ଭୁଲରେ ମଧ୍ୟ ଲେମ୍ବୁ ଖାଆନ୍ତୁ ନାହିଁ ଏହି ୫ ଟି ରୋଗରେ ଆକ୍ରାନ୍ତ ଥିବା ସମୟରେ। ନଚେତ ପରିଣାମ ଭୟଙ୍କର ହୋଇଥାଏ।

ଆୟୁର୍ବେଦିକ ରେ ଏହିଭଳି ଅନେକ ଖାଦ୍ୟ ନଅ ଖାଇବା ପାଇଁ ବାରଣ କରାଯାଇଥାଏ। ଯାହାକୁ ରୋଗରେ ଆକ୍ରାନ୍ତ ଥିବା ସମୟରେ ଖାଇ ପାରିବା ନାହିଁ। ସେଥିମଧ୍ୟରୁ ଲେମ୍ବୁକୁ ଖାଇବା ଅନୁଚିତ। ଲେମ୍ବୁ ରେ ପ୍ରଚୁର ମାତ୍ରାରେ ଭିଟାମିନ ସି ରହିଥାଏ। ଯାହା ଶରୀରରେ କେଶ ବୃଦ୍ଧି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। କିନ୍ତୁ ଆପଣଙ୍କୁ ଏହା ସୂଚିତ କରାଇଦିଆ ଯାଉଛି ଯେ ଏହି ୫ଟି ରୋଗରେ ଆକ୍ରାନ୍ତ ଥିବା ସମୟରେ ଯଦି ଆପଣ ଲେମ୍ବୁ ସହ ଖାଆନ୍ତି ତେବେ ଆପଣଙ୍କୁ ଲାଭ ହେବା ଜାଗାରେ କ୍ଷତି ହୋଇଥାଏ। ଆସନ୍ତୁ ଏହି ଭୁଲ କମ୍ବିଂନେସନ ବିଷୟରେ ଜାଣିବା।

ତେବେ ଲେମ୍ବୁ ର ଉପକାରିତା ବିଷୟରେ ସମସ୍ତେ ଜାଣି ଥିବେ ହେଲେ ଉପକାରିତା ସହ ଲେମ୍ବୁ ର ଅପକାରିତା ମଧ୍ୟ ରହିଛି। ଯଦିଓ ଲେମ୍ବୁ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ, କିନ୍ତୁ କିଛି ଲୋକଙ୍କ ସମସ୍ୟା ଅଛି ଯେଉଁଥିରେ ଲେମ୍ବୁ ପିଇବା ବିଷ ଭଳି ଅଟେ। ଯାହାକି ଆଜି ଆମେ ଆପଣଙ୍କୁ ସେହି ବିଷୟରେ କହିବାକୁ ଯାଉଛୁ।

୧) କିଡନୀ ସମସ୍ୟା: – ଯେଉଁମାନଙ୍କର କିଡନୀ କିମ୍ବା ଯକୃତ ସମସ୍ୟା ଥାଏ, ସେମାନେ ଲେମ୍ବୁ ପାଣି ପିଇବା ଉଚିତ୍ ନୁହେଁ। କାରଣ ଲେମ୍ୱୁରେ ପ୍ରଚୁର ପରିଣାମରେ ଏସିଟିକ୍ ଅମ୍ଳ ରହିଛି। ଯାହାକି କିଡ୍ନୀ କୁ ନଷ୍ଟ କରିଦେଇଥାଏ।

୨) ଗଣ୍ଠି ଯନ୍ତ୍ରଣା:- ଶରୀରରେ ଯେତେବେଳେ କ୍ୟାଲସିୟମ ଅଭାବ ହୁଏ ସେତେବେଳେ ଗଣ୍ଠି ଯନ୍ତ୍ରଣା ହୋଇଥାଏ। ଏହା ସେତେବେଳେ ହୋଇଥାଏ ଯେତେବେଳେ ଆବଶ୍ୟକତା ଠାରୁ ଅଧିକ ଲେମ୍ବୁ ସେବନ କରିବେ। ଏହା ଶରୀରରୁ କ୍ୟାଲସିୟମ ମୁକ୍ତ କରିଥାଏ ଯାହା ହାଡକୁ ଦୁର୍ବଳ କରିଥାଏ।

୩) ଏସିଡ୍:- ଲେମ୍ୱୁରେ ପ୍ରଚୁର ପରିଣାମରେ ସାଇଟ୍ରିକ୍ ଅମ୍ଳ। ଏହା ପେଟକୁ ଗ୍ୟାସ କରିଦେଇଥାଏ। ଯଦି ଆପଣଙ୍କ ପତଳା ଝାଡା ହେଉଛି ତେବେ ସେତେବେଳେ ଲେମ୍ବୁ ପାଣି ପିଆନ୍ତୁ ନାହିଁ। ନଚେତ ଏହା ପେଟକୁ ଆହୁରି ଗ୍ୟାସ କରିଦେଇଥାଏ।

୪) ଦାନ୍ତ ଯନ୍ତ୍ରଣା:- ଯେଉଁମାନଙ୍କର ଦାନ୍ତ ଦୁର୍ବଳ, ସେମାନଙ୍କ ପାଇଁ ଲେମ୍ବୁ ବିପଜ୍ଜନକ ଅଟେ। କାରଣ ଦାନ୍ତ ମଧ୍ୟ କ୍ୟାଲସିୟମ ଆବଶ୍ୟକ କରିଥାଏ। ହେଲେ ଲେମ୍ବୁ ଶରୀରରୁ କ୍ୟାଲସିୟମକୁ ମୁକ୍ତ କରିଦେଇଥାଏ। ଯାହାଫଳରେ ଦାନ୍ତର ଆହୁରି ମୂଳକୁ ଦୁର୍ବଳ କରିଦେଇଥାଏ।

କଫ: – ଲେମ୍ବୁ ପାଣି ପିଇବା ଦ୍ୱାରା କଫ ଥଣ୍ଡା ସମସ୍ୟା ବଢିଯାଏ, ଯାହା ଛାତିରେ କଫ ଜାମ ସୃଷ୍ଟି କରିଥାଏ ଏବଂ ବହୁତ ଅସୁବିଧାଜନକ ଅଟେ।

ଏଠାରେ ଦିଆ ଯାଇଥିବା ସୂଚନାର କୌଣସି ଚିକିତ୍ସିତ ପରାମର୍ଶ ଙ୍କ ବିକଳ୍ପ ନାହିଁ। ଏହା କେବଳ ସାଧାରଣ ଶିକ୍ଷା ଦେବା ଉଦେଶ୍ୟ ରେ ଦିଆଯାଇଛି।

Leave a Reply

Your email address will not be published. Required fields are marked *