ଟାଇଟାନିକ ଫିଲ୍ମରେ ଖ୍ୟାତି ଅର୍ଜନ ପରେ କେଟ୍ ୱିନ୍ସଲେଟ୍ଙ୍କର ଅବସ୍ଥା ଥିଲା ଖରାପ, କହିଲେ- ମୁଁ ପ୍ରସ୍ତୁତ ନଥିଲି..

ହଲିଉଡ ଅଭିନେତ୍ରୀ କେଟ୍ ୱିନ୍ସଲେଟ୍ ତାଙ୍କ ଚଳଚ୍ଚିତ୍ର ଟାଇଟାନିକ ସିନେମାରେ ଜଗତରେ ନିଜର ପରିଚୟ ସୃଷ୍ଟି କରିଥିଲା। ୧୯୯୭ରେ ଜେମ୍ସ କ୍ୟାମେରନଙ୍କ ଦ୍ୱାରା ନିର୍ଦ୍ଦେଶିତ ଟାଇଟାନିକ କେବଳ କେଟଙ୍କୁ ବିଶ୍ୱବ୍ୟାପୀ ପରିଚୟ ଦେଇନଥିଲା ବରଂ ତାଙ୍କ ଜୀବନକୁ ମଧ୍ୟ ବଦଳାଇ ଦେଇଥିଲା। ଅଭିନେତା ଲିଓନାର୍ଡୋ ଡି କାପ୍ରିଓଙ୍କ ସହ ତାଙ୍କର ରୋମାନ୍ସ ଏବଂ କେମେଷ୍ଟ୍ରୀ ବିଷୟରେ ବ୍ୟାପକ ଚର୍ଚ୍ଚା କରାଯାଇଥିଲା। ଟାଇଟାନିକ ଏକ ବ୍ଲକବଷ୍ଟର ହିଟ ଥିଲା ଏବଂ ଚଳଚ୍ଚିତ୍ରଟି କେଟଙ୍କୁ ରାତାରାତି ସୁପରଷ୍ଟାର କରିଥିଲା। କିନ୍ତୁ ବର୍ତ୍ତମାନ କେଟ ପ୍ରକାଶ କରିଛନ୍ତି ଯେ ସେ ଫେମସ ହେବାକୁ ପ୍ରସ୍ତୁତ ନାହାନ୍ତି।

ଫେମସ ହେବାକୁ ପ୍ରସ୍ତୁତ ନଥିଲେ କେଟ:

ଡେଲି ମେଲର ଖବର ଅନୁଯାୟୀ, ମାର୍କ ମରୋନଙ୍କ ସହ ଡବ୍ଲୁଟିଏଫ୍ ନାମକ ପୋଡକାଷ୍ଟ ଶୋ’ରେ ହଠାତ୍ କେଟ୍ ୱିନ୍ସଲେଟ୍ ଫେମସ୍ ହୋଇଥିଲେ ଏବଂ ଏହାର ବ୍ୟକ୍ତିଗତ ଜୀବନରେ କିପରି ପ୍ରଭାବ ରହିଥିଲା, ତାହା ମଧ୍ୟ ପ୍ରକାଶ କରିଥିଲେ। କେଟ୍ କହିଛନ୍ତି, ଟାଇଟାନିକ୍ କୁ ଆସିବା ପରେ ମୁଁ ସେଲ୍ପ ପ୍ରୋଟେକ୍ଟିଭ ମୁଡକୁ ପଳେଇଯାଇଥିଲି। ମୋର ରାତି ଏବଂ ଦିନ ସମାନ ଭାବରେ ଯାଉଥିଲା। ମୁଁ ନିଜ ବିଷୟରେ ବହୁତ ଚିନ୍ତା କରୁଥିଲି, ନିଜକୁ ସନ୍ଦେହ କରୁଥିଲି, ମୋତେ ବହୁତ ସମାଲୋଚନା କରାଯାଇଥିଲା ଏବଂ ବ୍ରିଟିଶ ପ୍ରେସ ମୋ ପ୍ରତି ଅତ୍ୟନ୍ତ ନିଷ୍ଠୁର ବ୍ୟବହାର କରୁଥିଲେ।

କେଟ କହିଥଲେ, “ଯଦି ମୁଁ ଇମାନଦାରି ଭାବରେ କହୁଛି, ତେବେ ମୋତେ ଲାଗୁଥିଲା ସତେ ଯେପରି ମୋତେ ଗାଳି ଦିଆଯାଉଛି। ମୋର ମନେ ଅଛି ଯେ ମୁଁ ଭାବୁଥିଲି ‘ଏହା ବହୁତ୍ ଭୟଙ୍କର, ଆଉ ଚାହୁଁଥିଲି କି କାଳେ ଶୀଘ୍ର ସମାପ୍ତ ହେଇଯାନ୍ତା’, ଧୀରେ ଧୀରେ ସବୁକିଛି ଠିକ୍ ହୋଇଗଲା, କିନ୍ତୁ ଏହା ମୋତେ ବୁଝାପଡ଼ିଗଲା ଯେ ଫେମସ ହେବ ପ୍ରକୃତରେ କଣ !

ଖ୍ୟାତି ଅର୍ଜନ କରିବା ପରେ ମଧ୍ୟ ସେ ନିଜ ଉପରେ କାର୍ଯ୍ୟ ଜାରି ରଖିଥିଲେ:

ସେହି ସମୟରେ କେଟ୍ ୱିନ୍ସଲେଟ୍ ତାଙ୍କ ଖ୍ୟାତିର ଲାଭ ଉଠାଇବା ପରିବର୍ତ୍ତେ ତାଙ୍କ ଅଭିନୟରେ ଉନ୍ନତି ଆଣିବା ପାଇଁ କଠିନ ପରିଶ୍ରମ କରିଥିଲେ। ଆଉ ମଧ୍ୟ ସେ କହିଛନ୍ତି, “ମୁଁ ପୁଣି ଅନୁଭବ କରୁଥିଲି ଯେ ମୁଁ ଅନ୍ୟ ହଲିଉଡ୍ ଜବ୍ କରିବାକୁ ମଧ୍ୟ ପ୍ରସ୍ତୁତ ନାହିଁ।” ମୁଁ ଭୁଲ କରିବାକୁ ଚାହୁଁନଥିଲି। ମୁଁ ଚାହୁଁ ନଥିଲି ଯେ ମୁଁ ବିଫଳ ହେବି, ସେଥିପାଇଁ ମୋତେ ଏହି ଖେଳରେ ବହୁତ ସମୟ ରହିବାକୁ ପଡିଲା। ତେଣୁ ମୁଁ ଛୋଟ ଛୋଟ ଜିନିଷକୁ ନିରୀକ୍ଷଣ କରିବା ଆରମ୍ଭ କଲି ଯାହା ଦ୍ଵାରା ମୁଁ ଏହି କଳା ଏବଂ ନିଜକୁ ଭଲ ଭାବରେ ବୁଝିପାରିବି, ଏବଂ କିଛି ପ୍ରାଇଭେଶି ପ୍ରତିଷ୍ଠା ମଧ୍ୟ କରିପାରିବି।”

ଟାଇଟାନିକ ପରେ କେଟ୍ ୱିନ୍ସଲେଟ୍ ଅନେକ ସୁପରହିଟ୍ ଚଳଚ୍ଚିତ୍ରର ଏକ ଅଂଶ ହୋଇପାରିଛନ୍ତି। ତାଙ୍କୁ ଉନବିଂଶ ଶତାବ୍ଦୀର କାହାଣୀ ଉପରେ ଆଧାରିତ ପିରିୟଡ ଡ୍ରାମା ଫିଲ୍ମ “ଆମୋନାଇଟ୍ ” ରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମଟି ଏକ ରିଅଲ୍ ଲାଇଫ୍ ପାଲିଓଣ୍ଟୋଲୋଜିଷ୍ଟ୍ ମେରି ଆନିଙ୍ଗଙ୍କ ବିଷୟରେ ଥିଲା, ଯିଏକି ତାଙ୍କଠାରୁ ସାନ ମହିଳାଙ୍କ ସହିତ ପ୍ରେମରେ ପଡ଼ିଥିଲେ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *