କ’ଣ ବିଗ ବସ ସରିବା ପରେ ସ୍ବାମୀଙ୍କ ଠାରୁ ଅଲଗା ହୋଇଯିବେ ‘ ଛୋଟୀ ବୋହୂ? ଅଭିନବଙ୍କ ସମ୍ପର୍କ ବିଷୟରେ ଦେଲେ ଜବାବ..

ମୁମ୍ବାଇ: ଟିଭି ରିଆଲିଟି ଶୋ ବିଗ ବସ ସିଜନ-14 ଆରମ୍ଭରୁ ‘ ଛୋଟି ବୋହୂ ‘ ମାନେ ରୂବୀନା ଦିଲୈକ ନିଜ ସ୍ବାମୀ ଅଭିନବ ଶୁକ୍ଲାଙ୍କ ସହ ସମ୍ପର୍କକୁ ନେଇ ବହୁତ ଚର୍ଚ୍ଚାରେ ରହୁଛନ୍ତି। ଦୁଇ ଜଣଙ୍କ ମଧ୍ୟରେ କିଛି ଠିକ ଚା୍ଲୁ ନାହିଁ। ଗତ କେତେକ ଏପିସୋଡରେ ଦୁଇ ଜଣଙ୍କ ମଧ୍ୟରେ ବହୁତ ଯୁକ୍ତି ହୋଇଥିଲା। ଶୋ ର ଆରମ୍ଭରୁ ଅଭିନେତ୍ରୀ ଜଣକ ଏକ ଏପିସୋଡରେ ସ୍ବାମୀଙ୍କ ଠାରୁ ତଲାଖ ନେବା କଥାର ଖୁଲାସା କରୁଥିବାର ଦେଖିବାକୁ ମିଳିଥିଲେ। ସେ କହୁଥିଲେ କି ସେମାନେ ଦୁଇ ଜଣ ତାଙ୍କ ସମ୍ପର୍କକୁ ଆଉ ଗୋଟିଏ ସୁଯୋଗ ଦେବା ପାଇଁ ବିଗ ବସ କୁ ଆସିଛନ୍ତି। ଏବେ ଗତ କିଛି ଦିନ ହେବ ଦୁଇ ଜଣଙ୍କ ମଧ୍ୟର ଝଗଡାକୁ ନେଇ ତାଙ୍କ ସମ୍ପର୍କ ଉପରେ ପ୍ରଶ୍ନ ଉଠୁଛି।

ଏହି ଓ୍ବିକାଣ୍ଡରେ ସେହି ଦୁଇ ଜଣକଙ୍କ ପର୍ସନାଲ ଲାଇଫକୁ ପ୍ରଶ୍ନ କରାଯିବ,ଯାହାର ପ୍ରୋମୋ ଭିଡିଓ ସେୟାର କରାଯାଇଛି। ତାଙ୍କୁ ପ୍ରଶ୍ନ କରାଯାଇଥିଲା କି – ଆପଣ କହୁଥିଲେ କି ଆପଣ ଦୁଇ ଜଣ ଅଲଗା ହେବାର ପ୍ଲାନ କରୁଥିଲେ , ତେବେ ଏହା କ’ଣ ମାଇଣ୍ଡ ଗେମ ଥିଲା ଘରେ ରହିବା ପାଇଁ ଯେମିତି ଆପଣଙ୍କୁ ଭୋଟ ବହୁତ ମିଳିବ।

ଏହି ପ୍ରଶ୍ନରେ ରୂବୀନା କହିଥିଲେ କି – ବିଗ ବସ ଆମକୁ ପରସ୍ପରକୁ ପ୍ରେମ ଏବଂ ସମ୍ମାନ କରିବା ପାଇଁ ଏପରି ଏକ ଅଜବ ମାଧ୍ୟମ ବନେଇଛନ୍ତି। ଏହାପରେ ତାଙ୍କୁ ଆଉ ଏକ ପ୍ରଶ୍ନ କରାଯାଥିଲା କି ସେମାନେ ଏଠୁ ବାହାରିଲା ପରେ ଏକାଠି ରହିବେ ନା ଅଲଗା ହୋଇଯିବେ?

ବର୍ତ୍ତମାନ ଏହି ପ୍ରଶ୍ନର ଜବାବ କ’ଣ ଦେବେ ରୂବୀନା ତାହା ଶୋ ଟେଲିକାଷ୍ଟ ହେଲାପରେ ହିଁ ଜଣା ପଡିବ। ଏହି ପ୍ରଶ୍ନରେ ଅଭିନେବ କ’ଣ କହୁଛନ୍ତି ତାହା ବହୁତ ଦେଖିବା ଯୋଗ୍ୟ ଅଟେ।

ଏହା ବହୁତ ଖୁସିର କଥା କି ବିଗ ବସ ଘରେ ଅଭିନବ ଏବଂ ରୂବୀନା ପରସ୍ପରକୁ ବହୁତ ସପୋର୍ଟ କରୁଥିବାର ଦେଖିବାକୁ ମିଳିଛନ୍ତି। ଏପିସୋଡର ପ୍ରତ୍ୟକ ଲଢେଇରେ ଅଭିନବ ରୂବୀନାଙ୍କ ସହିତ ଛିଡା ହୋଇଛନ୍ତି ଏବଂ ରୂବୀନା ମଧ୍ୟ ସ୍ବାମୀଙ୍କ ସାଥ ଦେଉଛନ୍ତି।

ଏହି ସପୋର୍ଟ ପରେ ମଧ୍ୟ ଦୁଇ ଜଣଙ୍କ ମଧ୍ୟରେ ମନମୋଟାବ ଦେଖିବାକୁ ମିଳିଥିଲା। ଏକ ଓ୍ବିକାଣ୍ଡରେ ଯେତେବେଳେ ସଲମାନ ରୂବୀନାଙ୍କୁ ବହୁତ କିଛି ଗାଳି କରି ଥିଲେ ସେତେବେଳେ ଅଭିନବ ରୂବୀନାଙ୍କୁ ବୁଝେଇବା ପାଇଁ ଚେଷ୍ଟା କରିଥିଲେ। ଅଭିନବ କହିଥିଲେ ସେ ଶୋରେ କ’ଣ ପ୍ରଜେଣ୍ଟ କରୁଛନ୍ତି , ବାସ ତା ଉପରେ ଧ୍ୟାନ ଦିଅ।

ସେହି ସମୟରେ ରୂବୀନା ଅଭିନବଙ୍କ ପାଖରୁ ଇମୋସନାଲ ସପୋର୍ଟ ମାଗିଥିଲେ କିନ୍ତୁ ସେତେବେଳେ ଅଭିନବ ତାଙ୍କୁ ବୁଝେଇବାରେ ଲାଗିଥିଲେ। କେତେ ଥର ଅଭିନବ ରୂବୀନାଙ୍କ ଭୁଲ ତାଙ୍କୁ କହିଛନ୍ତି ତ କେତେକ ସମୟରେ ସେ ରୂବୀନିଙ୍କ ଉପରେ ବହୁତ ଅଭିମାନ କରନ୍ତି ଏବଂ ଦୁଇ ଜଣଙ୍କ ମଧ୍ୟରେ କେତେ ଥର ଝଗଡା ମଧ୍ୟ ହୋଇଛି।

ଏମାନଙ୍କ ମଧ୍ୟରେ କେବେ କେବେ ଯୁକ୍ତିକୁ ନେଇ ବହୁତ ଝଗଡା ହେବାର ଦେଖିବାକୁ ମିଳିଥିଲା। ଏହାପରେ ବି ଦୁଇ ଜଣ ପରସ୍ପରକୁ ବୁଝାନ୍ତି। ବିଗ ବସ ଘରେ ତାଙ୍କ ପର୍ସନାଲ ଅଭିମାନ ଏବଂ ପ୍ରେମ କେତେ ଦିନ ରହିବ ଏହା ଆଗକୁ ଦେଖିଲେ ଜଣା ପଡିବା।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *