ସେନାର ବିଶେଷ କୁକୁର, ୨ ସେକେଣ୍ଡରେ କହିଦେବେ ଯେ ତୁମକୁ କରୋନା ଅଛି କି ନାହିଁ; କିପରି ଚିହ୍ନଟ କରନ୍ତି ଜାଣନ୍ତୁ

ଦେଶରେ ପ୍ରଥମ ଥର ପାଇଁ କୁକୁର କରୋନା ରୋଗୀଙ୍କୁ ଚିହ୍ନଟ କରିବ। ବିଶେଷ କଥା ହେଉଛି ଭାରତୀୟ ସେନାର ଏହି କୁକୁରମାନେ କରୋନା ରୋଗୀଙ୍କୁ ଚିହ୍ନଟ କରିବାକୁ ମାତ୍ର ୨ ସେକେଣ୍ଡ ସମୟ ନେବେ। ସେନା ଏକ କୁକୁର ଦଳ ପ୍ରସ୍ତୁତ କରିଛି। ଏଥିରେ ଦୁଇଟି କୁକୁର ଅଛନ୍ତି । ସେମାନେ ଯେ କୌଣସି ରୋଗୀର ପରିସ୍ରା କିମ୍ବା ଝାଳର ନମୁନାକୁ ଶୁଙ୍ଘି କହିଦେବେ ଯେ ବ୍ୟକ୍ତିଙ୍କୁ କରୋନା ଅଛି କି ନାହିଁ ।

ସେନା ଦିଲ୍ଲୀ ସ୍ଥିତ କ୍ୟାଣ୍ଟରେ ମଙ୍ଗଳବାର ଦିନ ଗଣମାଧ୍ୟମ ସମ୍ମୁଖରେ ଏହାର କେ-୯ ସ୍କ୍ୱାର୍ଡର ଏକ ସଫଳ ଡେମୋ ପ୍ରଦର୍ଶନ କରିଥିଲା। ସେନା ଏହି କୁକୁରମାନଙ୍କୁ ପୂର୍ବ ଲଦାଖ ସୀମାରେ ନିୟୋଜିତ ସନ୍ୟମାନଙ୍କ କରୋନା ଚିହ୍ନଟ ପାଇଁ ବ୍ୟବହାର କରିବ ।

ଦୁଇ ପ୍ରକାର ପ୍ରଜାତି ପ୍ରସ୍ତୁତ

ସେନା ଅନୁଯାୟୀ, ମେରଠର ରିମାଉଣ୍ଟ୍ ଏବଂ ଭେଟେରିନାରୀ କର୍ପସ୍ ସେଣ୍ଟର କରୋନାକୁ ଚିହ୍ନିବା ପାଇଁ ଦୁଇ ପ୍ରକାରର ସ୍ୱତନ୍ତ୍ର କୁକୁର ପ୍ରଜାତି ପ୍ରସ୍ତୁତ କରିଛି। ସେମାନଙ୍କ ମଧ୍ୟରୁ ଜଣେ ତାମିଲନାଡୁର ଦେଶୀ ପ୍ରଜାତି ଚିପିପରାଇ ଏବଂ ଅନ୍ୟଟି ହେଉଛି କୋକର ସ୍ପାନିଆଲ । ଏହା ବ୍ୟତୀତ ଲାବ୍ରାଡୋର ମଧ୍ୟ ଏକ ପ୍ରଜାତି ତାଲିମ ନେଉଛନ୍ତି ।

କିପରି କରୋନାକୁ ଚିହ୍ନିବେ

ଲେଫ୍ଟନାଣ୍ଟ କର୍ଣ୍ଣେଲ ସୁରେନ୍ଦ୍ର ସାଇନି କହିଛନ୍ତି ଯେ ସେନା ଏହାର କୁକୁରମାନଙ୍କୁ କରୋନା ରୋଗୀଙ୍କ ପରିସ୍ରା ଏବଂ ଝାଳରୁ ନିର୍ଗତ ନିର୍ଦ୍ଦିଷ୍ଟ ଏକ ବାୟୋ ମାର୍କକୁ ଚିହ୍ନଟ କରେଇଛି। ଏହି କାରଣରୁ, ସେମାନେ କରୋନାର ଯେ କୌଣସି ରୋଗୀକୁ ଚିହ୍ନଟ କରିବାରେ ସକ୍ଷମ ଅଟନ୍ତି ।

ଦିଲ୍ଲୀ କ୍ୟାଣ୍ଟର ପ୍ରାଣୀ ଚିକିତ୍ସାଳୟରେ ଏହି କୁକୁରମାନେ ଏକ ଡେମୋ ପ୍ରଦର୍ଶନ କରିଥିଲେ । ଡେମୋରେ କାସପର୍ ଏବଂ ଜୟା ଏକ ଧାଡିରେ ରଖାଯାଇଥିବା ୬ ଟି ନମୁନାରେ କରୋନା ସଂକ୍ରମିତ ନମୁନାକୁ ଚିହ୍ନଟ କରିଦେଲେ । ଗୋଟିଏ କୁକୁର ଏହାକୁ ଦୁଇ ଦୁଇ ଥର କରି ଦେଖେଇଲା ।

Leave a Reply

Your email address will not be published. Required fields are marked *