ଗୋଟିଏ ବିଲେଇକୁ ଖୋଜିବା ପାଇଁ ଖର୍ଚ୍ଚ କରିଦେଲେ ଅଢେଇଲକ୍ଷ ଟଙ୍କା, ପଢନ୍ତୁ ଆଶ୍ଚର୍ଯ୍ୟଜନକ ଘଟଣା..

ବାଙ୍ଗାଲୋରରୁ ନୈନୀତାଲ ବୁଲିବାକୁ ଆସିଥିବା ଏକ ପରିବାର ତାଙ୍କ ହଜିଯାଇଥିବା ବିଲେଇକୁ ଖୋଜିବା ପାଇଁ ପାଖାପାଖି ଅଢ଼େଇଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ। ଏହିକଥା ଯିଏ ବି ଶୁଣିଛନ୍ତି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ଯେତେବେଳେ ତାଙ୍କ ବିଲେଇ ତାଙ୍କୁ ମିଳିଥିଲା ତ ପରିବାରର ଖୁସି କହିଲେ ନ ସରେ। ଆଗକୁ ଜାଣନ୍ତୁ ଆଶ୍ଚର୍ଯ୍ୟଜନକ କାହାଣୀ..

ବାସ୍ତବରେ, ବାଙ୍ଗାଲୋରରେ ରହୁଥିବା ହର୍ଷ କପୂର ପୂର୍ବ ବର୍ଷ ଏକ ଅକ୍ଟୋବରରେ ନିଜ ସ୍ତ୍ରୀ ଭବ୍ୟା କପୂର ଏବଂ ଦୁଇଟି ପୋଷା ବିଲେଇ (ଲିୟୋ ଏବଂ କୋକୋ)ଙ୍କ ସହିତ ତିନିଦିନ ପାଇଁ ନୈନୀତାଲ ବୁଲିବାକୁ ଆସିଥିଲେ। ଏହି ସମୟରେ ସେ ହଲ୍ଦୁନୀ ରୋଡର ଭୁଜିୟାଘାଟ ପାଖରେ ସୂର୍ଯ୍ୟାଗାଁର ଏକ ସ୍ଥାନରେ ରହିଥିଲେ। ଏହି ସମୟରେ ତାଙ୍କର ଦୁଇ ବିଲେଇ ସେହି ସ୍ଥାନରେ ବୁଲୁଥିଲେ। କିନ୍ତୁ ସେତେବେଳେ ଏକ ବିଲେଇ (ଲିୟୋ) ଜଙ୍ଗଲ ଆଡ଼କୁ ପଳେଇ ଯାଇଥିଲା।

କପୂର ଦମ୍ପତି ବିଲେଇକୁ ଖୋଜିବା ପାଇଁ ନିଜ ଛୁଟି ମଧ୍ୟ ବଢାଇ ଦେଇଥିଲେ, କିନ୍ତୁ ସେ ମିଳିପାରି ନଥିଲା। ସେମାନେ ବିଲେଇକୁ ଖୋଜିବା ବାଲା ବା ଠିକଣା ଜଣାଇବା ବାଲାଙ୍କୁ ପାଞ୍ଚ ହଜାର ଟଙ୍କା ଦେବାପାଇଁ ଘୋଷଣା କରିଥିଲେ, କିନ୍ତୁ ସେହି ଗାଁଲୋକ ଏବଂ ସେହି ସ୍ଥାନର କର୍ମୀମାନେ ବହୁତ ଚେଷ୍ଟା କରିବା ପରେ ମଧ୍ୟ ଲିୟୋକୁ ପାଇନଥିଲେ। ଏହାପରେ ଦମ୍ପତି ନିରାଶ ହୋଇ ୧୦ଅକ୍ଟୋବରରେ ବାଙ୍ଗାଲୋରକୁ ଫେରି ଆସିଥିଲେ।

ସେମାନେ ଫେରି ତ ଆସିଲେ, କିନ୍ତୁ ବାଙ୍ଗାଲୋରକୁ ଆସି ମଧ୍ୟ ତାଙ୍କ ମନ ନିଜ ବିଲେଇ ପାଇଁ ବିଚଳିତ ହେଉଥିଲା। ଦମ୍ପତି ଲଗାତର ସେହି ସ୍ଥାନର ସଞ୍ଚାଳକଙ୍କ ସହିତ ଫୋନ ମାଧ୍ୟମରେ ଜଡ଼ିତ ଥିଲେ ଏବଂ ଅନ୍ୟ ଲୋକମାନଙ୍କ ସହିତ ମଧ୍ୟ ସଂପର୍କ କରୁଥିଲେ। ସେଠାରେ ୨୧ଜାନୁଆରୀରେ କୌଣସି ଗ୍ରାମୀଣଙ୍କୁ ବିଲେଇ ଦେଖା ଯାଇଥିଲା। ଏହାର ସୂଚନା ସେ କପୂର ଦମ୍ପତିଙ୍କୁ ଦେଇଥିଲେ। କପୂର ଦମ୍ପତି ୨୫ଜାନୁଆରୀରେ ବାଙ୍ଗାଲୋରରୁ ଉଡାଜାହାଜରେ ଭୁଜିୟାଘାଟରେ ପହଞ୍ଚି ଥିଲେ। ଏଠାରେ ଦୁଇଦିନ କଠିନ ପରିଶ୍ରମ କରିବାପରେ ତାଙ୍କୁ ପରିଶେଷରେ ୨୬ଜାନୁଆରୀ ରାତିରେ ତାଙ୍କ ବିଲେଇ ଲିୟୋ ଜଙ୍ଗଲକୁ ଲାଗିଥିବା ଏକ ଖଣ୍ଡହରଗୁମା ସ୍ଥାନରୁ ମିଳିଥିଲା।

ଲିୟୋକୁ ଫେରି ପାଇବା ପରେ କପୂର ଦମ୍ପତି ବହୁତ ଖୁସି ଥିବାର ନଜର ଆସିଥିଲେ। ହର୍ଷ କପୂରଙ୍କ କହିବା କଥା ହେଉଛି କି ଏମିତିରେ ତ ଲିୟୋ ଏବଂ କୋକୋ ସାମାନ୍ୟ ବିଲେଇ ଅଟନ୍ତି, କିନ୍ତୁ ଦୁଇଟି ଯାକ ବିଲେଇ ତାଙ୍କ ଘରେ ଜନ୍ମ ହୋଇଥିଲେ। ଏହି କାରଣରୁ ସେମାନେ ତାଙ୍କ ସହିତ ଗଭୀର ଭାବରେ ଯୋଡ଼ି ହୋଇ ରହିଛନ୍ତି। ସେହି ସ୍ଥାନର ସଞ୍ଚାଳକ ବିକାଶ କିରୌଲା ଏହି ପୂରା ଘଟଣାର ପୃଷ୍ଠପୋଷକ ଅଟନ୍ତି। ଜଣା ଯାଉଛି କି କପୂର ଦମ୍ପତି ଲିୟୋର ଖୋଜାଖୋଜିରେ ଫ୍ଲାଇଟ,ଟୈକ୍ସୀ, ହୋଟେଲ ଏବଂ ଖାଦ୍ୟ-ପେୟରେ ପାଖାପାଖି ଅଢ଼େଇଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *