅଧିକ କଲେକ୍ସନ କରିଥିଲା।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *