ଏହି ଘର କିଣିବା ଦ୍ଵାରା ମାଗଣାରେ ମିଳିବ ସ୍ତ୍ରୀ, ଜାଣନ୍ତୁ ମହିଳା ଏବଂ ଘରର ପୂରା କାହାଣୀ

ଜିନିଷକୁ ବିକ୍ରି କରିବା ପାଇଁ ତା ସହିତ ବୋଧହୁଏ ଗ୍ରାହକଙ୍କୁ ମାଗଣାରେ କିଛି ଦେବାର ଲୋଭ ଦେଖା ଯାଇଥାଏ। ଆପଣ ମଧ୍ୟ ଅନେକ ବଡ଼ ଏବଂ ଆ-ଶ୍ଚର୍ଯ୍ୟ ଜନକ ଫ୍ରି ଅଫର ଦେଖିଥିବେ। କିନ୍ତୁ ଆଜି ଆମେ ଆପଣଙ୍କୁ ଘର ବିକ୍ରି କରିବାର ଗୋଟିଏ ଏମିତି ପୁରୁଣା ବିଜ୍ଞାପନ ଦେଖାଇବାକୁ ଯାଉଛୁ ଯାହାକୁ ଦେଖି ଆପଣଙ୍କର ହୋଶ ଉଡିଯିବ। ଏହି ବିଜ୍ଞାପନରେ ଘର ସହିତ ସ୍ତ୍ରୀ ମାଗଣାରେ ଦିଆଯିବାର କଥା କୁହାଯାଇଛି।

ଆରମ୍ଭରୁ ତ ଏହି ବିଜ୍ଞାପନ ସାମାନ୍ୟ ହିଁ ଦେଖାଯାଇଥାଏ। ଯେଉଁଥିରେ ଲେଖାହୋଇଛି- ଗୋଟିଏ ମହଲା ଘର ବିକ୍ରି କରିବାର ଅଛି। ଏଥିରେ ଦୁଇଟି ବେଡ଼ରୁମ ଅଛି, ଦୁଇଟି ଗାଧୁଆ ଘର ଅଛି, ଗୋଟିଏ ପାର୍କିଂ ସ୍ପେସ ରହିଛି ଏବଂ ଗୋଟିଏ ଫିଶ ପାଉଣ୍ଡ ରହିଛି। କିନ୍ତୁ ଏହା ସହିତ ହିଁ ତଳ ବିଜ୍ଞାପନରେ ଗୋଟିଏ ଦୁର୍ଲଭ ଅଫର ଦିଆଯାଇଥାଏ। ଏଥିରେ କୁହାଯାଇଥାଏ କି ‘ଯେବେ ଆପଣ ଏହି ଘର କିଣିବେ ତ ଘରର ମାଲିକାଣୀଙ୍କୁ ବାହାଘର ପାଇଁ ପ୍ରପୋଜ କରିପାରିବେ।’

ଏହା ସହିତ ହିଁ ବିଜ୍ଞାପନରେ ୪୦ବର୍ଷର ଜଣେ ମହିଳା ଘର ବାହାରେ ଠିଆ ହୋଇଥିବା କାର ସାମ୍ନାରେ ପୋଜ ଦେଉଥିବାର ଦେଖା ଯାଇଛନ୍ତି। ଏହି ମହିଳାଙ୍କ ନାମ Wina Lia ଅଟେ। ସେ ଗୋଟିଏ ବ୍ୟୁଟି ପାର୍ଲର ଚଲାଉଛନ୍ତି। ବିନା ଜଣେ ବିଧବା ମହିଳା ଅଟନ୍ତି। ସେ ଇଣ୍ଡୋନେସିଆ (Indonesia) ର Slemanରେ ରହୁଛନ୍ତି।

ଏହି ବିଜ୍ଞାପନର ଶେଷରେ ଲେଖା ହୋଇଛି ‘ନିୟମ ଏବଂ ସର୍ତ ଲାଗୁ। କେବଳ ଗମ୍ଭୀର କ୍ରେତା ହିଁ ସମ୍ପର୍କ କରନ୍ତୁ। ଭାବ-ନାବ ହେବନାହିଁ।’ ଏହି ଘରକୁ ବିକ୍ରି କରିବାର ମୂଲ୍ୟ ୯୯୯ମିଲିୟନ rupiah(ପାଖାପାଖି ₹୭୫,୦୦୦ ଡଲାର) ରଖାଯାଇଛି।

