କବିତାଙ୍କର ଖୁଲାସା ଶିକ୍ଷକ କରିଥିଲେ ଅଶୀଳ ବ୍ୟବହାର, ମା ବିଶ୍ୱାସ କରି ନଥିଲେ

କବିତା କୌଶିକ ବିଗ ବସ ୧୪ ର ଏଣ୍ଟ୍ରି ସହିତ ବହୁତ ମଜବୁତ ଦେଖିବାକୁ ମିଳିଥିଲେ। ସେ ସମସ୍ତଙ୍କ ଝଗଡା କରନ୍ତି ଏବଂ ଟକ୍କର ନିଅନ୍ତି। କିନ୍ତୁ ସୋମବାରକୁ ତାଙ୍କର ଇମୋସନାଲ ସାଇଡ ଦେଖିବାକୁ ମିଳିଥିଲା।

କବିତା କୌଶିକ ତାଙ୍କର ଏମିତି ଏକ ରାଜ ବିଷୟରେ କହିଥିଲେ ଯାହା ତାଙ୍କୁ ଛୋଟ ବେଳେ ବହୁତ ଭାଙ୍ଗି ଦେଇଥିଲା। ବିଗ ବସ ଇମ୍ୟୁନିଟି ସ୍ଟୋନ ପାଇବା ପାଇଁ ଗୋଟିଏ ଟାସ୍କ ଦେଇଥିଲେ।

କବିତା କୌଶିକ କହିଲେ କି ସେ ୧୧ ବର୍ଷର ହୋଇଥିଲେ ଏବଂ ମୁଁ ଗଣିତରେ ବହୁତ ର୍ଦୁବଳ ଥିଲି ସେଥିପାଇଁ ଗୋଟିଏ ଗଣିତ ଶିକ୍ଷକ ଅଣା ଯାଇଥିଲା। ତାଙ୍କର ବୟସ ୬୫ କିମ୍ବା ତାଠୁ ଅଧିକ ହୋଇପାରେ। ଗୋଟିଏ ଦିନ ସଧ୍ୟ୍ୟା ବେଳେ ସେ ଯେତେବେଳେ ଟ୍ୟୁସନ ପଢେଇବାକୁ ଆସିଥିଲେ ସେହି ସମୟରେ ମା ଏବଂ ବାପାଙ୍କୁ ବାହାରକୁ ଯିବାର ଥିଲା।

ବାପା ମାଙ୍କ ଯିବାପରେ ସେ ଯେଉଁ ବୃଦ୍ଧ ଗଣିତ ଶିକ୍ଷକ ଥିଲେ ସେ ମୋ ସହିତ ଅଶୀଳ କଥା ହେବା ସହ ମତେ ଶୋଷଣ କରିବାକୁ ମଧ୍ୟ ଚେଷ୍ଟା କରିଥିଲେ।

କବିତା କହିଲେ କି କିଛି ଖରାପ ହେବା ପୂର୍ବରୁ ମୁଁ ବହୁତ ଜୋର ଚିଲାଇ ବାକୁ ଲାଗିଲି ଏବଂ ମୁଁ ତାଙ୍କୁ ଧମକେଇଲି କି ଏସବୁ ମୁଁ ବାପା ମାଙ୍କୁ କହିଦେବି ବୋଲି।

ଏହି କଥାରେ ସେ କହିଲେ କି ତୁମର ଏହି କଥାକୁ କେହି ବିଶ୍ୱାସ କରିବେ ନାହିଁ। ତୁମ ମା ମତେ ବହୁତ ବିଶ୍ୱାସ କରନ୍ତି ଏବଂ ସେ ଏହା କହି ସେଠାରୁ ଚାଲି ଗଲେ। ଏହାପରେ ଯେତେବେଳେ ମା ବାପା ଆସିଲେ ସେତେବେଳେ ମୁଁ ମାଙ୍କୁ ସବୁ କହିଥିଲି। ସେ ଭାବିଲେ ମୋର ଗଣିତ ପଢିବାରେ ଇଛା ନାହିଁ ବୋଲି ମୁଁ ଏପରି କହୁଛି।

ସେ ସମ୍ପୁର୍ଣ୍ଣ ଭାବରେ ମୋ କଥାକୁ ବିଶ୍ବାସ କଲେ ନାହିଁ। ଏହାପରେ ମୁଁ କେବେ ଗଣିତ ପଢିଲି ନାହିଁ। କାରଣ ଗଣିତର ପ୍ରତ୍ୟକ ପ୍ରଶ୍ନରେ ସେହି ବୃଦ୍ଧ ଶିକ୍ଷକଙ୍କର ମୁହଁ ଦିଶୁଥିଲା। ମତେ ପ୍ରତ୍ୟକ ବୃଦ୍ଧ ଲୋକମାନଙ୍କ ଉପରେ ଘୃଣା ହୋଇଗଲା। ଏହି କଥା ମତେ ବହୁତ ଭାଙ୍ଗି ଦେଇଥିଲା। କିନ୍ତୁ ମୁଁ ନିଜକୁ ବହୁତ ମଜବୁତ ରଖିଲି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *