ଏହା ହେଉଛି ଦୁନିଆର ସବୁଠାରୁ ଥଣ୍ଡା ବିଦ୍ୟାଳୟ, ହାଡଭଙ୍ଗା ଶୀତରେ ଆଖିପତାରେ ବରଫ ଜମି ଯାଉଥିବା ଅବସ୍ଥାରେ ପଢିବାକୁ ଯାଉଛନ୍ତି ପିଲାମାନେ

ମନରେ ଅଭିଳାଷ ଅଛି ତ ମନୁଷ୍ୟ ତାର ସଫଳତା ପାଇଁ ଯାଉଥିବା ରାସ୍ତାରେ ଆସୁଥିବା ସବୁ ସମସ୍ୟାର ସାମ୍ନା କରିଥାଏ। ଏଥିପାଇଁ ତାକୁ ମୃତ୍ୟୁ ସହିତ ଖେଳିବାକୁ ପଡ଼ିଥାଉ ପଛେ। ଭାରତରେ ଯେଉଁଠାରେ ଟିକିଏ ଥଣ୍ଡା ବଢିଗଲେ ଲୋକମାନେ ଶଯ୍ୟାରୁ ବାହାରକୁ ଆସିବାପାଇଁ ପଛଘୁଞ୍ଚା ଦେଉଥିବାର ଦେଖାଯାଏ, ସେହି ଦୁନିଆରେ ଏକ ଏମିତି ଜାଗା ଅଛି ଯେଉଁଠାରେ -୫୧ଡିଗ୍ରୀ ତାପମାତ୍ରାରେ ବି ଛୋଟ-ଛୋଟ ପିଲାମାନେ ପଢ଼ିବା ପାଇଁ ଯାଆନ୍ତି। ଏହାକୁ ଦୁନିଆର ସବୁଠାରୁ ଥଣ୍ଡା ବିଦ୍ୟାଳୟ ତାଲିକାରେ ସାମିଲ କରାଯାଇଅଛି। ପିଲାମାନେ ଅତ୍ୟନ୍ତ ଥଣ୍ଡାରେ ନିଜକୁ ମଫଲର ଏବଂ ସ୍ବେଟରରେ ଘୋଡାଇ ପଢ଼ିବା ପାଇଁ ବିଦ୍ୟାଳୟରେ ପହଞ୍ଚନ୍ତି। ଆସନ୍ତୁ ଆପଣଙ୍କୁ ଜଣାଇବୁ ଏହି ବିଦ୍ୟାଳୟ ବିଷୟରେ ଏବଂ କେମିତି ହେଉଛି ଏତେ ଥଣ୍ଡାରେ ଏଠାରେ ପାଠପଢ଼ା

ଭାରତରେ ବରଫଅଞ୍ଚଳର ମଜା ନେବାପାଇଁ ଲୋକମାନେ ଶିମଲା-ମନାଲୀ ଯାଇଥାନ୍ତି। କିନ୍ତୁ ଦୁନିଆରେ ସାଇବେରିଆ ଏକ ଏମିତି ଦେଶ ଅଟେ ଯାହା ସବୁଠାରୁ ଥଣ୍ଡା ଅଞ୍ଚଳରେ ସାମିଲ ହୋଇଛି। ଯେଉଁଠାରେ ସବୁ ଅଞ୍ଚଳର ସ୍ଥାନ ସାରା ବର୍ଷ ବରଫାବୃତ ହୋଇ ରହିଥାଏ।

ଓଏମୋୟାକନରେ ହାଡ କମ୍ପିବା ଭଳି ଏହି ଥଣ୍ଡାରେ ଛୋଟ-ଛୋଟ ପିଲାମାନେ ବିଦ୍ୟାଳୟରେ ଯାଇ ପହଞ୍ଚିଥାନ୍ତି। ଏହି ପିଲାମାନଙ୍କର ବୟସ ୧୧ବର୍ଷରୁ ବି କମ ହେବ। ତାଛଡା ଏହି ବିଦ୍ୟାଳୟ ସେତେବେଳେ ବନ୍ଦ ହୋଇଥାଏ ଯେତେବେଳେ ଏଠାର ତାପମାତ୍ରା -୫୨ରୁ ତଳକୁ ଯାଇଥାଏ। ନହେଲେ ବିଦ୍ୟାଳୟ ଖୋଲା ରହିଥାଏ ଏବଂ ଶିକ୍ଷକମାନେ ପଢ଼ିଇବାକୁ ଆସିଥାନ୍ତି।

ସାଇବେରିଆର ଓଏମୋୟାକନ ସହର ପର୍ଯ୍ୟନ୍ତ ପହଁଞ୍ଚିବା ପାଇଁ ହେଲେ ବହୁତ କଷ୍ଟ କରିବାକୁ ପଡ଼ିଥାଏ। ପ୍ରଥମରେ ତ ଏଠାରେ ବହୁତ ଥଣ୍ଡା ପଡିଥାଏ। ଏହା ବ୍ୟତୀତ ଏଠାରେ ପୋଷ୍ଟ ଅଫିସ ଏବଂ ବ୍ୟାଙ୍କ ଭଳି ବୁନିୟାଦୀ ସୁବିଧା ବି ଏହି ଅବସ୍ଥାରେ ପହଞ୍ଚିଛି। ଏହାଛଡା ଏମିତି ଥଣ୍ଡାରେ ବିଦ୍ୟାଳୟରେ ଛୁଆମାନଙ୍କର ଉପସ୍ଥିତି ସମସ୍ତଙ୍କୁ ଚିନ୍ତିତ କରିଥାଏ।

