Janmashtamiରେ କରନ୍ତୁ ଏହି ଉପାୟ,ସୁଖ-ସମୃଦ୍ଧି ସହିତ କରଜରୁ ମିଳିବ ମୁକ୍ତି

ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବର ପର୍ବ ଜନ୍ମାଷ୍ଟମୀ ୩୦ଅଗଷ୍ଟରେ ପାଳନ କରାଯିବ। ଜ୍ୟୋତିଷ ଏବଂ ସୂଚନା କର୍ତ୍ତା ମାନଙ୍କର ଦାବି ହେଉଛି କି ଏହି ଦିନ ଯଦି ବିଶେଷ ପ୍ରକାରରେ କିମ୍ବା ବିଶେଷ ପଦାର୍ଥରେ ପୂଜା କରାଯିବ ତାହେଲେ ଘରୁ ଅନେକ ସମସ୍ୟା ସମାପ୍ତ କରାଯାଇ ପାରିବ। ପୁଣି ସେହି ସମସ୍ୟା ଆର୍ଥିକ ସଙ୍କଟ ହେଉ କିମ୍ବା ଘରୋଇ କଳହ। ଏହି ଉପାୟ ଗୁଡ଼ିକୁ ପାଳନ କରିବା ଦ୍ୱାରା ପ୍ରତିଟି ସମସ୍ୟା ଦୂର ହୋଇ ଯାଇଥାଏ। ଆସନ୍ତୁ ଜାଣିବା ଏହା ବିଷୟରେ।

ଆର୍ଥିକ ସଙ୍କଟ ଦୂର କରିବାର ଉପାୟ

ଜନ୍ମାଷ୍ଟମୀ ଦିନରେ ନିଜ ଘରକୁ ଗୋଟିଏ ମୂର୍ତ୍ତି ନେଇ ଆସନ୍ତୁ ଯେଉଁଥିରେ ଗାଇ ଏବଂ ବାଛୁରୀ ଦେଖା ଯାଉଥିବେ। ରାତିରେ ଭଗବାନ କୃଷ୍ଣଙ୍କ ସହିତ ତାଙ୍କର ମଧ୍ୟ ପୂଜା କରନ୍ତୁ। ଏମିତି କରିବା ଦ୍ଵାରା ଆର୍ଥିକ ସମସ୍ୟା ଦୂର ହେବ ଏବଂ ଧିରେଧିରେ ଆପଣଙ୍କ ଆର୍ଥିକ ସ୍ଥିତି ସୁଧୁରିବା ପାଇଁ ଲାଗିବ। ଏତିକି ନୁହେଁ, ଯେଉଁ ଲୋକମାନଙ୍କର ସନ୍ତାନ ପ୍ରାପ୍ତିରେ ସମସ୍ୟା ହେଉଛି, ସେମାନେ ମଧ୍ୟ ଏହି ଉପାୟ କରି ଲାଭ ପ୍ରାପ୍ତି କରି ପାରିବେ। ସନ୍ତାନ ପ୍ରାପ୍ତିରେ ସମସ୍ୟା ହେବାଦ୍ବାରା ମଧ୍ୟ ଏହି ଉପାୟ ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇଥାଏ।

କରଜରେ ଚିନ୍ତିତ ଅଟନ୍ତି ତାହେଲେ କରନ୍ତୁ ଏହି ଉପାୟ।

ଜନ୍ମାଷ୍ଟମୀ ଦିନ ବହୁତ ଖାସ ହୋଇଥାଏ। ଏହି ଦିନ ଯଦି ଆପଣ ତୁଳସୀର ପୂଜା କରୁଥିବା ସମୟରେ(ଓମ ନମଃ ଭଗବତେ ବାସୁଦେବାୟ ନମଃ)ମନ୍ତ୍ରର ଜପ କରିବେ ତାହେଲେ ଭଗବାନ କୃଷ୍ଣ ପ୍ରସନ୍ନ ହେବେ ଏବଂ ଆପଣଙ୍କର ସବୁ ଦୁଃଖକୁ ହରଣ କରି ନେବେ। ପୂଜା ପରେ ତୁଳସୀର ପରିକ୍ରମା ନିଶ୍ଚିତ ଭାବରେ କରନ୍ତୁ। ଏମିତି କରିବା ଦ୍ଵାରା କରଜର ବୋଝ ମୁଣ୍ଡରୁ ଓହ୍ଲେଇବାକୁ ଲାଗିବ।

ଆମଦାନୀ ବଢ଼ାଇବା ପାଇଁ କଣ କରିବେ?

ଆମଦାନୀ ବଢ଼ାଇବା ପାଇଁ ଗୋଟିଏ ଛୋଟ ନିୟମ କରିବା ପାଇଁ ପଡ଼ିଥାଏ, ଯାହାର ଆରମ୍ଭ ଜନ୍ମାଷ୍ଟମୀରୁ ହୋଇଥାଏ। ଜନ୍ମାଷ୍ଟମୀ ଦିନ ୭ଜଣ କନ୍ୟାଙ୍କୁ ଘରେ ବୁଲେଇ କ୍ଷୀରି ଖୁଆଇବା ପାଇଁ ପଡ଼ିଥାଏ। ଏମିତି ଜନ୍ମାଷ୍ଟମୀ ପରେ ଲଗାତର ୫ ଶୁକ୍ରବାର ପର୍ଯ୍ୟନ୍ତ କରିବା ପାଇଁ ପଡିବ। ଯଦି ଆପଣ ଏହି ନିୟମକୁ ବିନା କୌଣସି ବିଘ୍ନରେ ପୂରା କରି ନେଉଛନ୍ତି ତାହେଲେ ବିଶ୍ଵାସ କରନ୍ତୁ ଆପଣଙ୍କ ଆମଦାନୀରେ ବୃଦ୍ଧି ହୋଇଥାଏ।

ଘରେ ସୁଖ-ସମୃଦ୍ଧି ପାଇଁ ଉପାୟ

ଜନ୍ମାଷ୍ଟମୀ ଦିନ ରାତି୧୨ଟାରେ କ୍ଷୀରରେ କେଶର ମିଶାଇ ଶ୍ରୀକୃଷ୍ଣଙ୍କୁ ଭୋଗ ଲଗାଇବା ଦ୍ବାରା ଘର-ବ୍ୟାପାରରେ ସୁଖ ସମୃଦ୍ଧି ଆସିଥାଏ। ଏତିକି ନୁହେଁ ଜନ୍ମାଷ୍ଟମୀ ଦିନ ଶଙ୍ଖରେ କ୍ଷୀର ରଖି ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ଉପରେ ଚଢାଇବା ମଧ୍ୟ ଶୁଭ ମନା ଯାଇଥାଏ।ଏହା ବ୍ୟତୀତ ଯଦି ରାତିରେ ଭଗବାନ କୃଷ୍ଣଙ୍କ ପୂଜା ସମୟରେ ଭୂମି ଧନିଆ ମଧ୍ୟ ରଖିବେ ତାହେଲେ ପୂଜାର ବିଶେଷ ଲାଭ ମଧ୍ୟ ପ୍ରାପ୍ତ ହୋଇଥାଏ। ଏତିକି ନୁହେଁ, ପୂଜାରେ ମୟୂର ପର ରଖିବା ଦ୍ଵାରା ମଧ୍ୟ ଘରର ଅନେକ ସମସ୍ୟା ଦୂର ହୋଇ ଯାଇଥାଏ। ସେଠାରେ ଯଦି ଆପଣ(ଶ୍ରୀ କୃଷ୍ଣ ଗୋବିନ୍ଦ ହରେ ମୁରାରୀ,ହେ ନାଥ ନାରାୟଣ ବାସୁଦେବ) ମନ୍ତ୍ରକୁ ୧୧ଥର ମନେମନେ ଜପ କରିବେ ତାହେଲେ ବିଶେଷ ଫଳ ପ୍ରାପ୍ତି ହୋଇଥାଏ।

Leave a Reply

Your email address will not be published. Required fields are marked *