କାଢା ର ମହତ୍ତ୍ୱ , ରୋଗ ପ୍ରତିରୋଧକ କ୍ଷମତା କୁ ବୃଦ୍ଧି କରିଥାଏ , ଜାଣନ୍ତୁ ପ୍ରସ୍ତୁତ କରିବାର ପ୍ରଣାଳୀ :-

ବର୍ତ୍ତମାନ ସମୟରେ ଯେଉଁ କରୋନା ର ପ୍ରଭାବ ଲୋକଙ୍କ ଉପରେ ଭାରି ପଡ଼ିଛି । ସେହି କାରଣରୁ ଲୋକେ ନିଜ ସ୍ୱାସ୍ଥ୍ୟ ପ୍ରତି ବେଶ ଯତ୍ନ ନେବାରେ ଲାଗିଛନ୍ତି । ନିଜର ଖାଦ୍ୟାଭ୍ୟାସ ପ୍ରତି ନଜର ଦେଉଛନ୍ତି ଏବଂ ପ୍ରାୟ ସମସ୍ତେ ଘରେ କାଢା ପ୍ରସ୍ତୁତ କରି ପିଉଛନ୍ତି । ଯାହାଦ୍ୱାରା ବାସ୍ତବରେ ମଧ୍ୟ ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଥାଏ । ତେଣୁ ଆପଣ ନିଶ୍ଚିତ ଭାବରେ କାଢା ପ୍ରସ୍ତୁତ କରି ପିଇବା ଉଚିତ । ଯଦି ଆପଣ ମାନେ କାଢା ପ୍ରସ୍ତୁତ କରିବାର ପ୍ରଣାଳୀ ଜାଣି ନାହାଁନ୍ତି ତେବେ ଏହି ଲେଖାରେ ଆମେ ଘରେ କିପରି କାଢା ପ୍ରସ୍ତୁତ କରାଯାଏ ସେହି ସମ୍ବନ୍ଧରେ କହି ଦେଉଛୁ ।

କାଢା ପ୍ରସ୍ତୁତ କରିବାର ପ୍ରଣାଳୀ :-

୧ . ପ୍ରଥମେ ଏକ ସସପେନ ରେ ପିଇବା ଉପଯୋଗୀ ପାଣି ନିଅନ୍ତୁ ଏବଂ ତାହାକୁ ଗ୍ୟାସ ବସାଇ ଗରମ ହେବାକୁ ଛାଡ଼ି ଦିଅନ୍ତୁ ।

୨ . ପାଣି ଗରମ ହୋଇଯିବା ପରେ ସେଥିରେ ଡାଲଚିନି ଏବଂ ଲବଙ୍ଗ ପକାଇ ଅଳ୍ପ ସମୟ ଘାଣ୍ଟନ୍ତୁ ।

୩ . ଏହାର ଆଉ କିଛି ସମୟ ପରେ ସେଥିରେ ଗୁଜୁରାତି , ଅଳ୍ପ ମାତ୍ରାରେ ଗୁଡ଼ , ତେଜପତ୍ର ପକାନ୍ତୁ ।

୪ . ଏହାପରେ ସେଥିରେ ଗୋଲମରିଚ ଗୁଣ୍ଡ , ଅଦା ଛେଚା ଏବଂ ହଳଦୀ ଗୁଣ୍ଡ ପକାନ୍ତୁ । ମାତ୍ର ହଳଦୀ ସମସ୍ତଙ୍କ ଶରୀର ପାଇଁ ଉପଯୋଗୀ ହୋଇ ନଥାଏ ।

୫ . ତାପରେ ଏହାକୁ ଫୁଟିବାକୁ ଛାଡ଼ି ଦିଅନ୍ତୁ । ପାଣି ଫୁଟି ଗଲା ପରେ ସେଥିରେ ତୁଳସୀ ପତ୍ର ପକାନ୍ତୁ ।

୬ . ଆପଣ ଚାହିଁଲେ ସେଥିରେ ଗୂଡ଼ ବଦଳରେ ମହୁ ମଧ୍ୟ ପକାଇ ପାରିବେ ଏବଂ ବର୍ତ୍ତମାନ ଲେମ୍ବୁ ଚିପୁଡି ସସପେନ କୁ ବାହାର କରି ଦିଅନ୍ତୁ ।

ତେବେ ଆପଣ ପ୍ରତିଦିନ ଏହି ପ୍ରଦ୍ଧତି ଅବଲମ୍ବନ କରି କାଢା ପ୍ରସ୍ତୁତ କରି ପିଇଲେ ଆପଣଙ୍କ ଶରୀର ପାଇଁ ଏହା ଅତ୍ୟନ୍ତ ଲାଭଦାୟକ ହେବ ।ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ହେବ । କାରଣ ବର୍ତ୍ତମାନ ସମୟରେ ମହାମାରୀ ସହିତ ଲଢ଼ିବା ପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଁ ଅନେକ ଉପାୟ କହିବା ସହିତ କାଢା ପ୍ରସ୍ତୁତ କରି ପିଇବାକୁ ମଧ୍ୟ ପରାମର୍ଶ ଦେଉଛନ୍ତି ।

Leave a Reply

Your email address will not be published. Required fields are marked *