ହେଲେ, ଏବେ କୋରୋନା କାରଣରୁ ଏଠାର ଅବସ୍ଥା ଆହୁରି ଅଧିକ ଚିନ୍ତା ଜନକ ହୋଇଯାଇଛି।କୋରୋନା ଭାଇରସ ବୃଦ୍ଧି ହେବାପରେ ବି ଖୋଲା ହେଉଥିବା ବିଦ୍ୟାଳୟକୁ ଆସୁଥିବା ପିଲା ଏବଂ ତାସହ ସେମାନଙ୍କ ବାପାମାଆ ଏବଂ କର୍ମଚାରୀମାନଙ୍କୁ ବିଦ୍ୟାଳୟରେ ପ୍ରବେଶ କରିବା ପାଇଁ ହେଲେ ପ୍ରଥମେ ତାପମାତ୍ରା ପରିକ୍ଷା କରିବାପାଇଁ ପଡ଼ିଥାଏ।

ଯଦି ଏହି ବିଦ୍ୟାଳୟର କଥା କହିବା ତ ଏହାକୁ ୧୯୩୨ରେ ତିଆରି କରାଯାଇଥିଲା। ଏହି ବିଦ୍ୟାଳୟକୁ ଦୂର-ଦୂରରୁ ପିଲାମାନେ ପାଠ ପଢ଼ିବାକୁ ଆସନ୍ତି।ଖାସକରି ଏଠାକୁ ସଟେ ଖାରା ତୁମୁଳ ଏବଂ ବେରେଗ ୟୁର୍ଡେ ଗାଁର ଛୁଆମାନେ ବି ବିଦ୍ୟାଳୟକୁ ପଢିବା ପାଇଁ ଆସିଥାନ୍ତି।

ଶୋଶିଆଲ ମିଡ଼ିଆରେ ଲୋକମାନଙ୍କୁ ଏହି ବିଦ୍ୟାଳୟ ବିଷୟରେ ଜଣାଉଥିବା ବ୍ୟକ୍ତି ହେଉଛନ୍ତି ଫଟୋଗ୍ରାଫର ସେମ୍ୟୋନ।ସେ ସାଇବେରିଆର ଓଏମୋୟାକନ ଯାଇ ସେଠାର ଲୋକମାନଙ୍କର ଜୀବନଶୈଳୀ ଦେଖାଇଛନ୍ତି।ସେମ୍ୟୋନ ଜଣାଇଛନ୍ତି କି ତାଙ୍କୁ ଏହି ଅଞ୍ଚଳରେ ବହୁତ ଅସୁବିଧା ହେଉଥିଲା। ଥରକୁ ଥର ତାଙ୍କୁ ତାଙ୍କୁ ଗ୍ଳୋବସ ବଦଳାଇବାକୁ ପଡୁଥିଲା।ଏସହ ତାଙ୍କୁ ବହୁତ ଅସହ୍ୟ ଅନୁଭବ ହେଉଥିଲା।

କିନ୍ତୁ ସେମ୍ୟୋନ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ କି ଏତେ ଥଣ୍ଡାରେ ବି ସେଠାରେ ଛୋଟ-ଛୋଟ ପିଲାମାନେ ବିଦ୍ୟାଳୟକୁ ଯାଉଥିଲେ।ସେ ତାଙ୍କ ବାପାମାଆଙ୍କ ସହିତ ପଢ଼ିବା ପାଇଁ ବିଦ୍ୟାଳୟରେ ପହଞ୍ଚୁ ଥିଲେ। ଏହି ଅଭିଳାଷ ସେମ୍ୟୋନଙ୍କୁ ଭିତରୁ ଜୋରରେ ଝିଙ୍କି ଦେଇଥିଲା।ସେମ୍ୟୋନ ଜଣାଇଛନ୍ତି କି ଏମିତି ଥଣ୍ଡାରେ ଘରୁ ବାହାରକୁ ବାହାରିବା ମୃତ୍ୟୁ ସହିତ ଲଢିବା ସହିତ ସମାନ। କିନ୍ତୁ ପିଲାମାନେ ଆରାମରେ ବିଦ୍ୟାଳୟକୁ ଯାଉଥିବାର ଦେଖାଯାଇଛି।

ଏକ୍ସପର୍ଟସଙ୍କ ମୁତାବକ, ଏତେ ଥଣ୍ଡାରେ ଲୋକମାନଙ୍କୁ ଅଧିକ ନିଶ୍ଵାସ ବି ନେବା ଉଚିତ ନୁହେଁ। ଏହାଦ୍ଵାରା ଶ୍ଵାସକୋଷରେ ଥଣ୍ଡା ବାୟୁ ଭରିଯାଇଥାଏ ଏବଂ ଏହାଦ୍ଵାରା ଜୀବନ ଯିବାର ବିପଦ ବଢିଯାଇଥାଏ। ଏପରି ତାପମାତ୍ରାରେ ସାମାନ୍ୟ ଜୀବନ ବିତାଇବା କାଠିକର ପାଠ ହୋଇଥାଏ। କିନ୍ତୁ ଲୋକମାନେ ଆରାମରେ ସେମାନଙ୍କର ନିତିଦିନିଆ ଜୀବନକୁ ଉପଭୋଗ କରୁଥିବାର ଦେଖାଯାଉଛି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *