ଜୈକି ଶ୍ରାଫ ଝିଅଙ୍କ ବୟଫ୍ରେଣ୍ଡ ସହ ହେଲା ବ୍ରେକପ, ଛଅ ମାସ ପୂର୍ବରୁ ଚାଲୁଥିଲା ବିବାହର ପ୍ଲାନିଙ୍ଗ

ମୁମ୍ବାଇ : ଜୈକି ଶ୍ରାଫଙ୍କର ଝିଅ କୃଷ୍ଣା ଶ୍ରାଫ ନିଜର ବୋଲ୍ଡ ଇମେଜ ଏବଂ ପର୍ସନାଲ କାରିଅରକୁ ନେଇ ବହୁତ ଚର୍ଚ୍ଚାରେ ରହିଛନ୍ତି। କିନ୍ତୁ ଏଥର ଘଟଣା ଅଲଗା। କୃଷ୍ଣା ଗତ ଦେଢ ବର୍ଷ ହେଲା ବୟଫ୍ରେଣ୍ଡ ଇବନ ହାମ୍ସଙ୍କ ସହିତ ରିଲେସନଶିପ ରେ ଥିଲେ। କିନ୍ତୁ ବର୍ତ୍ତମାନ ଏବେ ତାଙ୍କର ବ୍ରେକପ ହୋଇଯାଇଛି। ଏହି କଥା ନିଜେ କୃଷ୍ଣା ଇଶାରା ଦେଇଛନ୍ତି। କୃଷ୍ଣା ଏବଂ ଏବନ ଛଅ ମାସ ପୂର୍ବରୁ ନିଜର ବାହାଘର ପ୍ଲାନିଙ୍ଗ କରୁଥିଲେ। ବର୍ତ୍ତମାନ କୃଷ୍ଣା ନିଜେ ଖୁଲାସା କରିଛନ୍ତି କି ତାଙ୍କର ବ୍ରେକପ ହୋଇଯାଇଛି ବୋଲି।

କୃଷ୍ଣା ସୋଶିଆଲ ମିଡିଆ ଆକାଉଣ୍ଡରୁ ଇବନ ସହ ସବୁ ଫଟୋ ଡିଲିଟ କରି ଦେଇଛନ୍ତି। ଏହା ସହିତ ସେ ଫ୍ୟାନ୍ସଙ୍କୁ କହିଛନ୍ତି କି ଆପଣ ସବୁ ଫ୍ୟାନ୍ସ କ୍ଲବ ବହୁତ ଭଲ ଅଟନ୍ତି କିନ୍ତୁ ମୋ ସହ ଇବନଙ୍କ ଫଟୋ ଏଡିଟ କରି ପୋଷ୍ଟ କରିବା ବନ୍ଦ କରନ୍ତୁ। ବର୍ତ୍ତମାନ ଆମେ ଏକାଠି ନାହୁଁ ତେଣୁ ଏପରି ଏକାଠି ଟ୍ୟାଗ କରିବା ବନ୍ଦ କରନ୍ତୁ।

କୋରୋନା ସମୟ ରେ କୃଷ୍ଣା ଏବଂ ଇବନ ନିଜର ପ୍ରଥମ ଦେଖାର ଆନିଭସରୀ ପାଳନ କରିଥିଲେ। ଏବାନ ଲକଡାଉନ ଆରମ୍ଭରୁ କୃଷ୍ଣାଙ୍କ ସହିତ ସମୟ ବିତେଇବା ପରେ ଅଷ୍ଟ୍ରେଲିୟା ଫେରି ଯାଇଥିଲେ। ସେମାନେ ସୋଶିଆଲ ମିଡିଆରେ ନିଜର ଆନିଭରସରୀ ସେଲିବ୍ରେଟ କରିଥିଲେ ଓ ଫ୍ୟାନ୍ସଙ୍କୁ ଇନଡ୍ୟାରେକ୍ଟ ରେ ଜବାବ ଦେଇ ଦେଇଥିଲେ।

ଏମିତି ଏହା ପ୍ରଥମ ଥର ନୁହେଁ। ଯେତେବେଳେ କୃଷ୍ଣା ଶ୍ରାଫ ଅଚାନକ ନିଜର ବୟଫ୍ରେଣ୍ଡର ସବୁ ଫଟୋ ଇନଷ୍ଟାଗ୍ରାମ ପେଜରୁ ଡିଲିଟ କରିଦେଇଛନ୍ତି। ଏହା ପୂର୍ବରୁ ସେ ଏ ପରି ମଧ୍ୟ କରିଥିଲେ, ଯାହା ପରେ ଦୁଇ ଜଣଙ୍କର ବ୍ରେକପର ଖବର ଆସିଥିଲା। ଏହାପରେ କୃଷ୍ଣା ଇନ୍ଟ୍ରବ୍ୟୁରେ ଏହା ଉପରେ ସଫେଇ ଦେଇଥିଲେ।

ସେତେବେଳେ ଏକ ଇନ୍ଟ୍ରବ୍ୟୁରେ କୃଷ୍ଣା ଶ୍ରାଫ ଏବଂ ଇବନ ହେମ୍ସ ନିଜର ବ୍ରେକପ୍ ଖବରକୁ ମିଛ କହିଥିଲେ। ଦୁଇ ଜଣ ନିଜ ରିଲେସନଶିପ କୁ ନେଇ ଖୋଲି କହିଥିଲେ। କୃଷ୍ଣା କହିଥିଲେ ଇବନ ବହୁତ ଆର୍ଟାକ୍ଟିବ ଅଟନ୍ତି। ସେ ବିଲକୁଲ ମୋ ପରି। ସମୟ ଅନୁସାରେ ସମ୍ପର୍କ ଆହୁରି ନିବିଡ ହୋଇଛି କାରଣ ବର୍ତ୍ତମାନ ସେ ଦୁଇ ଜଣ ପରସ୍ପରକୁ ଜାଣିବା, ବୁଝିବାକୁ ଲାଗିଛୁ।

କୃଷ୍ଣା ଆଗକୁ ମଧ୍ୟ କହିଛନ୍ତି ଆମ ଦୁଇ ଜଣଙ୍କର ଗୁଣ ବହୁତ ମିଶୁଛି । ଆମେ ଦୁଇ ଜଣ ପରସ୍ପର ସହିତ ବହୁତ କର୍ମ୍ଫଟେବଲ। ଏଥିପାଇଁ ଆମେ ଦୁଇ ଜଣ ପରସ୍ପର ସହିତ ବେଶି ଦେଖା କରିଥାଉ। ଏହା କୃଷ୍ଣା ମଧ୍ୟ କହିଛନ୍ତି କି ତାଙ୍କ ମା ଆଇଶା ଏବନ ସହ ଦେଖା କରିଥିଲେ।

ଏବନ କୁହନ୍ତି କୃଷ୍ଣା ମା ପରି ଭାବନ୍ତି ସେ କୁହନ୍ତି କୃଷ୍ଣା ତାଙ୍କ ମାଙ୍କ ସହ ମିଶୁଛନ୍ତି। ସେ କହିଛନ୍ତି କି ଆମ ର୍ପସନା୍ଲିଟି ଏକା ପରି। ସେ ମତେ ମୋ ମା ଙ୍କ ପରି ଦେଖାଯାନ୍ତି ଏବଂ ମୁଁ ମୋ ବାପାଙ୍କ ପରି ହେବାକୁ ଚାହୁଁଛି। ଏହି କାରଣ ପାଇଁ କୃଷ୍ଣା ଏବଂ ମୋର ରିଲେସନ ମଜବୁତ ହୋଇଛି।

ମିଡିଆ ରିର୍ପୋଟ ଅନୁସାରେ କୃଷ୍ଣା ଏବଂ ଏବନ ଙ୍କର ପ୍ରଥମ ଦେଖା ମୁମ୍ବାଇ ର ଏକ ରେଷ୍ଟୁରାଣ୍ଟ ରେ ହୋଇଥିଲା। ପ୍ରଥମେ ଦୁଇ ଜଣ ସାଙ୍ଗ ହେଲେ ତା ପରେ ପରସ୍ପର କୁ ଡେଟ କଲେ।

କୃଷ୍ଣା ଏକ ଇନ୍ଟ୍ରବ୍ୟୁ ରେ କହିଥିଲେ କି ତାଙ୍କର ପ୍ରଥମ ଦେଖା ସୋବା ହାଉସ ରେ ହୋଇଥିଲା। ମୁଁ ତାଙ୍କର ଏକ ସାଙ୍ଗ କୁ ଯାଣିଥିଲି ଏବଂ ଆମେ ପରସ୍ପର କୁ ଦେଖା କରିବାକୁ ଯାଇଥିଲୁ। ଏହା ପରେ ମୋ ସାଙ୍ଗ ଏବନ ଙ୍କୁ ମଧ୍ୟ ଡାକିଥିଲେ ଏବଂ ସେଇଠି ଦୁଇ ଜଣଙ୍କର ଦେଖା ହୋଇଥିଲା।

ନିଜର ଭାଇ ଟାଇଗର ଶ୍ରାଫଙ୍କର ଓଲଟା ୨୬ ବର୍ଷ କ୍ୟାମେର ପଛରେ ରହିବାର କ୍ୟାରିୟର ଆପଣେଇ ଥିଲେ। କୃଷ୍ଣା ଟ୍ରାନ୍ସଜେଣ୍ଡର କମ୍ୟୁନିଟିରେ ଏକ ଡକ୍ୟୁମେଣ୍ଟ୍ରି ଡାଏରେକ୍ଟ କରି ସାରିଛନ୍ତି। ଯାହାକୁ ସେ ନିଜେ ସୁଟ କରିଥିଲେ। ଏକ ଏଣ୍ଟ୍ରଟେନମେଣ୍ଟ ସାଇଟର ଇନ୍ଟ୍ରବ୍ୟୁ ରେ କୃଷ୍ଣା ନିଜର କ୍ୟାରିଅର ବିଷୟ ରେ କହିଥିଲେ କି ମୁଁ ପ୍ରଥମେ ବଲିଉଡ୍ କୁ ଆସିବାକୁ ଚାହୁଁଥିଲି କିନ୍ତୁ ପଛରେ ଭାବିଲି କି ମୁଁ ଏହା ଠାରୁ ଭଲ କରି ପାରିବି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *