ଏହି ଆଲୀଶାନ୍ ମହଲରେ ହେବ ବରୁଣ- ନାତାଶାଙ୍କ ବିବାହ, ଧୁମ୍ ଧାମରେ ଚାଲିଛି ବିବାହ ପ୍ରସ୍ତୁତି

ବରୁଣ ଧାୱନ ଜାନୁଆରୀ ୨୪ରେ ନତାଶା ଦଲାଲଙ୍କୁ ବିବାହ କରିବା ପାଇଁ ଯାଉଛନ୍ତି। କପଲ୍ ମୁମ୍ବାଇ ନିକଟ ଆଲିବାଗ ଆଲୀଶାନ୍ ମହଲରେ ସମସ୍ତ ବିବାହ ରୀତିନୀତି ସମ୍ପନ୍ନ କରିବେ। ଖବର ଅନୁଯାୟୀ, ବରୁଣ ଏବଂ ନତାଶାଙ୍କ ବିବାହ ମଣ୍ଡପରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏକ ରିପୋର୍ଟ ଅନୁଯାୟୀ, ଯେଉଁଠାରେ କପଲ୍ ବିବାହ କରିବେ ସେଠାରେ, ଏକ ବିଳାସପୂର୍ଣ୍ଣ ୨୫ ରୁମ୍ ବିଶିଷ୍ଟ ରିସର୍ଟ ଅଟେ, ଯାହା ଆଲିବାଗ ଠାରୁ ମାତ୍ର ୧୦ମିନିଟ୍ ଦୂର ଅଟେ। ଏଠାରେ ଲଜ୍ଜରି ସୁବିଧା ସହିତ ମନୋରମ ସୁନ୍ଦର ଦୃଶ୍ୟ ମଧ୍ୟ ଅଛି। ୨୨ ଜାନୁଆରୀରେ ବରୁଣଙ୍କ ପରିବାର ଏଠାରେ ପହଞ୍ଚିବେ। ୨୩ ଜାନୁଆରୀରେ ସଙ୍ଗୀତସନ୍ଧ୍ୟା ଏବଂ ୨୪ ଜାନୁଆରୀରେ ବିବାହ ହେବ।

କରୋନା ଭୂତାଣୁ ହେତୁ ବରୁଣ-ନତାଶାଙ୍କ ବିବାହରେ ସେମାନଙ୍କ ପରିବାରର କିଛି ଲୋକ ସାମିଲ୍ ହେବେ। ଏହି ପଞ୍ଜାବୀ ବିବାହ ସମ୍ପନ୍ନ ହେବ କିନ୍ତୁ କୋଭିଡ -୧୯ ହେତୁ ଅତିଥିମାନଙ୍କୁ ଗଣନା କରାଯିବ। ଆଲିବାଗରେ ବରୁଣଙ୍କ ବିବାହ ପାଇଁ ୨୦୦ଜଣଅତିଥିଙ୍କର ଏକ ତାଲିକା ପ୍ରସ୍ତୁତ କରାଯାଇଛି।

ଏହି ବିବାହରେ ସଲମାନ ଖାନ, ସାରା ଅଲି ଖାନ, କରନ ଜୋହର, ମନୀଷ ମଲହୋତ୍ରା, ଅର୍ଜୁନ କପୁର-ମଲାଇକା, ଜାହ୍ନବୀ-ଖୁସୀ କପୁର, ଜ୍ୟାକି ଭାଗ୍ନାନୀ ସାମିଲ ହେବେ। ଅନ୍ୟପକ୍ଷରେ କ୍ୟାଟ୍ରିନା କୈଫ, ନୀତୁ କପୁର, କିଆରା ଆଡଭାନୀ, ଅନିଲ କପୁର, ରିୟା କପୁର, ହର୍ଷ ଭର୍ଦ୍ଦନ ଏବଂ ଶଶାଙ୍କ ଖୈତାନ ମଧ୍ୟ ଏହି ବିବାହରେ ଜଡ଼ିତ ହେବେ।

ପ୍ରଥମେ ଦମ୍ପତି ୨୦୨୦ରେ ଭିଏତନାମରେ ବିବାହ କରିବାକୁ ଯୋଜନା କରିଥିଲେ, କିନ୍ତୁ କୋଭିଡ-୧୯ ମହାମାରୀ ହେତୁ ଏହି ପ୍ରୋଗ୍ରାମ ପୋଷ୍ଟପୋନ ହେଇଯାଇଥିଲା। ମିଡିଆ ରିପୋର୍ଟରେ ସୂତ୍ରରୁ ପ୍ରକାଶ ଯେ ବର୍ତ୍ତମାନ ବରୁଣ ଏବଂ ନତାଶା ଏକ ବିଳାସପୂର୍ଣ୍ଣ ପ୍ରାସାଦରେ ବିବାହ କରିବେ।

ବରୁଣ ଏବଂ ନତାଶା ପିଲାଦିନର ବନ୍ଧୁ ଥିଲେ। ଡେଟିଂ ଆରମ୍ଭ କରିବା ପୂର୍ବରୁ ସେମାନେ ଅନେକ ବର୍ଷ ପର୍ଯ୍ୟନ୍ତ ବନ୍ଧୁହୋଇ ରହିଥିଲେ। ଏକ ସାକ୍ଷାତକାରରେ ନତାଶା କହିଛନ୍ତି – ବରୁଣ ଏବଂ ମୁଁ ଏକାଠି ସ୍କୁଲରେ ପଢୁଥିଲୁ। ଆମେ ୨୦ବର୍ଷ ବୟସ ପର୍ଯ୍ୟନ୍ତ ବନ୍ଧୁ ହୋଇ ରହିଥିଲୁ ଏବଂ ମୋର ମନେ ଅଛି, ଏହା ପରେ ଆମେ ଡେଟିଂ ଆରମ୍ଭ କରିଥିଲୁ। ମୋତେ ଲାଗୁଛି କି, ଆମେ ଅନୁଭବ କଲୁ ଯେ ଆମେ କେବଳ ଭଲ ସାଙ୍ଗ ଅପେକ୍ଷା କିଛି ଅଧିକ ଥିଲୁ।

ବରୁଣ କହିଛନ୍ତି ଯେ ଯେତେବେଳେ ସେ ନତାଶାଙ୍କୁ ପ୍ରଥମ ଥର ପାଇଁ ଭେଟିଲେ, ସେତେବେଳେ ସେ ଷଷ୍ଠ ଶ୍ରେଣୀରେ ପଢୁଥିଲେ। ଦୁହେଁ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସାଙ୍ଗ ଥିଲେ । ସେମାନେ ଦୁଇଜଣ ଘନିଷ୍ଠ ବନ୍ଧୁ ମଧ୍ୟ ଥିଲେ। ସେ ତାଙ୍କର ପୁରୁଣା ଦିନକୁ ମାନେ ପକାଇ କହିଛନ୍ତି ଯେ ଯେବେ ସେ ନତାଶାଙ୍କୁ ଦେଖିଲେ ସେ ଅନୁଭବ କଲେ ଯେ ତାଙ୍କୁ ପ୍ରେମ ହୋଇଯାଇଛି ଏବଂ ସେହିଠାରୁ ହିଁ ୟେ ସବୁ ଆରମ୍ଭ ହୋଇଛି।

ବରୁଣ କହିଥିଲେ ଯେ ତାଙ୍କ ପ୍ରସ୍ତାବ ଗ୍ରହଣ କରିବା ପୂର୍ବରୁ ନତାଶା ତାଙ୍କୁ ଅନେକ ଥର ରିଜେକ୍ଟ କରିଥିଲେ,କିନ୍ତୁ କେବେ ଆଶା ଛାଡି ନାହାଁନ୍ତି। ଆମେ ଦୁହେଁ ଏକାଦଶ କିମ୍ବା ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ କେବଳ କ୍ଲୋଜ ଫ୍ରେଣ୍ଡ୍ ଥିଲୁ, କିନ୍ତୁ ହଠାତ୍ ଦିନେ ସେ ଅନୁଭବ କଲେ ଯେ ସେ ତାଙ୍କ ପ୍ରେମରେ ପଡିଯାଇଛନ୍ତି।ବାସ୍କେଟବଲ କୋର୍ଟରେ ପ୍ରଥମ ଥର ପାଇଁ ସେ ପ୍ରେମ ଅନୁଭବ କରିଥିଲେ।

ନତାଶା ଏବଂ ବରୁଣ ଏକାଠି ବାସ୍କେଟବଲ୍ ଖେଳୁଥିଲେ। ଏଭଳି ପରିସ୍ଥିତିରେ ନତାଶା ୟେଲୋ ଟିମ୍ ରେ ଥିଲେ ଏବଂ ବରୁଣ ରେଡ ଟିମ୍ ରେ ଥିଲେ। ସେ ଦେଖିଲେ ନତାଶା ବାସ୍କେଟବଲ କୋର୍ଟରେ ମଧ୍ୟାହ୍ନ ଭୋଜନ ସମୟରେ ବୁଲୁଛନ୍ତି। ବରୁଣ କହିଥିଲେ ଯେ ସେତେବେଳେ ସେ ନତାଶାଙ୍କୁ ଭଲ ପାଇବା ଆରମ୍ଭ କରିଥିଲେ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *