ବାହାଘରର ୨ଦିନ ପରେ ହିଁ ଗୌହରଙ୍କର Ex ବୟଫ୍ରେଣ୍ଡ ସହିତ ହେଲା ସାମ୍ନା, ଅଭିନେତାଙ୍କ ମୁହଁରୁ ବାହାରିଲା ଏହି କଥା..

ମୁମ୍ବାଇ: କ୍ରିସମାକ୍ସ ଦିନ ବୟଫ୍ରେଣ୍ଡ ଜୈଦ ଦରବାର (Zaid Darbar)ଙ୍କ ସହିତ ବିବାହ କରିଥିବା ଗୌହର ଖାନ (Gauhar Khan) ରବିବାର ଦିନ ଏୟାରପୋର୍ଟ ଠାରେ ନଜର ଆସିଥିଲେ।ମୁଖ୍ୟକଥା, ବାହାଘର ସରିବା ପରେ ସଙ୍ଗେସଙ୍ଗେ ଗୌହର ନିଜ କାମକୁ ଫେରି ଆସିଛନ୍ତି ଏବଂ ସେ ଲଖନଞ୍ଜକୁ ସୁଟିଂ ପାଇଁ ଚାଲି ଯାଇଛନ୍ତି।ଗୌହରଙ୍କୁ ଏୟାରପୋର୍ଟ ପର୍ଯ୍ୟନ୍ତ ଛାଡ଼ିବାକୁ ତାଙ୍କ ସ୍ବାମୀ ଜୈଦ ଆସିଥିଲେ। ହେଲେ,ମଜାଦାର କଥା ଏହା ଥିଲା କି ଯେଉଁ ଉଡାଜାହଜରେ ଗୌହର ଥିଲେ, ସେଥିରେ ତାଙ୍କ ଏକ୍ସ-ବୟଫ୍ରେଣ୍ଡ କୁଶାଲ ଟଣ୍ଡନ (Kushal Tandon) ମଧ୍ୟ ଥିଲେ।କୁଶାଲ ନିଜ ହୋମ ଟାଉନ ଲଖନଞ୍ଜକୁ ଏକ ସୁଟିଂ ପାଇଁ ଯାଉଥିଲେ।

କୁଶାଲ ଶୋଶିଆଲ ମିଡ଼ିଆରେ ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ସେ ଗୌହରଙ୍କୁ ବାହାଘରର ଶୁଭେଚ୍ଛା ଜଣାଇଛନ୍ତି। ଏହା ସହିତ ସେ ଲେଖିଛନ୍ତି-ଏହା ଏକ ସୁନ୍ଦର ସଂଯୋଗ।

ଭିଡିଓରେ କୁଶାଲ କହିଛନ୍ତି -ମୁଁ ମୋ ହୋମଟାଉନକୁ ଯାଉଥିଲି ଏବଂ ଦେଖନ୍ତୁ ମୁଁ କାହା ସହ ଦେଖା ହୋଇଛି, ମଧୁର ବନ୍ଧୁ ସହିତ। ଆମେ ଅଚାନକ ଦେଖା ହୋଇଛୁ, ମୁଁ ତାଙ୍କୁ ସ୍ଟକ କରିନାହିଁ। ଏହା ଶୁଣି ଗୌହର ହସିବାକୁ ଲାଗିଥିଲେ।

କୁଶାଲ ପୁଣି କହିଛନ୍ତି- ବହୁତ ସୁନ୍ଦର ଲାଗୁଛ। ମୁଁ ଆପଣଙ୍କ ପାଇଁ ବହୁତ ଖୁସି ଅଛି। ବୋଧହୁଏ ମୋତେ ଆପଣଙ୍କୁ ବାସ୍ତବରେ ଶୁଭେଚ୍ଛା ଜଣାଇବାର ଥିଲା। ବାହାଘରର ଶୁଭେଚ୍ଛା ଗୌହର। ପରିଶେଷରେ କୁଶାଲ କହିଛନ୍ତି- ହାଏରେ ଭାଗ୍ୟ।

କୁଶାଲ ଏବଂ ଗୌହରଙ୍କ ସଂପର୍କ ‘ବିଗ ବସ ୭’ସମୟରେ ଆରମ୍ଭ ହୋଇଥିଲା। ଯେତେବେଳେ ସେ ତାଙ୍କ କଣ୍ଟେସ୍ଟେଣ୍ଟ ହୋଇଥିଲେ। ଅକ୍ଟୋବର ୨୦୧୪ରେ ତାଙ୍କ ବ୍ରେକଅପ ନିଜେ କୁଶାଲ ଟଣ୍ଡନ କରିଥିଲେ।

କୁଶାଲ ଶୋଶିଆଲ ସାଇଟରେ ଲେଖିଥିଲେ- ବନ୍ଧୁ, ଏବେ ଗୌଶାଲଙ୍କ ପରି କେହି ବି ନାହାନ୍ତି। କ୍ଷମା କରନ୍ତୁ, ମୁଁ ଖବରକୁ ବନ୍ଦ କରୁଛି। ବର୍ତମାନ ଗୌହାର ଏବଂ ମୁଁ ସାଥିହୋଇ ନାହୁଁ। ଜଣା ଯାଉଛି କି ଗୌହର ଏବଂ କୁଶାଲ ନିଜ ନାମକୁ ମିଶାଇ ଗୌଶାଲ କରି ଦେଇଥିଲେ।

ବ୍ରେକଅପର ପାଖାପାଖି ଦୁଇବର୍ଷ ପରେ ଗୌହର ଏବଂ କୁଶାଲ ଟଣ୍ଡନଙ୍କ ମଧ୍ୟରେ ଝଗଡ଼ା ବହୁତ ଜୋରରେ ଚାଲିଥିଲା। ଦୁଇଜଣ ଯାକ ଶୋଶିଆଲ ମିଡ଼ିଆରେ ଜଣେ ଅନ୍ୟ ଜଣଙ୍କୁ ବହୁତ କଡ଼ା କଥା ଶୁଣେଇଥିଲେ। ବାସ୍ତବରେ, ଦୁଇଜଣଙ୍କ ମଧ୍ୟରେ ଏହି ଝଗଡାର ଆରମ୍ଭ ଏକ ଇଣ୍ଟରବ୍ୟୁ ପରେ ହୋଇଥିଲା, ଯେଉଁଥିରେ କୁଶାଲ କହିଥିଲେ କି ସେ କେବେବି ଗୌହାରଙ୍କ ସହ ବନ୍ଧୁତା ସଂପର୍କ ରଖିବାକୁ ପସନ୍ଦ କରିବେ ନାହିଁ। ଏହାପରେ ଗୌହାର କୁଶାଲଙ୍କ ଉପରେ ରାଗି ଯାଇଥିଲେ ଏବଂ ସେ କୁଶାଲଙ୍କ ଉପରେ ଆରୋପ ଲଗାଇଥିଲେ କି ସେ ଏହା କେବଳ ଜନସମର୍ଥନ ପାଇଁ କରୁଛନ୍ତି।

କୁଶାଲ ଏକ ଇଣ୍ଟରବ୍ୟୁରେ କହିଥିଲେ ମୋର ବିଶ୍ବାସ ସବୁବେଳେ ଆଗକୁ ବଢ଼ିବାରେ ରହିଛି। ସବୁ କଥା ପଛରେ କିଛି ନା କିଛି କାରଣ ରହିଥାଏ।ଯାହା କିଛି ବି ମୁଁ କରିଛି,ତାକୁ ନେଇ ମୋର କେବେବି କୈାଣସି ପଶ୍ଚାତାପ ନାହିଁ। ମୁଁ ସବୁବେଳେ ନିଜ ଭୁଲରୁ ହିଁ ଶିଖିଥାଏ ଏବଂ ଆଗକୁ ବଢ଼ିଥାଏ। ଏବେ ଆମେ କେବେବି ବନ୍ଧୁ ହୋଇ ପାରିବୁ ନାହିଁ। ମୁଁ ତାଙ୍କ (ଗୌହରଙ୍କ) ବନ୍ଧୁ ହେବାକୁ ଚାହୁଁନାହିଁ। ହେଲେ, ଦୁଇଜଣ ଏକ୍ସ ଗାର୍ଲଫ୍ରେଣ୍ଡଙ୍କ ସହିତ ମୋର ଏବେବି ବନ୍ଧୁ ସଂପର୍କ ରହିଛି।

ଗୌହର ଏବଂ କୁଶାଲଙ୍କର ବ୍ରେକଅପ ହେବାପରେ ଖବର ଆସିଥିଲା କି ତାଙ୍କ ଜୀବନରେ ଅଭିନେତା ହର୍ଷବର୍ଦ୍ଧନ ରାଣେଙ୍କର ପ୍ରବେଶ ହୋଇଯାଇଛି ଏବଂ ଏହି ଦୁଇଜଣ ଜଣେ ଅନ୍ୟ ଜଣଙ୍କୁ ଡେଟ କରୁଛନ୍ତି। ହେଲେ ହର୍ଷବର୍ଦ୍ଧନ ରାଣେ ଗୌହରଙ୍କ ସହିତ ଥିବା ସମ୍ପର୍କ ବିଷୟରେ ଏକ ଇଣ୍ଟରବ୍ୟୁ ସମୟରେ କହିଥିଲେ-ମୁଁ ଏହି କଥାକୁ ଉପେକ୍ଷା କରିବି ନାହିଁ କି ମୁଁ ଗୌହରଙ୍କୁ ପସନ୍ଦ କରେ।ସେ ପରିଶ୍ରମୀ ଅଟନ୍ତି ଏବଂ ନିଜ ଶକ୍ତି ଦ୍ଵାରା ଆଗକୁ ବଢିଥାନ୍ତି ଏବଂ ସ୍ବାଭିମାନୀ ଅଟନ୍ତି। କେଉଁଠି ନା କେଉଁଠି ମୁଁ ତାଙ୍କ ମଧ୍ୟରେ ନିଜ ପସନ୍ଦକୁ ଦେଖିଥାଏ। କିନ୍ତୁ କଥା ବାସ ଏତିକି ଅଟେ। ଆମେ କୌଣସି ସଂପର୍କରେ ନାହୁଁ।

Leave a Reply

Your email address will not be published. Required fields are marked *