ମାର୍ଗଶୀର ମାସର ଶ୍ରୀକୃଷ୍ଣଙ୍କ ସହିତ ଶଙ୍ଖ ପୂଜା କରିବାର ବି ଅଛି ବିଶେଷ ମହତ୍ତ୍ଵ, ଜାଣନ୍ତୁ କଣ ଅଛି ଏହା ପଛରେ ପୌରାଣିକ କାରଣ

ଶଙ୍ଖର ପୂଜା କରିବା ଦ୍ଵାରା ମନରେ ଥିବା ସବୁ କାମନା ପୂରା କରାଯାଇ ପାରିବ କିନ୍ତୁ ଏଥିପାଇଁ ଜରୁରୀ ହେଉଛି କି ପୂଜା ପୂରା ବିଧିବିଧାନ ସହ କରାଯିବା ଉଚିତ। ଚାଲନ୍ତୁ ଜଣିବା କି ଏହି ମାସରେ କାହିଁକି ଏତେ ସ୍ଵତନ୍ତ୍ର ହୋଇଥାଏ ଶଙ୍ଖ ଏବଂ କେମିତି କରିବେ ଏହାର ପୂଜା।

କାର୍ତ୍ତିକ ମାସର ପୂର୍ଣ୍ଣିମା ପରେ ୧ ଡିସେମ୍ବର ରେ ମାର୍ଗଶୀରକୁ ଯେମିତି ଆଗମନର ମାସ ବୋଲି କୁହାଯାଇଥାଏ କିମ୍ବା ଆରମ୍ଭ ହୋଇଥାଏ। ଏହି ମାସରେ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜା ଅର୍ଚ୍ଚନା କରିବା ପାଇଁ ବିଶେଷ ଭାବରେ ମନା ଯାଇଥାଏ। କୁହାଯାଏ ଯେମିତି ଭାବରେ କାର୍ତ୍ତିକ ମାସରେ ଭଗବାନ ବିଷ୍ଣୁଙ୍କୁ ପୂଜା କରିବାର ବିଧାନ ଅଛି ଠିକ ସେହିପରି ମାର୍ଗଶୀର ମାସରେ ନନ୍ଦଲାଲାକୁ ଆରାଧନା କରିଲେ ଶ୍ରେଷ୍ଠ ଫଳ ପ୍ରାପ୍ତ ହୋଇଥାଏ। ଏହି ପୂରା ମାସରେ ଦୁଇ ସମୟରେ କୃଷ୍ଣ ଠାକୁରଙ୍କୁ ବିଶେଷ ରୂପେ ପୂଜା ଅର୍ଚ୍ଚନା କରିବା ଉଚିତ। କିନ୍ତୁ କଣ ଆପଣ ଜାଣିଛନ୍ତି କି ଏହି ସ୍ବତନ୍ତ୍ର ମାସରେ ଶଙ୍ଖ ପୂଜା କରିବାର ବି ବିଶେଷ ବିଧାନ ରହିଛି।

ଆଜ୍ଞା ହଁ, ଶଙ୍ଖର ପୂଜା କରିବା ଦ୍ଵାରା ମନରେ ଥିବା ସବୁ କାମନାକୁ ପୂରା କରାଯାଇ ପାରିବ କିନ୍ତୁ ଏଥିପାଇଁ ଜରୁରୀ ହେଉଛି କି ପୂଜା ପୂରା ବିଧିବିଧାନରେ କରାଯିବା ଉଚିତ। ତ ଚାଲନ୍ତୁ ଜଣିବା କି ଏହି ମାସ କାହିଁକି ଏତେ ସ୍ଵ ତନ୍ତ୍ର ହୋଇଥାଏ ଶଙ୍ଖ ଏବଂ କେମିତି କରିବେ ଏହାର ପୂଜା।

ଲକ୍ଷ୍ମୀଙ୍କ ସ୍ୱରୂପ ବୋଲି ମନାଯାଇ ଥାଏ ଶଙ୍ଖକୁ

ବୋଧହୁଏ ଆପଣ ଏହି କଥା ଜାଣି ନଥିବେ କି ଶଙ୍ଖକୁ ଲକ୍ଷ୍ମୀଙ୍କ ପ୍ରତିକ ରୂପେ ମନାଯାଇ ଥାଏ। ଏବଂ ଏଥିପାଇଁ ଆପଣ ଦେଖିଥିବେ କି ଲକ୍ଷ୍ମୀଙ୍କ ପୂଜାରେ ଶଙ୍ଖ ‌ନିତ୍ୟନ୍ତ ଆବଶ୍ୟକ ହୋଇଥାଏ। ଏହା ବ୍ୟତୀତ ଲକ୍ଷ୍ମୀ ଦେବୀଙ୍କ ପୂଜାକୁ ଅଧୁରା ମନାଯାଇ ଥାଏ।

ମାର୍ଗଶୀର ମାସର କାହିଁକି ପୂଜା କରାଯାଇଥାଏ ଶଙ୍ଖ

ବାସ୍ତବରେ ମାର୍ଗଶୀର ମାସରେ ଶଙ୍ଖ ପୂଜା କରିଲେ ଶ୍ରୀକୃଷ୍ଣ କାହିଁକି ପ୍ରସନ୍ନ ହୋଇଥାଆନ୍ତି ଏହା ଏକ ବଡ଼ ପ୍ରଶ୍ନ ଅଟେ। ଏହା ପଛରେ ଥିବା କାରଣ ଆମେ ଆପଣଙ୍କୁ ଜଣାଇବୁ। ବାସ୍ତବରେ, କୁହାଯାଇଥାଏ କି ଶ୍ରୀକୃଷ୍ଣଙ୍କ ପାଦରେ ୧୯ ଅଲଗା ଅଲଗା ପ୍ରକାରର ଚିହ୍ନ ମହଜୁଦ ଅଛି ଯେଉଁଥିରେ ଏହି ଶଙ୍ଖ ବି ଅଛି। ଶଙ୍ଖ ତାଙ୍କ ପାଦରେ ଆଙ୍ଗୁଠିର ତଳେ ମହଜୁଦ ଥିଲା। ଯାହାକୁ ଶୁଭ ସଙ୍କେତ ବୋଲି ମନାଯାଇ ଥାଏ। ଏବେ ଆସିଥିବା ମାର୍ଗଶୀର ମାସ ଶ୍ରୀକୃଷ୍ଣଙ୍କର ଅତି ପ୍ରିୟ ହୋଇଥାଏ। ସେଥିପାଇଁ ଏହି ମାସ ସହିତ ଯୋଡା ହୋଇଥିବା ଶୁଭ ଚିହ୍ନର ପୂଜାକୁ ମହତ୍ତ୍ୱପୂର୍ଣ୍ଣ ବୋଲି ମନାଯାଇ ଥାଏ।

ଏହି ବିଧିରେ କରିବା ଦରକାର ପୂଜା

ଯଦି ଆପଣ ଶ୍ରୀକୃଷ୍ଣ ରୂପି ଶଙ୍ଖକୁ ପୂଜା କରିବାକୁ ଚାହୁଁଛନ୍ତି ତ ସକାଳ ପ୍ରହରୁ ସ୍ବଚ୍ଛ ବସ୍ତ୍ର ଧାରଣ କରି ଏକ ଖଟୁଲି ଆଣନ୍ତୁ ଏବଂ ତା ଉପରେ ସ୍ବଚ୍ଛ ବା ନୂଆ ବସ୍ତ୍ର ବିଛାଇ ପକାଇ ଦିଅନ୍ତୁ। ସେହି କପଡ଼ା ଉପରେ ଗୋଟିଏ ଥାଳି ରଖି ତା ମଧ୍ୟରେ ଶଙ୍ଖ ରଖି କଞ୍ଚା କ୍ଷୀରରେ ଜଳ ମିଶାଇ ତାକୁ ଆପଣ ସ୍ନାନ କରାଇ ଦିଅନ୍ତୁ। ତାହାକୁ ପୋଛି ଚନ୍ଦନ ଟୀକା ତା ଉପରେ ଲଗାଇ ଦୀପ ଜଳାଇ ଦିଅନ୍ତୁ, ଶଙ୍ଖ ଉପରେ ଏକକ୍ଷରୀ ମନ୍ତ୍ର ଲେଖି ତା’ର ସାମର୍ଥ୍ୟ ଅନୁସାରେ ଚାନ୍ଦି କିମ୍ବା ତମ୍ବା ପାତ୍ରରେ ସ୍ଥାପନ କରନ୍ତୁ। ଟୀକା ଲଗାନ୍ତୁ, ଫୁଲ ଚଢାନ୍ତୁ ଏବଂ ପୁଣି ଶେଷରେ ଭୋଗ ଲଗାଇ ପୂଜା କରନ୍ତୁ।

Leave a Reply

Your email address will not be published. Required fields are marked *