ଇଣ୍ଟରନେଟରେ ଭାଇରାଲ ହେଲା କାଲୂ ବେଓ୍ବଫା ଚା ବାଲା, ସ୍ତ୍ରୀଙ୍କ ଦ୍ୱାରା ହଇରାଣ ହେଉଥିବା ସ୍ୱାମୀ ମାନଙ୍କୁ ଫ୍ରିରେ ମିଳୁଛି ଚା

୨୦୨୦ ସରିବାକୁ ଯାଉଛି। ଏହି ବର୍ଷ କୋରୋନା ପାଇଁ ଲୋକମାନଙ୍କ ଜୀବନ ବହୁତ ପ୍ରଭାବିତ ହୋଇଛି। କେତେ ଲୋକମାନଙ୍କର ଭଲ ଭଲ ଚାକିରୀ ଚାଲିଗଲା। କେତେକ ଲୋକ ବେରୋଜଗାର ହୋଇଗଲେ। ଏମିତି ବି କେତେକ ଲୋକ ସାମ୍ମନାକୁ ଆସିଛନ୍ତି ଯେଉଁ ଲୋକମାନେ ଲକଡାଉନରେ ଫେମସ ହୋଇଯାଇଛନ୍ତି। ବାବା କା ଢାବା ହେଉ ଅବା ଇଞ୍ଜିନିୟର ଚା ବାଲା। ଏହି ବର୍ଷ କେତେକ ଲୋକ ନିଜର ଅଜବ ଟ୍ୟାଲେଣ୍ଟ ପାଇଁ ଫେମସ ହୋଇଛନ୍ତି। ବର୍ଷର ଶେଷରେ ଏବେ ସୋଶିଆଲ ମିଡିଆରେ ଭାଇରାଲ ହେଉଛି କାଲୂ ବେଓ୍ବଫା ଚା ବାଲା। ଏହାର ମେନ୍ୟୁର ଲିଷ୍ଟ ଏହାକୁ ଫେମସ କରୁଛି।

ଏହି ଚା ମେନ୍ୟୁରେ କେତେ ପ୍ରକାରର ଚା ରହିଛି। ଏଥିରେ ପ୍ରେମରେ ବୁଡି ରହିଥିବା ପ୍ରମିକ ଠାରୁ ଧୋକା ଖାଇଥିବା ପ୍ରେମିକଙ୍କ ପାଇଁ ଚା ରହିଛି। ସମସ୍ତଙ୍କର ମୂଲ୍ୟ ଅଲଗା ଅଲଗା ରହିଛି। କାଲୂ ଚା ବେଓ୍ବଫା ଚା ବାଲାର ମେନ୍ୟୁ ଏହାକୁ ବହୁତ ଖାସ ବନଉଛି। ଆସନ୍ତୁ ଆପଣଙ୍କୁ ଦେଖାଉଛୁ ମେନ୍ୟୁରେ କ’ଣ କ’ଣ ସବୁ ରହିଛି। କାଲୂ ବେଓ୍ବଫା ଚା ବାଲା ର ମେନ୍ୟୁରେ..

ସୋଶିଆଲ ମିଡିଆରେ କାଲୂ ଚା ବାଲା ବହୁତ ଭାଇରାଲ ହେଉଛି। ଏହାର ମେନ୍ୟୁ କାର୍ଡ ଚର୍ଚ୍ଚାର ବିଷୟ ହୋଇଛି। ଏଥିରେ କେତେ ପ୍ରକାରର ଲୋକମାନଙ୍କ ପାଇଁ ଭିନ୍ନ ଭିନ୍ନ ପ୍ରକାରର ଚା ରହିଛି। କିନ୍ତୁ ଏହି ସବୁ ଲୋକମାନଙ୍କ ସଧ୍ୟରେ ଗୋଟିଏ ଜିନିଷ ସମାନ, ସେ ହେଉଛି ପ୍ରେମ।

ଆଜ୍ଞା ହଁ, କାଲୂ ଚା ବାଲା ପାଖରେ ସବୁ ପ୍ରକାର ମୁଡର ଚା ମିଳୁଛି। ଏଠାରେ ପ୍ରେମରେ ଧୋକା ଖାଇଥିବା ପ୍ରେମି ମାନଙ୍କ ପାଇଁ ମଧ୍ୟ ଚା ରହିଛି। ଏହା ସହିତ ଏଠାରେ ନୂଆ ଯୋଡି ମାନଙ୍କ ପାଇଁ ଖାସ ଚା ରହିଛି।

ଏତିକି ହିଁ ନୁହେଁ ଏଠାକାର ଚା ଟୋନା-ଟୋଟକା ମଧ୍ୟ କରନ୍ତି ବୋଧ ହୁଏ। ସେଥିପାଇଁ ତ ଏଠାରେ ମନ ପସନ୍ଦର ପ୍ରେମ ପାଇବା ପାଇଁ ମଧ୍ୟ ଚା ରହିଛି। ତେବେ ଯାହାର ହୃଦୟ ଭାଙ୍ଗିଛି, ତାକୁ ମଧ୍ୟ ଏଠାରେ ଏକାନ୍ତର ଚା ଦିଆଯାଏ।

ସବୁଠାରୁ ଖାସ କଥା ଏହାକି ଏଠାରେ ବିଭିନ୍ନ ପ୍ରକାରର ଚା ପାଇଁ ଭିନ୍ନ ଭିନ୍ନ ପ୍ରକାର ଆମାଉଣ୍ଟ ପେ କରାଯାଏ। ଏଠାରେ ସବୁଠାରୁ ସସ୍ତା ଚା ହେଉଛି ପ୍ରେମରେ ଧୋକା ଖାଇଥିବା ଚା। ଏହାର ମୂଲ୍ୟ ମାତ୍ର ୫ ଟଙ୍କା।

ଏଠାରେ ସବୁଠାରୁ ଦାମି ଚା ହେଉଛି ମନ ପସନ୍ଦର ପ୍ରେମ ପାଇବାର ଚା। ଏହି ଚାର ମୂଲ୍ୟ ୪୯ ଟଙ୍କା। ଏହି ଚା ବିଷୟରେ କାଲୂ ଚା ବାଲାଙ୍କର କହିବା ଏହାକି ଯାହାକୁ ଆପଣ ଇମପ୍ରେସ କରିବାକୁ ଚାହୁଁଛନ୍ତି , ତାଙ୍କୁ ଏହି ଚା ପିଆନ୍ତୁ। ସେ ଆପଣଙ୍କର ହୋଇଯିବେ।

ଏହି ଚା ଷ୍ଟଲରେ ଆଉ ଏକ ଖାସ କଥା ଅଛି । ଏଠାରେ ସ୍ତ୍ରୀଙ୍କ ଦ୍ବାରା ହଇରାଣ ହେଉଥିବା ସ୍ବାମୀ ମାନଙ୍କୁ ମାଗଣାରେ ଚା ମିଳିଥାଏ। ଏଥିପାଇଁ ଆପଣଙ୍କୁ ଆପଣଙ୍କ ସ୍ତ୍ରୀ ସହିତ ଆସି ଚା ପିଇବା ସହିତ ଡେମୋ ଦେଖାଇବାକୁ ପଡିବ କି ଆପଣ ସ୍ତ୍ରୀଙ୍କ ଦ୍ବାରା ହଇରାଣ ହେଉଛନ୍ତି ବୋଲି। ତା ପରେ ଆପଣଙ୍କୁ ଫ୍ରିରେ ଚା ଦିଆଯିବ।

କିଛି ସମୟ ପୂର୍ବେ ସୋଶିଆଲ ମିଡିଆରେ ଆଣ୍ଟି ଭାଇରସ ଟିଫିନ ସେଣ୍ଟର ର ଫଟୋ ବହୁତ ଭାଇରାଲ ହୋଇଥିଲା। ଏହି ସେଣ୍ଟର ବହ୍ମପୁରର ଗାନ୍ଧୀନଗର ମେନ ରୋଡରେ ଥିଲା। ଏଠାକୁ ଲୋକମାନେ ଜଳଖିଆ ଖାଇବାକୁ ଆସୁଥିଲେ।

ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *