କଣ ଆମ୍ରପାଲି ଦୁବେ ହୋଇଯାଇଛନ୍ତି ବାହା ? ମଥାରେ ସିନ୍ଦୂର ଲଗାଇ ଥିବାର ଆସିଛନ୍ତି ନଜର, ଉଠିଥିବା ପ୍ରଶ୍ନର ପୁଣି ଦେଇଛନ୍ତି ଏହି ଜବାବ

ମୁମ୍ବାଇ: ଭୋଜପୁରୀର ୟୁଟ୍ୟୁବର ରାଣୀ ବୋଲି କୁହାଯାଉଥିବା ଅଭିନେତ୍ରୀ ଆମ୍ରପାଲି ଦୁବେ କେବଳ ୬ବର୍ଷର କ୍ୟାରିୟର ମଧ୍ୟରେ ଆଜି ଏକ ଭଲ ସ୍ଥାନରେ ପହଞ୍ଚି ଯାଇଛନ୍ତି। ନିଜ ସିନେମା ଏବଂ ଅଭିନୟ ବଳରେ ଆଜି ସେ ଏକ ସଫଳ ଅଭିନେତ୍ରୀ ଭାବରେ ଗଣା ଯାଉଛନ୍ତି। ଆମ୍ରପାଲି ଶୋଶିଆଲ ମିଡ଼ିଆରେ ବହୁତ ଏକ୍ଟିଭ୍ ରୁହନ୍ତି। ତାଙ୍କର ଫ୍ୟାନ ଫୋଲଇଙ୍ଗ କେବଳ ଦେଶ ମଧ୍ୟରେ ନୁହଁନ୍ତି ବରଂ ଦୁନିଆ ସାରା ଭରି ରହିଛନ୍ତି। ଏହା ମଧ୍ୟରେ ଏବେ ସେ ଇନଷ୍ଟାଗ୍ରାମରେ ନିଜର ଏକ ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ସେ ମଥାରେ ସିନ୍ଦୂର ଲଗାଇଛନ୍ତି, ମଙ୍ଗଳସୂତ୍ର ପିନ୍ଧି ହଳଦିଆ ଶାଢୀରେ ନଜର ଆସିଛନ୍ତି।କଣ ଅଭିନେତ୍ରୀ ନୀରବରେ ହୋଇଯାଇଛନ୍ତି ବାହା..

ଆମ୍ରପାଲି ଦୁବେ ନିଜର ଯେଉଁ ଫଟୋ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଏଥିରେ ସେ ମଥାରେ ସିନ୍ଦୂର ବେକରେ ମଙ୍ଗଳସୂତ୍ର ଏବଂ ହଳଦିଆ ରଙ୍ଗର ଶାଢ଼ୀ ପିନ୍ଧିଥିବାର ନଜର ଆସିଛନ୍ତି,ଯାହାପରେ ଫ୍ୟାନ୍ସ ମାନେ ତାଙ୍କ ବାହାଘରକୁ ନେଇ ତାଙ୍କୁ ପ୍ରଶ୍ନ କରିଛନ୍ତି ଏବଂ ଜଣେ ୟୁଜର ତାଙ୍କୁ ପଚାରିଛନ୍ତି,’ଏକ ପ୍ରଶ୍ନ ପଚାରୁଛି ଦୟାକରି ଉତ୍ତର ଦିଅନ୍ତୁ,ମ୍ୟାମ କଣ ଆପଣଙ୍କ ବାହାଘର ହୋଇଯାଇଛି ? ହୋଇଛି ତ କାହାସହ ହୋଇଛି ଦୟାକରି ଉତ୍ତର ଦିଅନ୍ତୁ ମ୍ୟାମ।

ସେହି, ୟୁଜର ଅଭିନେତ୍ରୀଙ୍କ ଜବାବ ପରେ ନିରହୁଆଙ୍କୁ ନେଇ ପଚାରିଛନ୍ତି,’ନିରହୁଆଙ୍କ ସହିତ ଆପଣ ଆପଣଙ୍କର କଣ ଅଛି,ପ୍ରେମ ଅଛି ବା ଆପଣ ଦୁଇଜଣ ବନ୍ଧୁ ଅଟନ୍ତି।’ଅନ୍ୟ ୟୁଜର ବି ଲେଖିଛନ୍ତି,’ଦିନେଶ ନିରହୁଆଙ୍କ ସହିତ ଆପଣଙ୍କର କଣ ରହିଛି ?’ଏହା ସହିତ ଆଉ ଜଣେ କହିଛନ୍ତି,’ଏମାନେ ମିଛ କହୁଛନ୍ତି। ତାଙ୍କ ବାହାଘର ନିରହୁଆଙ୍କ ସ‌ହ ହୋଇସାରିଛି ?

ଜଣା ଯାଉଛି,ନିରହୁଆ ଏବଂ ଆମ୍ରପାଲି ଦୁବେଙ୍କୁ ନେଇ ସଂପର୍କ ଥିବାର ଖବର ସାମ୍ନାକୁ ଆସୁଅଛି।ଫ୍ୟାନସ ମାନଙ୍କୁ ଦୁଇଜଣଙ୍କର ରିଲ୍ ଏବଂ ରିୟଲ ଜୀବନରେ ଦୁଇଜଣଙ୍କ ମଧ୍ୟରେ ଥିବା ସଂପର୍କ ବହୁତ ପସନ୍ଦ ଆସିଥାଏ। ଏହି ଯୋଡ଼ି ଆଜି ପର୍ଯ୍ୟନ୍ତ ୩୦ରୁ ଅଧିକ ସିନେମାରେ କାମ କରି ସାରିଛନ୍ତି।

ନିରହୁଆ ଏବଂ ଆମ୍ରପାଲି ଦୁବେ ସେମାନଙ୍କର ସଂପର୍କକୁ ନେଇ କେତେଥର କହି ସାରିଛନ୍ତି ଏବଂ ସେ ତାଙ୍କୁ ତାଙ୍କ ବନ୍ଧୁ ବୋଲି ଜଣାଯାଇଛନ୍ତି। କିନ୍ତୁ, ବୋଧହୁଏ ଦୁଇଜଣ ସାଥିହୋଇ ଦେଖାଯାଆନ୍ତି।

ନିରହୁଆଙ୍କ ମାଆ ଗୋଟେ ଥର ସେମାନଙ୍କ ସଂପର୍କକୁ ନେଇ କହିଥିଲେ ତାଙ୍କ ପୁଅ ପ୍ରଥମରୁ ହିଁ ବାହା ହୋଇ ସାରିଛନ୍ତି ଏବଂ ସେ ମୁମ୍ବାଇରେ ତାଙ୍କ ସ୍ତ୍ରୀ ଏବଂ ଛୁଆଙ୍କ ସହିତ ରହୁଛନ୍ତି। ଆମ୍ରପାଲିଙ୍କ ସହିତ ତାଙ୍କର ସେମିତି କିଛି ବି ସଂପର୍କ ନାହିଁ।

ପୁଣିଥରେ, ଯଦି ନିରହୁଆ- ଆମ୍ରପାଲିଙ୍କ କାର୍ଯ୍ୟକ୍ଷେତ୍ରର କଥା କୁହାଯିବ ତ ସେ ଦୁଇଜଣ ଏହି ଦିନମାନଙ୍କରେ ଆଗାମୀ ସିନେମା ‘ଆଈ ମିଲନ କି ରାତ’ର ସୁଟିଂରେ ବ୍ୟସ୍ତ ଅଛନ୍ତି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *