କୈାଣସି ଫାଇବଷ୍ଟାର ହୋଟେଲ ଠାରୁ କମ ନୁହେଁ ଜନ ଆବ୍ରାହମଙ୍କ ଘର,୧୪ମାସ ମଧ୍ୟରେ ପ୍ରସ୍ତୁତ ହୋଇଥିଲା ଡିଜାଇନ

ମୁମ୍ବାଇ: ବଲିଉଡର ଏକ୍ସନ ଷ୍ଟାର ଜନ ଆବ୍ରାହମଙ୍କର ୧୭ ଡିସେମ୍ବରକୁ ୪୮ତମ ଜନ୍ମଦିନ ପାଳନ ହୋଇଛି। ତାଙ୍କର ଜନ୍ମ ୧୭ଡିସେମ୍ବର, ୧୯୭୨ରେ କୋଚ୍ଚୀରେ ହୋଇଥିଲା। ଜନ ନିଜର ଅଭିନୟ ଏବଂ ସ୍ମାର୍ଟନେସ ଦ୍ଵାରା ସମସ୍ତଙ୍କ ହୃଦୟ ଜିତିଛନ୍ତି। ଜନ ପ୍ରିୟା ଋଞ୍ଚାଲଙ୍କ ସହ ବାହାହୋଇ ନିଜର ଘର ବସେଇ ସାରିଲେଣି। ଜନଙ୍କ ସିନେମା ବକ୍ସ ଅଫିସରେ ବହୁତ ଭଲ ଧମାକା କରିଥାଏ। ତାଙ୍କୁ ଶେଷଥର ପାଇଁ ସିନେମା ‘ବଟଲା ହାଉସ’ ରେ ଦେଖିବାକୁ ମିଳିଥିଲା। ଜନ ବହୁତ ଭଲ ସୁପରଷ୍ଟାର ଅଟନ୍ତି, କିନ୍ତୁ ସେ ମାଟି ସହ ଯୋଡ଼ା ହୋଇଥିବା ଅଭିନେତା ଅଟନ୍ତି। ପୂର୍ବ ୧୩ବର୍ଷଠାରୁ ସିନେମା ଇଣ୍ଡଷ୍ଟ୍ରି ସହ ଜଡ଼ିତ ଥିବା ଜନ ୫୦୦୦ ସ୍କୋୟାର ଫୁଟ ବିସ୍ତାର ସ୍ଥାନରେ ଦୁଇ ମହଲା ଘରେ ରହୁଛନ୍ତି। ୧୪ମାସ ମଧ୍ୟରେ ପ୍ରସ୍ତୁତ ହୋଇଥିଲା ଡିଜାଇନ..

ଜନ ଆବ୍ରାହମଙ୍କର ଜନ୍ମଦିନ ଅବସରରେ ତାଙ୍କ ଘରର ଫୋଟ ଦେଖାଇଛନ୍ତି। ମୁମ୍ବାଇର ବଡ଼ ସହର (ବାନ୍ଦ୍ରା) ସ୍ଥିତ ଜନଙ୍କ ଘରର ଭିତର ଭାଗ ପ୍ରଥମ ଦେଖାରେ ହିଁ ଯେ କୌଣସି ମଣିଷକୁ ତାର ଦିୱାନା କରିପାରେ। ଜନ ଆବ୍ରାହମଙ୍କ ପାଇଁ ତାଙ୍କ ବାପା ଏବଂ ତାଙ୍କ ଭାଇ ଏଲନ ଏହି ଘରର ଡିଜାଇନ କରିଛନ୍ତି।

Sea- ସଂଯୁକ୍ତ ଏହି ସୁନ୍ଦର ଦୁଇ ମହଲା ଘରର ନାମ /’Villa In The. Sky/’ ଅଟେ। ଏହି ଘରର ଡିଜାଇନ କରିବା ପାଇଁ ପାଖାପାଖି ୧୪ମାସ ସମୟ ଲାଗିଥିଲା।

ଜନଙ୍କ ବିଲା ‘ଇନ ଦ ସ୍କାଏ’ ଘର ବହୁତ ସୁନ୍ଦର ଅଟେ। ଏମିତି ଲାଗେ ଯେମିତି କୈାଣସି ହଲିଉଡ ଷ୍ଟାରଙ୍କ ଘର ଅଟେ। ତାଙ୍କ ଘର ଫାଇବ ଷ୍ଟାର ହୋଟେଲକୁ ବି ପଛରେ ପକାଇ ଦେବ।

ଜନଙ୍କ ଘରର ସବୁଠାରୁ ଖାସ କଥା ଏହା ହେଉଛି କି ଏହା ଏକ ସମୁଦ୍ର-ସଂଯୁକ୍ତ ଘର ଅଟେ।ତାଙ୍କ ଘର ଭିତରେ ସମୁଦ୍ର ରୂପ ବହୁତ ସୁନ୍ଦର ଦେଖାଯାଏ।

ମିଡ଼ିଆ ରିପୋର୍ଟରୁ ଜଣା ଯାଉଛି କି ଜନଙ୍କର ଏହି ସୁନ୍ଦର ଘରକୁ ତାଙ୍କ ଭାଇ ସଜାଇଛନ୍ତି।ଘର ଭିତରେ ରୋଷେଇ ଘର ପାଇଁ ସ୍ଵତନ୍ତ୍ର ସ୍ଥାନ ରଖାଯାଇଛି।

ସେହି ଘରେ ସୋଫା ଜନ ନିଜ ପସନ୍ଦର ହିଁ ରଖିଛନ୍ତି। ଏବେ ତ ଏହି କଥା ସମସ୍ତଙ୍କୁ ଜଣାଅଛି କି ଜନଙ୍କୁ କ୍ରିଡ଼ା ସାମଗ୍ରୀ କେତେ ପସନ୍ଦ ଆସିଥାଏ।ଘରର କିଛି-କିଛି ସ୍ଥାନରେ ଜନଙ୍କର ପସନ୍ଦର ସେହି ଜିନିଷ ସବୁ ଦେଖିବାକୁ ମିଳିଥାଏ।

Leave a Reply

Your email address will not be published. Required fields are marked *