କାର୍ତ୍ତିକ ମାସରେ ଏହି ନିୟମ ମାନିଲେ ଧର୍ମ ମାସ ସଫଳ ହୋଇଥାଏ, ତେବେ ଜାଣନ୍ତୁ କଣ ସେହି ନିୟମ

ବନ୍ଧୁଗଣ, ଏହି କାର୍ତ୍ତିକ ମାସ ଭଗବାନ ବିଷ୍ଣୁଙ୍କର ପ୍ରିୟ ଅଟେ। ଏହି କାର୍ତ୍ତିକ ମାସକୁ ବହୁତ ପୂଜନୀୟ ମାନାଯାଇଥାଏ। ଶାସ୍ତ୍ର ଅନୁସାରେ ଏହି ମାସରେ ପୂଜା ବ୍ରତ କରିବା ଦ୍ୱାରା ଆମର ସମସ୍ତ ମାନସିକ ପୂରଣ ହୋଇଥାଏ। ଏହା କରିବା ଦ୍ୱାରା ଘରେ ସୁଖ ଏବଂ ଶାନ୍ତି ଭରି ଯାଇଥାଏ। କୁହାଯାଏ କି ଭଗବାନ ବିଷ୍ଣୁ ପ୍ରଭୁ ନାରଦଙ୍କୁ ଏବଂ ପ୍ରଭୁ ବୁଦ୍ଧଙ୍କୁ ଏହି କାର୍ତ୍ତିକ ମାସ ମହାନତା ବିଷୟରେ କହିଥିଲେ ଏହା ବ୍ୟତୀତ ଏହି ମାସରେ କେତେକ ନିୟମ ମଧ୍ୟ ରହିଛି ଯେଉଁ ନିୟମ ଗୁଡିକ ପାଳନ କରିବା ଦ୍ୱାରା ସମସ୍ତ ମନସ୍କାମନା ପୂରଣ ହୋଇଥାଏ। ଏବଂ ଗୃହକୁ ସୁଖ ଏବଂ ଶାନ୍ତିର ଆଗମନ ହୋଇଥାଏ। ତେବେ ଆସନ୍ତୁ ଜାଣିନେବା କଣ ସେହି ନିୟମ ଗୁଡିକ ଯାହାକୁ ଆପଣ ମାନେ ପାଳନ କରିବା ଦ୍ୱାରା ଭଗବାନଙ୍କୁ ଲାଭ କରିପାରିବେ ଏବଂ ଲକ୍ଷ୍ୟପତି ହୋଇପାରିବେ। ତେବେ କାର୍ତ୍ତିକ ମାସରେ କରନ୍ତୁ ଏହି ୭ ଟି ଉପାୟ ଏବଂ କରନ୍ତୁ ପୁଣ୍ୟ ପ୍ରାପ୍ତି। ତେବେ ଆସନ୍ତୁ ଜାଣିବା ସେହି କୋଣ ସବୁ ୭ ଟି ଉପାୟ।

ବନ୍ଧୁଗଣ କାର୍ତ୍ତିକ ମାସ ହେଉଛି ପବିତ୍ର ମାସ, ଧର୍ମର ମାସ, ତେଣୁ ଏହି କାର୍ତ୍ତିକ ମାସରେ ଏହି ନିୟମ ଗୁଡିକୁ ପାଳନ କରିବା ଦ୍ୱାରା ବର୍ଷ ଯାକର ପାପରୁ ମୁକ୍ତି ମିଳିଥାଏ ଏବଂ ପୁଣ୍ୟ ପ୍ରାପ୍ତି ହୋଇଥାଏ ବୋଲି କୁହାଯାଇଥାଏ। ତେବେ ବନ୍ଧୁଗଣ ଆସନ୍ତୁ ଜାଣିନେବା ସେହି ୭ ଟି ନିୟମ ବିଷୟରେ, ଯାହାକୁ କରିବା ଦ୍ୱାରା ଆପଣ ଏହି କାର୍ତ୍ତିକ ମାସରେ ଧର୍ମ ପ୍ରାପ୍ତି କରିପାରିବେ ଏବଂ ପୁଣ୍ୟ ପ୍ରାପ୍ତି କରିବା ସହିତ ଘରକୁ ଧନ ଆଗମନର ରାସ୍ତା ମଧ୍ୟ ଖୋଲିଯିବ।

ତୁଳସୀ ଗଛକୁ ପୂଜା କରିବା:

ଶ୍ରୀ ହରୀଙ୍କର ତୁଳସୀ ଅତି ପ୍ରିୟ ହୋଇଥିବାରୁ ଏହି କାର୍ତ୍ତିକ ମାସରେ ତୁଳସୀ ପୂଜାକୁ ବହୁତ ମହତ୍ୱ ଦିଆଯାଇଛି। କହିବାକୁ ଗଲେ ତୁଳସୀ ଗଛକୁ ପୂଜା କରିବା ଦ୍ୱାରା ସମସ୍ତ ମନସ୍କାମନା ପୂରଣ ହୋଇଥାଏ। ତେଣୁ ସେଥିପାଇଁ ତୁଳସୀ ଗଛକୁ ପୂଜା କରିବା ଅତ୍ୟନ୍ତ ଆବଶ୍ୟକ ହୋଇଥାଏ। କହିବାକୁ ଗଲେ ଏହି ମାସରେ ତୁଳସୀ ଗଛକୁ ପୂଜା କରିବା ଦ୍ୱାରା ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କର ବିଶେଷ କୃପା ମିଳିଥାଏ। ତେଣୁ ଏହି କାର୍ତ୍ତିକ ମାସରେ ତୁଳସୀ ଗଛକୁ ପୂଜା କରିବା ଅତ୍ୟନ୍ତ ଜରୁରୀ ହୋଇଥାଏ।

ଦ୍ୱୀପ ଦାନ କରିବା :


ଏହି କାର୍ତ୍ତିକ ମାସରେ ଅନ୍ୟ ଏକ ପୁଣ୍ୟ କରିବା କାର୍ଯ୍ୟ ହେଉଛି ଦ୍ୱୀପ ଦାନ କରିବା। ଏହି ମାସରେ ଯଦି ଆପଣ ମାନେ କୌଣସି ପୋଖରୀରେ ଦ୍ୱୀପ ଦାନ କରୁଛନ୍ତି, ତେବେ ଆପଣଙ୍କୁ ବହୁତ ପୁଣ୍ୟ ମିଳିଥାଏ। ଏହି ସୁବର୍ଣ ମାସରେ କୌଣସି ନଦୀ ଏବଂ ପୋଖରୀରେ ଦ୍ୱୀପ ଦାନ କରିବା ଉଚିତ ହୋଇଥାଏ। ଏହି ଦ୍ୱୀପ ଦାନ କରିବା ଦ୍ୱାରା ଘରୁ ସମସ୍ତ ପ୍ରକାରର ନାକାରାତ୍ମକ ପ୍ରଭାବ ଦୂର ହୋଇଥାଏ।

ଭୂମିରେ ଶୟନ କରିବା:

ଶାସ୍ତ୍ର ଅନୁସାରେ ଏହି କାର୍ତ୍ତିକ ମାସରେ ବିଛଣା ଅପେକ୍ଷା ଭୂମିରେ ଶୟନ କରିବା ବହୁତ ମାତ୍ରାରେ ଆବଶ୍ୟକ ହୋଇଥାଏ। ଏମିତି ମାନାଯାଇଥାଏ ଯେ ଏହି ମାସରେ ଭୂମିରେ ଶୟନ କରିବା ଦ୍ୱାରା ବ୍ୟକ୍ତିର ମନ ଭଲ ରହିଥାଏ। ବ୍ୟକ୍ତିର ଅନ୍ତରରୁ ନାକାରାତ୍ମକ ଭାବନା ଦୂର ହୋଇ ସାକାରାତ୍ମକ ଭାବନା ସୃଷ୍ଟି ହୋଇଥାଏ। ଏହା କରିବା ଦ୍ୱାରା ଶରୀରର ରକ୍ତ ସଂଚାଳନ ଭଲ ହୋଇଥାଏ।

ତେଲ ନଲଗାଇବା:

ଏହି ମାସରେ ତେଲ ଲାଗାଇବା ଅନୁଚିତ ବୋଲି ମାନାଯାଇଥାଏ। କୁହାଯାଇ ଥାଏ କି ଏହି ମାସରେ କେବଳ ଚତୁର୍ଥୀଦିନ ଶରୀରରେ ତେଲ ଲଗାଇ ପାରିବେ।

କୁହାଯାଇଥାଏକି ଏହି ମାସରେ ମୁଗ, ଚଣା ଏବଂ ମଟର ଆଦିର ସେବନ କରିବା ଅନୁଚିତ ହୋଇଥାଏ।ଏହା ବ୍ୟତୀତ ବ୍ୟକ୍ତିଙ୍କୁ ମଦ ଏବଂ ମାଂସ ଠାରୁ ଦୁରେଇ ରହିବା ଅତ୍ୟନ୍ତ ଉଚିତ ହୋଇଥାଏ। 

ଯେଉଁମାନେ ଏହି ମାସରେ ବ୍ରତ ରଖିଥାଆନ୍ତି, ତପସ୍ୱୀ ମାନଙ୍କର ପରି ଜୀବନ ଅତିବାହିତ କରିବା, ଏହା ଛଡା କମ କଥା କହିବା, ଝଗଡା ଆଦି ନକରିବା ବହୁତ ଭଲ ହୋଇଥାଏ। ଏହି ସମୟରେ ବ୍ୟକ୍ତି ନିଜକୁ ନିୟନ୍ତ୍ରଣରେ ରଖିବା ବହୁତ ଜରୁରୀ ହୋଇଥାଏ।

ବ୍ରହ୍ମଚର୍ଯ୍ୟ ନିୟମ:


ଏହି ମାସରେ ବ୍ରହ୍ମଚର୍ଯ୍ୟ ନିୟମ ପାଳନ କରିବା ବହୁତ ଜରୁରୀ ହୋଇଥାଏ। ଏହି ସମୟରେ ଭଗବାନ ବିଷ୍ଣୁଙ୍କର ନାମକୁ ଜପ କରିବା ଅତ୍ୟଧିକ ଜରୁରୀ ହେବା ସହିତ ଜୀବନରେ ଶାନ୍ତି, ସୁଖ ମିଳିବା ସହିତ ଘରକୁ ଧନ ରତ୍ନ ଆସିଥାଏ ଏବଂ ଘରେ ସର୍ବଦା ଖୁସିର ବାତାବରଣ ଲାଗି ରହିଥାଏ। ସନ୍ତାନ ସନ୍ତତି ମାନଙ୍କର ଖୁସିର ଲହରୀ ଘରେ ଖେଳି ଯାଇଥାଏ।

Leave a Reply

Your email address will not be published. Required fields are marked *