ଆମୀରଙ୍କ ଝିଅ ନିଜେ କଲେ ପର୍ଦାଫାସ୍, ଫିଟନେସ୍ ଟ୍ରେନରଙ୍କ ସହ ସମ୍ପର୍କରେ ଅଛନ୍ତି ଇରା ଖାନ, ସାମ୍ନାକୁ ଆସିଲା କିଛି ଏପରି ଫଟୋ

ଜଣାଶୁଣା ହିନ୍ଦୀ ସିନେମା ଅଭିନେତା ଆମୀର ଖାନଙ୍କ ଝିଅ ଇରା ଖାନ ସୋସିଆଲ ମିଡିଆରେ ଲଗାତାର ହେଡଲାଇନରେ ରହିଛନ୍ତି । ସେ କେତେବେଳେ ତାଙ୍କ ଫଟୋ ତ କେତେବେଳେ ତାଙ୍କ ଭିଡିଓ ଦ୍ଵାରା ଚର୍ଚ୍ଚାରେ ରହୁଥିବା ବେଳେ ବେଳେବେଳେ ତାଙ୍କ ପିତା ଆମୀର ଖାନଙ୍କ ଫିଟନେସ୍ କୋଚ୍ ସହିତ ସମ୍ପର୍କ କୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।

ଆପଣଙ୍କୁ କହିରଖୁଛୁ, ଦୀର୍ଘ ଦିନ ଧରି ଏପରି ଖବର ଆସୁଛି ଯେ ଇରା ଖାନ ତାଙ୍କ ପିତା ଆମୀର ଖାନଙ୍କ ଫିଟନେସ ପ୍ରଶିକ୍ଷକ ନୁପୁର ଶିକାରେଙ୍କ ସହ ସମ୍ପର୍କ ରଖିଛନ୍ତି । ଦୁହିଁଙ୍କର ଅନେକ ଫୋଟ ମଧ୍ୟ ଭାଇ-ରାଲ ହୋଇଛି, ଯେଉଁଥିରେ ଉଭୟଙ୍କ ସ୍ୱତନ୍ତ୍ର ବନ୍ଧନ ମଧ୍ୟ ସ୍ପଷ୍ଟ ଭାବରେ ଦେଖାଯାଇଛି, ଯଦିଓ ପୂର୍ବରୁ ଉଭୟଙ୍କ ପକ୍ଷରୁ ସମ୍ପର୍କ ନିଶ୍ଚିତ ହୋଇନଥିଲା, କିନ୍ତୁ ବର୍ତ୍ତମାନ ଇରା, ନୁପୁର ଶିକାରେଙ୍କ ସହ ତାଙ୍କ ସମ୍ପର୍କକୁ ସାମ୍ନାକୁ ଆଣିଛନ୍ତି ।

ନିକଟରେ ଆମୀର ଖାନଙ୍କ ଝିଅ ସୋସିଆଲ ମିଡିଆ ଜରିଆରେ ସେମାନଙ୍କ ସମ୍ପର୍କକୁ ନେଇ ସବୁ ପ୍ରକାର ପ୍ରଶ୍ନର ଅନ୍ତ ଘଟାଇଛନ୍ତି । ଇରା ଖାନ ନିଶ୍ଚିତ କରିଛନ୍ତି ଯେ ସେ ନୁପୁର ଶିକାରେଙ୍କ ସହ ସମ୍ପର୍କରେ ଅଛନ୍ତି । ଇରା, ନୁପୁରଙ୍କ ସହ ଅନେକ ଫଟୋ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଥିଲେ, ଯେଉଁଥିରେ ଉଭୟଙ୍କ ବନ୍ଧନ ବହୁତ ଦୃଢ ଏବଂ ଉଭୟ ଏକ ଦମ୍ପତି ପରି ଦେଖାଯାଉଚ୍ଛନ୍ତି ।

 

View this post on Instagram

 

A post shared by Ira Khan (@khan.ira)

ପ୍ରୋମିସ୍ ଡେ ଅବସରରେ ଇରା ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନୁପୁରଙ୍କ ସହ ଅନେକ ରୋମାଣ୍ଟିକ୍ ଫଟୋ ସେୟାର କରିଥିଲେ । ଫଟୋଗୁଡିକ ସେୟାର କରିବାବେଳେ ଇରା କ୍ୟାପସନରେ ଲେଖିଛନ୍ତି ଯେ ତୁମ ସହ ଏବଂ ତୁମ ପାଇଁ ପ୍ରତିଜ୍ଞା କରିବା ମୋ ପାଇଁ ଗର୍ବର ବିଷୟ । ଏହି ଫଟୋଗୁଡ଼ିକରେ, ଦୁହେଁ ଏକାଠି ବହୁତ ଖୁସି ଜଣାପଡୁଛନ୍ତି ।

