ସାମ୍ନାକୁ ଆସିଲା କାଜଲ ଅଗ୍ରୱାଲଙ୍କ ବିବାହ ପ୍ରଥମ ଫୋଟୋ, ସ୍ୱାମୀଙ୍କ ସହିତ ହସୁଥିବାର ନଜର ଆସିଥିଲେ ସିଙ୍ଘମ ଅଭିନେତ୍ରୀ

ସିଙ୍ଘମରେ ଅଜୟ ଦେବଗନଙ୍କ ସହିତ କାମ କରି ସାରିଥିବା ଅଭିନେତ୍ରୀ କାଜଲ ଅଗ୍ରୱାଲ ୩୦ ଅକ୍ଟୋବରକୁ ବିବାହ କରି ନେଇଛନ୍ତି | ଏହି ଅବସରରେ କାଜଲଙ୍କ ବିବାହର ଫୋଟୋ ସାମ୍ନାକୁ ଆସିଛି ଯେଉଁଥିରେ ସେ ନିଜ ସ୍ୱାମୀ ଗୌତମ କିଚଲୂଙ୍କ ସହିତ ହସୁଥିବାର ନଜର ଆସୁଛନ୍ତି | ଫାଟରେ କାଜଲ ଅଗ୍ରୱାଲ ମେରୁନ ରଙ୍ଗର ଲେହେଙ୍ଗାରେ ନଜର ଆସିଛନ୍ତି ଯେତେବେଳେ ତାଙ୍କ ସ୍ୱାମୀ ଗୌତମ କ୍ରିମ ରଙ୍ଗର ଶେରବାନି ଏବଂ ପଗଡି ବାନ୍ଧିଛନ୍ତି |

ତେବେ ବଧୂ ବେଶରେ କାଜଲ ବହୁତ ସୁନ୍ଦର ଲାଗୁଥିଲେ କହଳ ନିଜର ଲୁକକୁ ମଥା ପଟ୍ଟୀ, କମରବନ୍ଧ ଏବଂ ଭାରି ନେକଲେସ ପିନ୍ଧି ସମ୍ପୂର୍ଣ୍ଣ କରିଛନ୍ତି | ବର ବଧୂ ଧଳା ରଙ୍ଗର ଏକ ଫୁଲର ମାଳା ପିନ୍ଧି ରଖିଥିଲେ | ଏହାପୂର୍ବରୁ କାଜଲ ସୋସିଆଲ ମିଡିଆରେ ନିଜର ଏକ ବ୍ଲାକ ଏଣ୍ଡ ହ୍ୱାଇଟ ଫୋଟୋ ସେୟାର କରିଥିଲେ, ଯେଉଁଥିରେ ସେ ବହୁତ ଶାନ୍ତି ମୁଦ୍ରାରେ ନଜର ଆସିଥିଲେ | ଏହି ଫୋଟୋକୁ ସେୟାର କରି କାଜଲ ଲେଖିଥିଲେ ଯେ, ଝାଡା ପୂର୍ବରୁ ଥିବା ଶାନ୍ତି |

ସୂଚନାଯୋଗ୍ୟ ଯେ ଗୁରୁବାର ଦିନ ଅଭିନେତ୍ରୀଙ୍କର ହଳଦୀ ଏବଂ ମେହେନ୍ଦିର ଫଙ୍କସନ ହୋଇଥିଲା | ଏହାପୂର୍ବରୁ କାଜଲଙ୍କର ଆଉକିଛି ଆସିଥିଲା | କାଜଳାଂକର ସ୍ୱାମୀ ଗୌତମ କିଚଲୂ ଜଣେ ବ୍ୟବସାୟୀ ଅଟନ୍ତି | ସେ ଡିସ୍ସର୍ନ ଲିଭିଂଗ ଡିଜାଇନ ଶପର ଫାଉଣ୍ଡର ଏବଂ ଇଂଟରିୟର ଡିଜାଇନର ଅଟନ୍ତି | ତାଙ୍କ କମ୍ପାନୀ ହାଉସ ଡିଜାଇନକୁ ଛାଡିଲେ ଫର୍ନିଚର, ଡେକୋର ଆଇଟମ, ପେଣ୍ଟିଂଗ୍ସ ଏବଂ ଅନ୍ୟ ଘରୋଇ ଉପକରଣ ବିକ୍ରି କରିଥାନ୍ତି | ରିପୋର୍ଟ ମୁତାବକ କାଜଲ ଏବଂ ଗୌତମଙ୍କ ପରିବାରଲୋକ ବିବାହକୁ ବହୁତ ସାଧାରଣ ଉପାୟରେ କରିବାକୁ ନିଷ୍ପତ୍ତି ନେଇଥିଲେ | କାଜଲ ଏବଂ ଗୌତମ ମୁମ୍ବାଇର ଏକ ପ୍ରାଇଭେଟ ସେରିମନିରେ ବିବାହ କରିଛନ୍ତି |

ବିବାହ ସାଧାରଣ ଭାବରେ ହେବା ପରେ ମଧ୍ୟ ତାଙ୍କ ଘରେ ଏକ ପର୍ବର ବାତାବରଣ ରହିଛି ଏବଂ ଗୁରୁବାର ଦିନ କାଜଲଙ୍କର ମେହେନ୍ଦି ଫଙ୍କସନ କରାଯାଇଥିଲା | ଇନଷ୍ଟାଗ୍ରାମରେ କାଜଲ ନିଜର ମେହେନ୍ଦି ଫଙ୍କସନର ଫୋଟୋ ସେୟାର କରିଥିଲେ, ଯେଉଁଥିରେ ସେ ଗୌତମଙ୍କ ନାମର ମେହେନ୍ଦି ଲଗାଇ ବହୁତ ଖୁସି ଦେଖାଯାଉଥିଲେ | ଏହି ଫୋଟୋରେ କାଜଲ ହାଲକା ଗ୍ରୀନ ରଙ୍ଗର ଶୁଟ ଏବଂ ଭାରି କାନଫୁଲ ପିନ୍ଧିଥିଲେ | କାଜଲଙ୍କର ଏହି ଫୋଟୋ ଉପରେ କମେଣ୍ଟ କରିବାକୁ ଯାଇ ତାଙ୍କ ଭଉଣୀ ନିଶା ଅଗ୍ରୱାଲ କହିଲେ- ମେ ସଦକେ ଜାୱା |

ହଳଦୀ ଲଗାଇବା ପୂର୍ବରୁ କାଜଲ ନିଜର ହେବାକୁଥିବା ସ୍ୱାମୀଙ୍କର ନାମ ହାତରେ ମେହେନ୍ଦୀରେ ଲେଖି ଖୁବ ନୃତ୍ୟ କରିଥିଲେ | ତାଙ୍କ ନୃତ୍ୟର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି | ଡ୍ୟାନ୍ସ କରୁଥିବା ସମୟରେ କାଜଲ ହାଲ୍ଫ ସ୍ଲୀବ୍ସର ହଳଦିଆ ରଙ୍ଗର ଶୁଟ ପିନ୍ଧିଥିଲେ | ଖାଲି ଏତିକି ନୁହେ ସେ ହାତରେ ସୁନେଲି ରଙ୍ଗର ଅନେକ ଚୁଡ଼ି ମଧ୍ୟ ପିନ୍ଧି ରଖିଥିଲେ |

କାଜଲ ଗତ ୧୬ ବର୍ଷରୁ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରି ଆସୁଛନ୍ତି | ସେ ଫିଲ୍ମ “କ୍ୟୁ ହୋ ଗୟା ନା”ରୁ ନିଜର ଅଭିନୟ ଆରମ୍ଭ କରିଥିଲେ | ଏହାପରେ ସେ ସାଉଥ ଇଣ୍ଡଷ୍ଟ୍ରିର ଆଡକୁ ଚାଲି ଯାଇଥିଲେ | ସେ ଦକ୍ଷିଣର ଜଣାଶୁଣା ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ ଅଟନ୍ତି | ସେ ହିନ୍ଦୀ ଚଳଚ୍ଚିତ୍ର ଜଗତରେ ମଧ୍ୟ ଏକ ଭଲ ପରିଚୟ ସୃଷ୍ଟି କରି ସାରିଛନ୍ତି |”ମାଗଧୀରା”, “ଆର୍ୟା-୨”, “ଡାର୍ଲିଂଗ”, “ମିସ୍ଟର ଫ୍ରଫେକ୍ଟ”, “ବିବେଗମ” ପରି ଅନେକ ସୁପରହିଟ ଫିଲ୍ମରେ କାମ କରିଥିବା କାଜଲ ୨୦୧୯ରେ କହିଥିଲେ ଯେ ସେ ଏପରି ଜଣେ ବ୍ୟକ୍ତିଙ୍କୁ ବିବାହ କରିବେ ଯାହାର ଫିଲ୍ମ ଇଣ୍ଡଷ୍ଟ୍ରି ସହିତ କୌଣସି ସମ୍ପର୍କ ନଥିବ |

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *