Janhvi Kapoor ବ୍ରା-ରେ ମୋବାଇଲ ରଖି ଚଲାଇଲେ ସାଇକେଲ, Videoରେ ଦେଖାଇଲେ କୁଲ ଅନ୍ଦାଜ

ଶ୍ରୀଦେବୀଙ୍କ ଲାଡଲୀ ଏବଂ ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୂର (Janhvi Kapoor) ସୋସିଆଲ ମିଡିଆରେ ନିଜ ଫଟୋ ପୋଷ୍ଟ କରିବାରେ ଲାଗିଥାନ୍ତି। ଏମିତିରେ ଜାହ୍ନବୀ ସୋସିଆଲ ମିଡିଆରେ ଅଧିକ ଏକ୍ଟିଭ ରୁହନ୍ତି ନାହିଁ, କିନ୍ତୁ ସେ ଯେତେବେଳେ ବି କିଛି ପୋଷ୍ଟ କରନ୍ତି ତ ତାହା ଧମାକେଦାର ହୋଇଥାଏ। ବର୍ତମାନ ଜାହ୍ନବୀ କପୂରଙ୍କର ଗୋଟିଏ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ଜାହ୍ନବୀ କୁଲ ଏବଂ ସ୍ପୋର୍ଟୀ ଲୁକରେ ଦେଖା ଯାଉଛନ୍ତି।ଭିଡ଼ିଓରେ ଜାହ୍ନବୀ ନିଜ ଫିଟନେସର ଧ୍ୟାନ ରଖି ସାଇକେଲ ଚଲାଉଛନ୍ତି।

ଏହି ଭିଡିଓକୁ ଯଦି ଆପଣ ଧ୍ୟାନରେ ଦେଖିବେ ତାହେଲେ ଆପଣଙ୍କୁ କିଛି ଅଲଗା ଦେଖିବା ପାଇଁ ମିଳିବ। ଜାହ୍ନବୀ(Janhvi Kapoor) ଏହି ଭିଡିଓରେ ନିଜ ମୋବାଇଲ ଫୋନ ନିଜ ବ୍ରାରେ ରଖିଛନ୍ତି ଏବଂ ସେ ଏହାକୁ ବହୁତ କୁଲ ଅନ୍ଦାଜରେ ମ୍ୟାନେଜ କରୁଛନ୍ତି। ଏହାକୁ ଦେଖି ଏହା ଲାଗିଥାଏ କି ଜାହ୍ନବୀ ପୁରୁଣା ଜମାନାର ମହିଳାମାନଙ୍କ ଦ୍ବାରା ବହୁତ ଅନୁପ୍ରାଣିତ ଅଟନ୍ତି। ଯେମିତି ପୁରୁଣା ଜମାନାର ମହିଳାମାନେ ନିଜ ପର୍ସକୁ ବ୍ଲାଉଜରେ ରଖୁଥିଲେ ଠିକ ସେହିପରି ଭାବରେ ଜାହ୍ନବୀ ମଧ୍ୟ ନିଜ ସେଲଫୋନ ନିଜ ସ୍ପୋର୍ଟସ ବ୍ରାରେ ରଖିଛନ୍ତି।

ଜାହ୍ନବୀ ଯେତେବେଳେ ଏମିତି ଚଲାଇ ଥିଲେ ସାଇକେଲ

 

View this post on Instagram

 

A post shared by F I L M Y G Y A N (@filmygyan)

କାମାଲର କଥା ତ ଏହା ଅଟେ କି ଜାହ୍ନବୀ କପୂର (Janhvi Kapoor) ନିଜ ମୋବାଇଲରେ ଇୟରଫୋନ ଲଗେଇକି ଗୀତ ମଧ୍ୟ ଶୁଣୁଛନ୍ତି।ବ୍ରାର ଷ୍ଟ୍ର୍ୟାପରେ ରଖା ହୋଇଥିବା ତାଙ୍କ ଫୋନ ଦୁଇପକ୍ଷରୁ ସ୍ପଷ୍ଟ ଦେଖାଯାଉଛି। ନିଜର ଏହି ଲ୍ୟାଟେଷ୍ଟ ଷ୍ଟାଇଲ ସହିତ ଜାହ୍ନବୀ କପୂର ସାଇକେଲ ଚଲାଉଛନ୍ତି।ଜାହ୍ନବୀଙ୍କ ଏହି ଷ୍ଟାଇଲକୁ ଅନେକ ଯୁବପିଢୀ ମଧ୍ୟ ନିଶ୍ଚିତ ନକଲ କରିବେ।

ଏମିତି ଅଟେ ଜାହ୍ନବୀଙ୍କ ଲୁକ

ଏହାଛଡା ଜାହ୍ନବୀ(Janhvi Kapoor) ଭିଡିଓରେ ବ୍ଲୁ ରଙ୍ଗର ଟ୍ର୍ୟାକ ପ୍ୟାଣ୍ଟ ଏବଂ ହ୍ବାଇଟ ସ୍ପୋର୍ଟସ ବ୍ରା ପିନ୍ଧିଛନ୍ତି। ବାଳକୁ ସେ ମଝିଭାଗ କରି ପ୍ଲଟ୍ସ କରିଛନ୍ତି ଏବଂ ବ୍ଲାକ ମାସ୍କ ପଛରେ ଜାହ୍ନବୀଙ୍କ ମୁହଁ ଢାଙ୍କି ହୋଇ ରହିଥିବାର ଦେଖା ଯାଉଛି। ଜଣା ଯାଉଛି, କିଛି ଦିନ ପୂର୍ବରୁ ଜାହ୍ନବୀ ମାଲଦୀବ ବୁଲିବା ପାଇଁ ଯାଇଥିଲେ। ସେଠାରେ ସେ ନିଜର ଅନେକ ଫଟୋ ଏବଂ ଭିଡିଓ ଫ୍ୟାନ୍ସମାନଙ୍କ ସହିତ ସେୟାର କରିଥିଲେ। ତାଙ୍କର ମଜାଦାର ଭ୍ୟାକେଶନର ଫଟୋ ମଧ୍ୟ ବହୁତ ଭାଇରାଲ ହୋଇଥିଲା।

ଏହି ସିନେମା ଗୁଡିକରେ ଆସିବେ ନଜର

କଥା ହେବା ଜାହ୍ନବୀ (Janhvi Kapoor)ଙ୍କ କାର୍ଯ୍ୟକ୍ଷେତ୍ରର ତାହେଲେ ସେ ଶେଷଥର ସିନେମା ‘ରୁହୀ’ରେ ଦେଖା ଯାଇଥିଲେ। ତାଙ୍କ କାମକୁ ଲୋକମାନେ ବହୁତ ପସନ୍ଦ ମଧ୍ୟ କରିଛନ୍ତି। ଆସିବାକୁ ଥିବା ଦିନରେ ଜାହ୍ନବୀ ‘ଗୁଡ ଲକ ଜେରୀ’ ଏବଂ ‘ଦୋସ୍ତାନା-2’ରେ କାମ କରୁଥିବାର ଦେଖାଯିବେ।

Leave a Reply

Your email address will not be published. Required fields are marked *