ଟିଭି ସିରିଏଲରେ ହେଲା ନିଆରା ବାହାଘର, ଦେଖିବା ପରେ ଲୋକ ପଡିଗଲେ ଚିନ୍ତାରେ

ଭାରତୀୟ ସିନେମା ହେଉ କି ଟିଭି ସିରିଏଲରେ ନହେବା ଘ-ଟ-ଣା ଘଟିଥାଏ। ଏଠି ଛୁଆ ଜନ୍ମରୁ ଆରମ୍ଭ କରି ବିବାହ ପର୍ଯ୍ୟନ୍ତ ରୋଚକ ଶୈଳୀରେ ହୋଇଥାଏ। ତେବେ ଏବେ ସେମିତି ଏକ ଭାରତୀୟ ଟିଭି ସିରିଏଲର ‘ଆକ୍ସିଡେଣ୍ଟାଲ୍ ସାଦି’ର ଭିଡିଓ କ୍ଲିପ୍ ଭାଇ-ରାଲ ହେବାରେ ଲାଗିଛି ଓ ଏହି ଭିଡିଓଟି ଲୋକଙ୍କୁ ଦ୍ବନ୍ଦରେ ପକେଇଛି। ତେବେ ଭିଡିଓଟିକୁ ଦେଖି ଲୋକମାନେ ପ୍ରଶ୍ନ କରିଛନ୍ତି ଏପରି କିପରି ହୋଇପାରେ?

ବାସ୍ତବରେ ସୋସିଆଲ ମିଡିଆରେ ଜଣେ ଉପଭୋକ୍ତା ଏକ ଭାରତୀୟ ଟିଭି ଶୋ’ର କ୍ଲିପ୍ ସେୟାର କରିଛନ୍ତି ଯେଉଁଥିରେ ଏକ ଯୋଡି ହ-ଠା-ତ ଭୁଲ ବସତଃ ବିବାହ କରୁଛନ୍ତି। ଏବଂ ଏହି ଭୁଲଟି ଅତ୍ୟନ୍ତ ନାଟକୀୟ ଢ଼ଙ୍ଗରେ ହେଉଛି। ଏହି ଭିଡିଓ କ୍ଲିପ୍ ମାର୍ଚ୍ଚ ୨୫ ତାରିଖରେ ଟ୍ୱିଟର ବ୍ୟବହାରକାରୀ ଶାୟୋନିତା ନାମକ ଜଣେ ମହିଳା ସେୟାର କରିଥିଲେ। ଏହି ଭିଡିଓଟିକୁ ଏବେ ପର୍ଯ୍ୟନ୍ତ ୬୦ ହଜାରରୁ ଅଧିକ ଲୋକ ଦେଖି ସାରିଥିବା ବେଳେ ପାଖାପାଖି ୩ ହଜାର ଲାଇକ୍ ମିଳିଛି। କେବଳ ସେତିକି ନୁହେଁ ଶହ ଶହ ଉପଭୋକ୍ତା ଏହାକୁ ନେଇ ଅନେକ ମଜାଳିଆ ପ୍ରତିକ୍ରିୟା ଦେଇଛନ୍ତି।

ଏହି ଭାଇ-ରାଲ୍ କ୍ଲିପ୍ ରେ ଦେଖିବାକୁ ମିଳେ ଯେ ଜଣେ ଝିଅ ଡ୍ରେସିଂ ଟେବୁଲ୍ ସାମ୍ନାରେ ସଜ ହୋଇ ବସିଛି। ହଠାତ୍ ଯୁବକ ଅର୍ଥାତ୍ ଶୋ’ର ହିରୋ ଆସି ସେହି ଡ୍ରେସିଂ ଟେବୁଲ ଆଗରେ ମୁଣ୍ଡ କୁଣ୍ଡେଇବା ପାଇଁ ପାନିଆ ଉଠାଉଛି। ଏହି ସମୟରେ ଟେବୁଲ ଉପରେ ରଖାଯାଇଥିବା ସିନ୍ଦୂର ଫରୁଆରୁ କିଛି ସିନ୍ଦୁର ତାଙ୍କ ଶେରୱାନିର ହାତରେ ରହିଯାଏ। ଏହାପରେ ଯୁବକ ଜଣକ ବା ହିରୋଟି ନିଜ କେ-ଶକୁ କୁଣ୍ଡେଇବା ଆରମ୍ଭ କରିବା ସମୟରେ ତାଙ୍କ ହାତରୁ ସିନ୍ଦୁର ଏକ ନାଟକୀୟ ଢ଼ଙ୍ଗରେ ଝିଅଟିର ମଥାରେ ପଡୁଛି ଓ ସେମାନଙ୍କ ବିବାହ ହେଉଛି। ତେବେ ଏହି କ୍ଲିପ୍ ରେ ଜଣେ ଉପଭୋକ୍ତା ମଜାଳିଆ ଅନ୍ଦାଜରେ କମେଣ୍ଟ ଦେଇ କହିଛନ୍ତି ଯେ କଣ୍ ମୋ ସହ ଏହି ଭଳି ହୋଇପାରିବ? ସେହିଭଳି ଆଉ ଜଣେ କହିଛନ୍ତି ହସ ଅଟକୁନି।

Leave a Reply

Your email address will not be published. Required fields are marked *