ଇରା ନୁପୁରଙ୍କ ସହ ସୋସିଆଲ ମିଡିଆରେ ମୋଟ 5 ଟି ଫଟୋ ସେୟାର କରିଥିଲେ । ଏଥି ମଧ୍ୟରୁ ଗୋଟିଏ ଫଟୋରେ ଦୁହେଁ ପରସ୍ପରକୁ ଚାହିଁ ହସୁଥିବାବେଳେ, ଅନ୍ୟ ଦୁଇଟି ଫଟୋରେ ଉଭୟ ପରସ୍ପରର ଅତି ନିକଟତର ହୋଇ ପରସ୍ପରର ଆଖିକୁ ଚାହିଁ ରହିଛନ୍ତି ।

ଅନ୍ୟ ଏକ ଫଟୋରେ ଏହା ଦେଖିବାକୁ ମିଳିଛି ଯେ ଇରା ଖାନ ଏକ ଶାଢ଼ି ପିନ୍ଧିଛନ୍ତି ଏବଂ ନୁପୁର କୁର୍ତ୍ତା ପାଇଜାମାରେ ନଜର ଆସିଛନ୍ତି । ଉଭୟ କ୍ୟାମେରା ଆଗରେ ହସିକରି ପୋଜ୍ ଦେଇଛନ୍ତି ।

 

View this post on Instagram

 

A post shared by Ira Khan (@khan.ira)

ଶେଷ ଚିତ୍ରରେ, ଏହି ପ୍ରେମୀ ଯୁଗଳ ପରିବେଶକୁ ଉପଭୋଗ କରୁଥିବାର ନଜର ଆସିଛନ୍ତି । ଉଭୟ ଇରା ଏବଂ ନୁପୁର ସବୁଜ ପଡିଆ ମଝିରେ ଚେୟାରରେ ବସିଛନ୍ତି । ଦୁହେଁ ପରସ୍ପରକୁ ଚାହିଁ ପରସ୍ପରର ହାତ ଧରିଛନ୍ତି । ଇରା ଏବଂ ନୁପୁରଙ୍କ ଏହି ସମସ୍ତ ଫଟୋ ସୋସିଆଲ ମିଡିଆରେ ଖୁବ୍ ପସନ୍ଦ କରାଯାଉଛି । ପ୍ରଶଂସକଙ୍କ ବ୍ୟତୀତ ଇଣ୍ଡଷ୍ଟ୍ରି ସହିତ ଜଡିତ କିଛି କଳାକାର ମଧ୍ୟ ଏହି ଫଟୋଗୁଡ଼ିକରେ କମେଣ୍ଟ କରିଛନ୍ତି ।

ଅଭିନେତ୍ରୀ ଫାତିମା ସାନା ଶେଖ, ଇରା ଏବଂ ନୁପୁରଙ୍କ ଏହି ଫଟୋଗୁଡ଼ିକର କମେଣ୍ଟରେ ଲେଖିଛନ୍ତି ଯେ, Awwww ଏବଂ ସେ ମଧ୍ୟ ଅନେକ ଦିଲ୍ ଇମୋଜି ଦେଇଛନ୍ତି । ଆହୁରି ମଧ୍ୟ କରନବିର ବୋହରା ଲେଖିଛନ୍ତି, ବହୁତ ସ୍ଵୀଟ । ଏହି ଫଟୋଗୁଡ଼ିକରେ ଗୁଲସନ ଦେବୟା ମଧ୍ୟ ଇମୋଜି କମେଣ୍ଟ କରିଛନ୍ତି ।

ଆପଣଙ୍କୁ କହି ରଖୁଛୁ ଯେ, ଇରା ଖାନ ଏବଂ ନୁପୁର ଶିକାରେଙ୍କ ସମ୍ପର୍କ ଥିବା ଖବର ଅକ୍ଟୋବର 2020 ଠାରୁ କୁହାଯାଉଥିଲା । କୁହାଯାଏ ଯେ ଇରା, ନୁପୁରଙ୍କ ନାମର ଏକ ଟାଟୁ ମଧ୍ୟ କରିଥିଲେ । ପରେ ଦୀପାବଳି ଅବସରରେ ଦୁହେଁ ଏକାଠି ନଜର ଆସିଥିଲେ । ଏହା ପରେ ଯେତେବେଳେ ଆମୀର ପତ୍ନୀ କିରଣ ରାଓଙ୍କ ସହ ବିବାହର 15 ତମ ବାର୍ଷିକୀ ପାଳନ କରିବାକୁ ଗୁଜୁରାଟରେ ପହଞ୍ଚିଥିଲେ, ସେତେବେଳେ ଇରା ଏବଂ ନୁପୁର ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *