ଗାଡ଼ିରେ ବସିଲେ ବାନ୍ତି ହେଉଛି କି ? ଏହି ଚାରୋଟି ଉପାୟ ଅବଲମ୍ବନ କରନ୍ତୁ ଏଥିରୁ ମୁକ୍ତି ମିଳିବ

ପ୍ରାୟ ସମସ୍ତ ଲୋକଙ୍କୁ ଲଙ୍ଗ ଡ୍ରାଇଭ୍ ରେ ଯିବା ପାଇଁ ପସନ୍ଦ କରିଥାନ୍ତି। କାରଣ ଯେତେବେଳେ ଆମେ କୌଣସି ଦୂର ସ୍ଥାନକୁ ଯାଇଥାଉ ସେତେବେଳେ ଆମ ମୁଣ୍ଡରେ ଥିବା ସମସ୍ତ ଚିନ୍ତା ଓ ଦୁଃଖକୁ ଛାଡି ଦେଇ ଆସିଥାଉ। ଯାହାଫଳରେ ଆମ ଯାତ୍ର ଆହୁରି ସୁଖମୟ ଓ ଆନନ୍ଦ ଦାୟକ ହୋଇଥାଏ। ହେଲେ କିଛି ଲୋକେ ଲଙ୍ଗ ଡ୍ରାଇଭ୍ ରେ ଯାଇ ପାରନ୍ତି ନାହିଁ ତେବେ ସେମାନଙ୍କର ମୁଖ୍ୟ ସମସ୍ୟା ହେଲା ବାନ୍ତି।

ଯେତେବେଳେ ଦୂରକୁ ଯାତ୍ରା କରିବା ସମୟରେ ଯଦି ବାନ୍ତି ହୁଏ ସେତେବେଳେ ଯାତ୍ରା ପୂରା ଖରାପ ହୋଇଯାଏ। କେବଳ ସେତିକି ନୁହେଁ କିଛି ଲୋକେ ସାଙ୍ଗରେ ବାନ୍ତି ବଟିକା ନେଇକି ଯାଇଥାନ୍ତି। କିନ୍ତୁ ଏହା ଅନେକ ସମୟରେ କାମ ଦେଇ ନଥାଏ। ହେଲେ ଆଜି ଆମେ ଆପଣଙ୍କୁ ଏପରି ଉପାୟ ବିଷୟରେ କହିବାକୁ ଯାଉଛୁ ଯଦି ଏହି ଉପାୟ ଅନୁସାରେ ଯିବେ ତେବେ ବାନ୍ତିରୁ ମୁକ୍ତି ପାଇବେ। ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।

୧. ଅନେକ ସମୟରେ ଲୋକମାନେ କୌଣସି ଦୂର ସ୍ଥାନକୁ ଯାତ୍ରା କଲା ବେଳେ ସାଙ୍ଗରେ ଚିପିସ ଏବଂ କୁରକୁରେ ଆଦି ସାଙ୍ଗରେ ନେଇକି ଯାଇଥାନ୍ତି। ଯାତ୍ରା ସମୟରେ ଆନନ୍ଦ ରେ ଖାଇଥାନ୍ତି। ହେଲେ ମନେ ରଖନ୍ତୁ ଦୂର ସ୍ଥାନକୁ ଯାତ୍ରା କଲା ବେଳେ ଏହି ସବୁ ଜିନିଷ ଖାଆନ୍ତୁ ନାହିଁ। କାରଣ ଏହାକୁ ଖାଇବା ଦ୍ୱାରା ଦେହରୁ ଜଳୀୟ ଅଂଶ କମିବା ସହ ପେଟରେ ଗ୍ୟାସ ହୋଇଥାଏ ଏବଂ ବାନ୍ତି ହେବାର ସମ୍ଭାବନା ବଢ଼େଇ ଦେଇଥାଏ।

୨. ଚା/ କଫି:- ଦୂର ସ୍ଥାନକୁ ଯେତେବେଳେ ଯାତ୍ରା କରନ୍ତି ସେତେବେଳେ ଗାଡିକୁ ଅଧ ବାଟରେ ରଖି ଅନେକ ଲୋକ ଚା କିମ୍ବା କଫି ପିଇବା ପାଇଁ ଭଲ ପାଆନ୍ତି। ହେଲେ ଏହାକୁ ପାନ କରିବା ମଧ୍ୟ ବାନ୍ତିର କାରଣ ହୋଇଥାଏ। ଏହିସବୁ ଜିନିଷରେ ଅଧିକ ମାତ୍ରାରେ କେଫିନ ରହିଛି ଯାହା ପିଇବା ପରେ ଗାଡ଼ିରେ ଯାତ୍ରା କରିବା ଆମ ସ୍ୱାସ୍ଥ୍ୟପ୍ରତି ହାନିକାରକ ଅଟେ।

୩. କୋଲଡ଼ ଡ୍ରିଙ୍କସ:- ଗାଡ଼ିରେ ଯାତ୍ରା କରିବା ସମୟରେ ବାନ୍ତି ହେବାର ଆଉ ଏକ କାରଣ ହେଉଛି କୋଲଡ଼ ଡ୍ରିଙ୍କସ। ତେବେ ଲୋକମାନେ ନିଜ ଯାତ୍ରାକୁ ମଜାଦାର ଓ ଆନନ୍ଦ ଦାୟକ କରିବା ପାଇଁ ଭିନ୍ନ ଭିନ୍ନ ଉପାୟ ସବୁ ଅବଲମ୍ବନ କରିଥାନ୍ତି। ସେଥିମଧ୍ୟରୁ କୋଲଡ଼ ଡ୍ରିଙ୍କସ ମଧ୍ୟ ପିଇଥାନ୍ତି। ହେଲେ କୋଲଡ଼ ଡ୍ରିଙ୍କସରେ ମଧ୍ୟ ପ୍ରଚୁର ପରିମାଣରେ କେଫିନର ଉପସ୍ଥିତି ରହିଛି। ଏହା ବ୍ୟତୀତ ଏଥିରେ ଥିବା ସୋଢା ପେଟରେ ପ୍ରତିକ୍ରିୟା ସୃଷ୍ଟି କରିଥାଏ।

୪. ଲୁଣ ଜାତୀୟ ଖାଦ୍ୟ:- ଗାଡ଼ିରେ ଯାତ୍ରା କରିବା ସମୟରେ ଲୁଣ ଜାତୀୟ ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ। ଗାଡ଼ିରେ ଯିବା ପୂର୍ବରୁ ଖାଆନ୍ତୁ ନାହିଁ। ଏହିସବୁ ଜିନିଷ ଖାଇବା ଦ୍ୱାରା ଗାଡ଼ିରେ ଯିବା ବେଳେ ବାନ୍ତି ହୋଇଥାଏ। ଯଦି ପାରୁଛନ୍ତି ସାଙ୍ଗରେ ସତେଜ ଫଳ ନେଇକି ଯାଆନ୍ତୁ ଏବଂ ରାସ୍ତା ସାରା ଖାଇ ଖାଇ ଯାଆନ୍ତୁ।

Leave a Reply

Your email address will not be published. Required fields are marked *