କରୋନା ଭୂତାଣୁ ପାଇଁ ITBP ଜବାନ ‘ ଦିଲ ଦିୟା ହେ ଜାନ ଭି ଦେଙ୍ଗେ ‘ ଗୀତରେ ବଜାଇଲେ ଏପରି ବାଞ୍ଜୋ , ଲୋକ କରୁଛନ୍ତି ସେଲ୍ୟୁଟ

ସୋସିଆଲ ମିଡ଼ିଆ ଆଜିକା ସମୟରେ ଏପରି ଏକ ଜରିଆ ହୋଇଯାଇଛି, ଯେଉଁଠି କେବେ କିଏ ଲୋକପ୍ରିୟ ହୋଇଯିବ ତାହା କେହି ଜାଣି ନାହାଁନ୍ତି । କେତେବେଳେ କାହାର ଭିଡ଼ିଓ ଭାଇରଲ ହୋଇଯାଏ ତ କେବେ କାହାର ଫୋଟ ଭାଇରଲ ହୋଇଯାଏ । ଏଥିରେ ପଶୁ ଠାରୁ ଆରମ୍ଭ କରି ମଣିଷ ପର୍ଯ୍ୟନ୍ତ ସାମିଲ ଅଛନ୍ତି । ଏହି ଭିଡ଼ିଓ ଏବଂ ଫୋଟ ର ଲୋକେ ଖୁବ ମଜା ମଧ୍ୟ ନିଅନ୍ତି ଏବଂ ପ୍ରଶଂସା ମଧ୍ୟ କରନ୍ତି । ଏହି ପରିପ୍ରେକ୍ଷୀରେ ଏକ ଭାରତୀୟ ଜବାନ ଙ୍କ ଭିଡ଼ିଓ ଦ୍ରୁତ ବେଗରେ ଭାଇରଲ ହେଉଛି ଯାହାକୁ ଦେଖି ଲୋକେ ପ୍ରଶଂସା କରୁଛନ୍ତି । ଏହି ଭିଡ଼ିଓ ରେ ଜବାନ ଖୁବ ସୁନ୍ଦର ଭାବରେ ବାଞ୍ଜୋ ବଜାଇ କରୋନା ଯୋଦ୍ଧା ଜବାନ ମାନଙ୍କୁ ସଲାମ କରୁଛନ୍ତି । ପୁଣି ଭିଡ଼ିଓ ଦେଖିବା ପରେ ଲୋକେ କହୁଛନ୍ତି ଯେ , ‘ ଭାଇ ଦିନଟିକୁ ହିଁ ସ୍ୱତନ୍ତ୍ର କରିଦେଲ ‘।

ଏହା ତ ଆମେ ସମସ୍ତେ ଜାଣିଛୁ ଯେ ପ୍ରତ୍ୟେକ ବ୍ୟକ୍ତି ଙ୍କ ମଧ୍ୟରେ କିଛି ନା କିଛି ପ୍ରତିଭା ରହିଥାଏ । କେତେବେଳେ ଏହି ପ୍ରତିଭା ଅନ୍ୟ କାହାରି ଜରିଆରେ ବାହାରକୁ ଆସିଥାଏ ଏବଂ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ର ବିଷୟ ସୃଷ୍ଟି କରିଥାଏ । ଏହି ଜବାନ ଙ୍କ ସହିତ କିଛି ଏହିପରି ହିଁ ହେଉଛି । ସେ ଏପରି ବେଂଜୋ ବଜାଇଛନ୍ତି ଯେ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ର ବିଷୟ ହୋଇ ଯାଇଛନ୍ତି ଏବଂ ତାଙ୍କର ପ୍ରଶଂସା ମଧ୍ୟ କରାଯାଉଛି । ଯେପରିକି ଆପଣ ଭିଡ଼ିଓ ରେ ଦେଖି ପାରୁଥିବେ ଯେ କର୍ମା ଫିଲ୍ମର ଗୀତ ‘ ଦିଲ ଦିୟା ହେ ଜାନ ଭି ଦେଙ୍ଗେ ….. ‘ ଗୀତରେ ସେ ଖୁବ ମଜାଦାର ଢ଼ଙ୍ଗରେ ବାଞ୍ଜୋ ବଜାଉଛନ୍ତି । ଏପରି କୁହାଯାଉଛି ଯେ ଏହି ଜବାନ ‘ କନ-ଷ୍ଟେବଳ ରାହୁଲ ଖୋସଲା ‘ ଅଟନ୍ତି । ରିପୋର୍ଟ ଅନୁସାରେ ସେ ITBP ର ଜବାନ ଅଟନ୍ତି ।

ପୁଣି ଏହି ଭିଡ଼ିଓ କୁ ITBP ନିଜର ଟ୍ୱିଟର ଆକାଉଣ୍ଟ ରେ ସେୟାର କରି ଲେଖିଛି ଯେ , ‘ ହର କରମ ଅପନା କରେଙ୍ଗେ … କରୋନା ଯୋଦ୍ଧା ଙ୍କୁ କନ-ଷ୍ଟେବଳ ରାହୁଲ ଖୋସଲା , ITBP ର ସଲାମ ମଣ୍ଡଳୀ ର ଧୂନ ‘ । ଏହି ଭିଡ଼ିଓ କୁ ଦେଖିବା ପରେ ଆଶା କରୁଛୁ ଯେ ଆପଣଙ୍କୁ ମଧ୍ୟ ମଜା ଅସୁଥିବ । ଟ୍ୱିଟର ରେ ଏହି ଭିଡ଼ିଓ କୁ ‘ Snehesh Alex Philip ‘ ସେୟାର କରିଛନ୍ତି । ଏବେ ଏହି ଭିଡ଼ିଓ ଭାଇରଲ ହେବାରେ ଲାଗିଛି । ଖବର ଲେଖାଯିବା ପର୍ଯ୍ୟନ୍ତ ଏହି ଭିଡ଼ିଓ କୁ ପାଖାପାଖି ନଅ ହଜାର ଲୋକ ଦେଖି ସାରିଛନ୍ତି । ପୁଣି ଏହି ଭିଡ଼ିଓ ରେ ୟୁଜର ଲଗାତାର କମେଣ୍ଟ ମଧ୍ୟ କରୁଛନ୍ତି ।

Leave a Reply

Your email address will not be published. Required fields are marked *