ଏହି ବିଚିତ୍ର ଅଫର ବହୁତ ଶୀଘ୍ର ହିଁ ଇଣ୍ଟରନେଟରେ ଭାଇ-ରାଲ ହୋଇ ଯାଇଥିଲା। ଏହାକୁ ନେଇ ଲୋକମାନେ ଭଳି ଭଳିକି କମେଣ୍ଟ କରିବାକୁ ଲାଗିଥିଲେ। ଯେମିତି ଜଣେ ୟୁଜର ଲେଖିଛନ୍ତି କି ‘ମହିଳା ବହୁତ ସ୍ମାର୍ଟ ଅଟନ୍ତି। ଘର ବିକ୍ରି କରାଯିବା ପରେ ମଧ୍ୟ ସେ ସେହି ଘରର ମାଲିକାଣୀ ରହିବେ।’

ବିଜ୍ଞାପନ ଭାଇ-ରାଲ ହେବାପରେ ବିନାଙ୍କ ଘରକୁ ଇଣ୍ଟରବ୍ୟୁ ନେବା ପାଇଁ ସାମ୍ବାଦିକଙ୍କର ଧାଡ଼ି ଲାଗି ଯାଇଥିଲା। ଏମିତି କି ପୋ-ଲି-ସ ମଧ୍ୟ ତାଙ୍କ ଘରେ ପହଞ୍ଚି ଯାଇଥିଲେ। ସେମାନେ କହିଥିଲେ କି ଏପରି ବିଜ୍ଞାପନ ଦେବା ଉଚିତ ନୁହେଁ। କିନ୍ତୁ ବିନା ତାଙ୍କୁ ବୁଝାଇଥିଲେ କି ଏହା ମୋ ଆଇଡ଼ିଆ ନଥିଲା।

ଦୁଇ ଛୁଆଙ୍କ ବିଧବା ମାଆ ବିନା କହିଥିଲେ କି ତାଙ୍କର ଜଣେ ବନ୍ଧୁ ପ୍ରପର୍ଟି ଏଜେଣ୍ଟ ଅଟନ୍ତି। ସେ ତାଙ୍କୁ ନିଜ ଘର ବିକ୍ରି କରିବା ପାଇଁ କହିଥିଲେ। ଏହି କଥାବାର୍ତ୍ତାରେ ସେ ତାଙ୍କୁ ନିଜ ପାଇଁ ଜଣେ ସ୍ବାମୀ ଖୋଜିବାର କଥା ମଧ୍ୟ କହିଥିଲେ। ହେଲେ ବିନା ଚିନ୍ତାକରି ଥିଲେ କି ଏହି କଥା ବାସ କିଛି ହିଁ ଲୋକମାନଙ୍କ ପର୍ଯ୍ୟନ୍ତ ପହଞ୍ଚିବ। ତାଙ୍କର କୈାଣସି ଅନୁମାନ ନଥିଲା କି ତାଙ୍କର ଏହି ବିଜ୍ଞାପନ ଇଣ୍ଟରନେଟରେ ଏତେ ଭାଇ-ରାଲ ହୋଇଯିବ।

ସେ କହିଥିଲେ କି ମୁଁ ମୋ ପ୍ରପର୍ଟି ଏଜେଣ୍ଟ ବନ୍ଧୁଙ୍କୁ ବାସ ଏତିକି କହିଥିଲି କି ଯଦି ଘରର କ୍ରେତା କୈାଣସି ସିଙ୍ଗଲ କିମ୍ବା ବିଦୁର ପୁରୁଷ ହେବେ ଏବଂ ସେ ଘର କିଣିବା ସହିତ ନିଜ ପାଇଁ ଗୋଟିଏ ସ୍ତ୍ରୀ ଖୋଜୁଥିବେ ତାହେଲେ ମୋତେ ଜଣାଇବ। ହେଲେ ଏହି ବିଜ୍ଞାପନ ଏହିପରି ସାମ୍ନାକୁ ଆସିଥିଲା କି ଭାଇ-ରାଲ ହୋଇ ଯାଇଥିଲା।

ଏହାଛଡା ଯଦି ଆପଣଙ୍କୁ ଘର ସହିତ ସ୍ତ୍ରୀ ମାଗଣାରେ ମିଳିବ ତାହେଲେ କ’ଣ ଆପଣ ଏହାକୁ କିଣିବା ପାଇଁ ଚାହିଁବେ?

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *