ପ୍ରେମୀ ଯୁଗଳ ଷ୍ଟେସନରେ ରାତି 2 ଟାରେ କରୁଥିଲେ ଏପରି କାର୍ଯ୍ୟ, ପଚରାଉଚରା ବେଳେ ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟ କରିଦେବା ଭଳି ଘ-ଟ-ଣା

ପ୍ରେମରେ ପଡ଼ି ଅନେକ କିଶୋର କିଶୋରୀ କିଛି ଏଭଳି ଭୁଲ କରି ବସନ୍ତି ଯେଉଁଥି ପାଇଁ ସେମାନଙ୍କୁ ଓ ତାଙ୍କ ପରିବାର ଲୋକଙ୍କୁ ବହୁ ମୂଲ୍ୟ ଦେବାକୁ ପଡିଥାଏ। ସାରା ଜୀବନ ଏକ ହେବା ଆଶାରେ ଘର ଛାଡ଼ିବା ତାଙ୍କ ପାଇଁ ବଡ଼ ବିପ-ଦକୁ ଡାକିଥାଏ। ସେମିତି ଏକ କା-ହା-ଣୀ ଝାଡଖଣ୍ଡର ରେଳ ଷ୍ଟେସନରେ ଦେଖିବାକୁ ମିଳିଛି। ଆରପିଏଫ ଦୁଇଜଣ ପ୍ରେମୀ ଯୁଗଳଙ୍କୁ ଷ୍ଟେସନରେ ସ-ନ୍ଦେ-ହ ଜନକ ପରିସ୍ଥିତିରେ ଦେଖି ଉ-ଦ୍ଧା-ର କରିବା ସହ ସେମାନଙ୍କ ପରିବାରକୁ ହସ୍ତାନ୍ତର କରିଛି। ତେବେ ଏହି ପ୍ରେମୀ ଯୁ-ଗଳ ଘରୁ ଲୁଚି ପଳାଇ ବିବାହ କରିବାକୁ ସ୍ଥିର କରିଥିବାର ଜଣା ପଡିଛି। କିନ୍ତୁ ଷ୍ଟେସନରେ ତାଙ୍କର ସମସ୍ତ ଯୋଜନା ଫସରଫାଟି ଯାଇଥିଲା। ଟ୍ରେନକୁ ଅପେକ୍ଷା କରିବା ସମୟରେ ତାଙ୍କୁ ଦେଖି ଆରପିଏଫ କର୍ମଚାରୀ ସ-ନ୍ଦେ-ହ ପ୍ରକାଶ କରିଥିଲେ। ଏବଂ ସେମାନଙ୍କୁ ପଚରାଉଚରା ସମୟରେ ଜଣାପଡିଥିଲା ​​ଯେ ଝିଅଟି ନାବାଳିକା ଓ ସେ ତା ନିଜ ଇଚ୍ଛାରେ ପୁଅକୁ ବିବାହ କରିବାକୁ ଯାଉଥିଲା।

ପୁଅଟିର ନାମ ସୋନୁ କୁମାର ବୋଲି ଜଣାପଡ଼ିଥିବା ବେଳେ ସେ ହଜାରିବାଗରେ ହଷ୍ଟେଲରେ ରହି ପଢ଼ୁଥିଲା। ଏବଂ ତାର ବୟସ ୨୦ ବର୍ଷ ହୋଇଥିବା ବେଳେ ସେ ଭଲ ପାଉଥିବା ଝିଅଟିର ବୟସ ୧୭ ବର୍ଷ ବୋଲି ଜଣା ପଡ଼ିଛି। ପରିବାର ସେମାନଙ୍କ ସମ୍ପର୍କକୁ ବିରୋ-ଧରେ କରିବା ଭ-ୟରେ ସେମାନେ ପଳାଇ ଯାଇ ବିବାହ କରିବାକୁ ଚିନ୍ତା କରିଥିଲେ ବୋଲି କହିଛନ୍ତି। ସ୍ଥିର ଯୋଜନା ଅନୁଯାୟୀ ଦୁହେଁ ରାତିରେ ହଷ୍ଟେଲରୁ ପଳାଇ ହଜାରିବାଗ ରୋଡ ରେଳ ଷ୍ଟେସନରେ ପହଞ୍ଚିଥିଲେ। ଏଠାରେ ସେ ପୁରୀ ଯିବା ପାଇଁ ଟିକେଟ କାଟି ପ୍ଲାଟଫର୍ମରେ ଟ୍ରେନକୁ ଅପେକ୍ଷା କରିଥିଲେ।

ଏହି ସମୟରେ ଷ୍ଟେସନରେ କାର୍ଯ୍ୟରତ ଆରପିଏଫ ସେମାନଙ୍କ ହାବଭାବକୁ ଦେଖି ସ-ନ୍ଦେହ ପ୍ରକଟ କରିବା ସହ ସେମାନଙ୍କୁ ପ୍ରଶ୍ନ କରିବା ଆରମ୍ଭ କରିଦେଇଥିଲେ। ଯେଉଁଥିରେ ସେମାନେ ହଷ୍ଟେଲରୁ ଲୁଚିକି ପଳେଇ ଆସିଥିବା କଥା ସ୍ୱୀକାର କରିଥିଲେ। ସୋନୁ ଆରପିଏଫକୁ କହିଛନ୍ତି ଯେ ସେମାନେ ପୁରୀର ଜଗନ୍ନାଥ ମନ୍ଦିର ଯାଇ ସେଠାରେ ବାହା ହୋଇଥାନ୍ତେ। ଝିଅଟି ନାବାଳିକା ଜଣା ପଡିବା ପରେ ସେମାନଙ୍କୁ କୁଆଡେ ଯିବାକୁ ଦିଆଯାଇ ନଥିଲା ସେଠାରେ ଅଟକ ରଖାଯାଇ ତାଙ୍କ ପରିବାର ସଦସ୍ୟଙ୍କୁ ଘ-ଟ-ଣା-ସ୍ଥଳକୁ ଡକା ଯାଇଥିଲା।

ଏନେଇ ଆରପିଏଫ ଅଧିକାରୀ ପଙ୍କଜ କୁମାର କହିଛନ୍ତି ଯେ ରାତି ଦୁଇଟା ବେଳେ ତାଙ୍କୁ ଆମେ ଷ୍ଟେସନରୁ ଉ-ଦ୍ଧା-ର କରିଥିଲୁ। ଧରାପଡ଼ିଥିବା ଛାତ୍ରଛାତ୍ରୀ ପ୍ରେମୀଯୁଗଳ ଅଟନ୍ତି, ସେମାନଙ୍କ ପାଖରୁ ଓଡ଼ିଶାର ପୁରୀ ଯିବା ପାଇଁ ଟିକେଟ ମିଳିଥିଲା। ପଚରାଉଚରା ବେଳେ ସେମାନେ ଆରପିଏଫକୁ କହିଥିଲେ ଯେ ପାଠପଢ଼ା ସମୟରେ ଉଭୟଙ୍କର ଦେଖାସାକ୍ଷାତ ହେବା ସହ ପରସ୍ପରକୁ ଭଲ ପାଇବସିଥିଲେ। ଏହି ସମ୍ପରକୁ ଏକ ପରିଚୟ ଦେବା ପାଇଁ ଆଉ ଯେପରି କେହି ତାଙ୍କୁ ଅଲଗା ନକରି ପାରିବେ ସେଥି ପାଇଁ ସେମାନେ ବିବାହ କରିବାକୁ ସ୍ଥିର କରିଥିଲେ ଏବଂ ଦୁହେଁ ପରିବାରକୁ ନଜଣାଇ ଲୁଚିକି ପୁରୀ ଜଗନ୍ନାଥ ମନ୍ଦିରରେ ବିବାହ କରିବାକୁ ଯାଉଥିଲେ। ପରିବାର ଲୋକଙ୍କୁ ତାଙ୍କ ଭଲପାଇବା ବିଷୟରେ କିଛି ବି ଜଣା ନାହିଁ ବୋଲି ସେ କହିଛନ୍ତି।

ପଚରାଉଚରା ପରେ ଆରପିଏଫ କର୍ମଚାରୀ ଉଭୟଙ୍କ ପରିବାର ଲୋକଙ୍କ ନମ୍ବର ଆଣି ସେମାନଙ୍କୁ ସେଠାକୁ ଡକାଇଥିଲେ। ଏହି ଖବର ପାଇବା ପାରେ ସେମାନଙ୍କ ପରିବାର ଲୋକ ତୁ-ରନ୍ତ ହଜାରିବାଗ ରୋଡ ରେଳ ଷ୍ଟେସନରେ ପହଞ୍ଚିଥିଲେ। ଏଠାରେ ସମସ୍ତ ପ୍ରକାର ନ୍ୟାୟିକ କାଗଜପତ୍ର କରାଯାଇଥିଲା ଏବଂ ସାକ୍ଷୀଙ୍କ ସାମ୍ନାରେ ଉଭୟଙ୍କ ପରିବାରକୁ ଦୁଜଣଙ୍କୁ ହସ୍ତାନ୍ତର କରାଯାଇଥିଲା। ତେବେ ଉଭୟଙ୍କ ପରିବାର ଲୋକ ଠିକ୍ ସମୟରେ ଫୋନ୍ କରିଥିବାରୁ ଆରପିଏଫକୁ ଧନ୍ୟବାଦ ଦେଇଛନ୍ତି।

ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *