ଚାକିରି ଦେଉଛନ୍ତି ଆମିର ଖାନଙ୍କ ଝିଅ ଇରା ଖାନ ,ଦରମା ଜାଣନ୍ତୁ କେତେ ଆଉ କିପରି କରିବେ ଆବେଦନ ଏବଂ କଣ କଣ କାମ କରିବାକୁ ପଡିବ

ବଲିଉଡ ଷ୍ଟାରଙ୍କ ପରି ସେମାନଙ୍କ ପିଲାମାନେ ବି ବିଭିନ୍ନ ସମୟର ତାଙ୍କ ଲୁକ ଓ କାର୍ଯ୍ୟକଳାପ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ତେବେ ନିଜର ଏକ ସୋସିଆଲ ମିଡ଼ିଆ ପୋଷ୍ଟ ପାଇଁ ବଲିଉଡ ସୁପରଷ୍ଟାର ଆମିର ଖାନଙ୍କ ଝିଅ ଇରା ଖାନ ଏବେ ଚର୍ଚ୍ଚାକୁ ଆସିଛନ୍ତି।

ମାନସିକ ସ୍ଵାସ୍ଥ୍ୟ ସଚେତନତା ଦିଗରେ ସେ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଏହାସହ କିଛି ଆଶାୟୀଙ୍କ ପାଇଁ ଚାକିରି ସୁଯୋଗ ମଧ୍ୟ ସୃଷ୍ଟି କରିଥିବାର ଜଣା ପଡିଛି | ସେ ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ଏହି ଚାକିରି ବିଷୟରେ ସୂଚନା ଦେଇଛନ୍ତି। ମାନସିକ ସ୍ବାସ୍ଥ୍ୟ ସହ ସଂ-ଘ-ର୍ଷ କରୁଥିବା ଲୋକଙ୍କୁ ସାହାଯ୍ୟ କରିବାକୁ ଏହି ଚାକିରୀ ବାହାର କରିଛନ୍ତି । ଏଥି ପାଇଁ କାମ କେବେଠୁ ଆରମ୍ଭ ହେବ ଓ ଆଗ୍ରହୀ ପ୍ରାର୍ଥୀମାନେ କିପରି ଆବେଦନ କରିପାରିବେ ସେ ନେଇ ଇରା ସୂଚନା ଦେଇଛନ୍ତି।

ଇରା ଖାନ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ ଏହି ଟିମ୍ ପାଇଁ ୨୫ ଜଣ ଇଣ୍ଟର୍ନ ଆବଶ୍ୟକ | ଯେଉଁଠାରେ ୧ ମାସର ଇଣ୍ଟର୍ନସିପ୍ କରିବାକୁ ପଡ଼ିବ ଏବଂ ଏଥିପାଇଁ ୫୦୦୦ ଟଙ୍କା ଦରମା ଦିଆଯିବ | ଯେଉଁମାନେ ମାନସିକ ସ୍ବାସ୍ଥ୍ୟ ସହିତ ଜଡିତ ଲୋକଙ୍କୁ ସାହାଯ୍ୟ କରିବାକୁ ଚାହାଁନ୍ତି, ସେମାନଙ୍କୁ କଲ୍ କରିବା କିମ୍ବା ଏକ ଇମେଲ୍ ପଠାଇ ପାରିବେ | ଦେଶର ବିଭିନ୍ନ ରାଜ୍ୟରୁ ଇଣ୍ଟର୍ନ ଆବଶ୍ୟକ ବୋଲି ସେ ନିଜ ପୋଷ୍ଟରେ ଲେଖିଛନ୍ତି | ମାର୍ଚ୍ଚ ୨୨ ରୁ ଏହି କର୍ଯ୍ୟ ଆରମ୍ଭ ହେବ ଯାହାକି ୮ ଘଣ୍ଟିଆ ଶିଫ୍ଟରେ ଚାଲିବ। ‘ଏହି ପୋଷ୍ଟରେ ଇରା ଏକ ଇମେଲ ଠିକଣା ମଧ୍ୟ ଦେଇଛନ୍ତି। ମାଗଣାରେ ଏହି କାମ କରିବାକୁ ଇଚ୍ଛୁକ ବ୍ୟକ୍ତିଙ୍କ ଠାରୁ ମଧ୍ୟ ସେ ଆବେଦନ ଆଶା କରିଛନ୍ତି।

ଏଠାରେ ସୂଚନା ଥାଉକି କିଛିଦିନ ତଳେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ଅବସରରେ ଇରା ନିଜର ଡିପ୍ରେଶନର ଅନୁଭୂତି ବିଷୟରେ କହିଥିଲେ। ତେବେ ବାପା ଆମିର ଖାନ ସୋସିଆଲ ମିଡିଆଠାରୁ ଯେତିକି ଦୂରେଇ ରୁହନ୍ତି ଝିଅ ଇରା ସେତିକି ସକ୍ରିୟ ରହି ଥାଆନ୍ତି| ଚଳିତ ବର୍ଷ ଫେବୃଆରୀ ୧୪ ଭାଲେଣ୍ଟାଇନ୍ସ ଡେ ଅବସରରେ ସେ ନୁପୁର ଶିଖରେଙ୍କ ସହ ନିଜର ରିଲେସନସିପ ବିଷୟରେ ସମସ୍ତଙ୍କୁ ଜଣାଇଥିଲେ। ନୁପୁର ଶିଖରେ ହେଉଛନ୍ତି ଇରାଙ୍କ ଫିଟନେସ୍ ଟ୍ରେନର |

Leave a Reply

Your email address will not be published. Required fields are marked *