କୁମ୍ଭକର୍ଣ୍ଣ ପରି ମାସ ମାସ ପର୍ଯ୍ୟନ୍ତ ଶୋଇ ରୁହନ୍ତି ଏହି ଗାଁର ଲୋକ, କାରଣ ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ।

ଲଙ୍କାପତି ରାବଣଙ୍କ ଭାଇ କୁମ୍ଭକର୍ଣ୍ଣ ୬ମାସ ଶୋଉଥିଲେ ଏବଂ ୬ମାସ ଚେଉଁଥିଲେ। ରାମାୟଣରେ କୁମ୍ଭକର୍ଣ୍ଣଙ୍କ ବିଷୟରେ ଲେଖିବା ସମୟରେ ଲେଖା ଯାଇଛି କି ତାଙ୍କୁ ଉଠାଇବା ପାଇଁ ବହୁତ କଷ୍ଟ କରିବାକୁ ପଡ଼ୁଥିଲା ଏବଂ ତାଙ୍କୁ ଉଠିବାକୁ ବହୁଦିନ ଲାଗି ଯାଉଥିଲା।ଉଠିବା ପରେ ସେ ୬ମାସ ପର୍ଯ୍ୟନ୍ତ ଶୋଉନଥିଲେ। ଯେମିତି ହିଁ ୬ମାସ ପୂରା ହୋଇ ଯାଉଥିଲା ତ ସେ ପୁଣି ନିଦକୁ ଚାଲି ଯାଉଥିଲେ। ଦୁନିଆରେ ଏବେବି କୁମ୍ଭକର୍ଣ୍ଣ ପରି ଲୋକ ମହଜୁଦ ଅଛନ୍ତି। ଯେଉଁମାନେ କି ଅଧିକ ସମୟ ପର୍ଯ୍ୟନ୍ତ ଶୋଇଥାନ୍ତି।ଆଜି ଆମେ ଆପଣଙ୍କୁ ଏକ ଏମିତି ଗାଁ ବିଷୟରେ ଜଣାଇବାକୁ ଯାଉଛୁ, ଯେଉଁଠାରେ ରହୁଥିବା ଲୋକ ମାସେ ପର୍ଯ୍ୟନ୍ତ ଶୋଇ ରୁହନ୍ତି। ଆଜ୍ଞା ହଁ,ଆପଣ ଏକଦମ ଠିକ ପଢ଼ିଛନ୍ତି। ଏହି ଗାଁରେ ରହୁଥିବା ବ୍ୟକ୍ତି ଥରେ ଶୋଇଯାଅନ୍ତି,ତ ମାସେ ପର୍ଯ୍ୟନ୍ତ ଉଠିବାର ନାମ ଧରନ୍ତି ନାହିଁ। ଏହି ଗାଁ କଜାକିସ୍ଥନ ଦେଶରେ ଅବସ୍ଥିତ।

କଜାକିସ୍ଥାନ ଦେଶର କଲାଚୀ ନାମକ ଗାଁରେ ବହୁତ ସାରା ଲୋକ ରହୁଛନ୍ତି ଏବଂ ଏହି ସମସ୍ତ ଲୋକ କେତେ ମାସ ପର୍ଯ୍ୟନ୍ତ କେବଳ ଶୋଇ ହିଁ ରହିଥାନ୍ତି। ଏହି କାରଣରୁ ଏହି ଗାଁର ନାମ ସିଲ୍ପି ହଲ ମଧ୍ୟ ରଖାଯାଇଛି। ଏହି ଗାଁକୁ ଯେଉଁ ବି ବ୍ୟକ୍ତି ଆସିଥାନ୍ତି ତାଙ୍କୁ ଏଠାରେ ଲୋକ ଶୋଇବା ଅବସ୍ଥାରେ ହିଁ ମିଳିଥାନ୍ତି।ଖବର ଅନୁସାରେ ଏହି ଗାଁରେ ପାଖାପାଖି ୬୦୦ଲୋକ ରହୁଛନ୍ତି। ଏଥିରୁ ପାଖାପାଖି ସବୁ ଲୋକ ଶୋଇ ରୁହନ୍ତି। ଏତିକି ନୁହେଁ ଶୋଇବା ପରେ ଏହି ଲୋକମାନଙ୍କର କିଛି ବି ମନେ ରୁହେ ନାହିଁ।

ଗାଁର ଅଧିକାଂଶ ଲୋକଙ୍କୁ ଶୋଇବାର ରୋଗ ନିଜ ଅକ୍ତିଆରକୁ ନେଇ ଯାଇଛି। ସେଠାରେ ଯେତେବେଳେ ଏମାନେ ଶୋଇ ଉଠିଥାନ୍ତି,ତ ସେମାନଙ୍କର କିଛି ମନେ ନଥାଏ।ଅନ୍ୟ ଜଣେ କହିବା ପରେ ହିଁ ଏହି ଲୋକମାନଙ୍କର କଥା ମନେ ପଡ଼ିଥାଏ। ଯେତେବେଳେ ଜଣେ ନିଦରୁ ଉଠିଥାଏ,ତ ତାକୁ ସବୁକିଛି କହିବାକୁ ପଡ଼ିଥାଏ କି ତାର ନାମ କଣ ଏବଂ ସେ କ’ଣ କରୁଛି।ଯାହାପରେ ହିଁ ତା’ର ସବୁ ମନେ ପଡ଼ିଥାଏ। ଏହି ଲୋକମାନଙ୍କୁ ନିଦ ଏମିତି ହିଁ ଆସିଥାଏ କି ଏହି ଲୋକ କୈାଣସି ବି କାମ କରୁଥିବା ସମୟରେ ଏକଦମ ଭାବରେ ଶୋଇ ଯାଇଥାନ୍ତି।ନିଦର ଅଜବପ୍ରକାର ରୋଗରେ ଆକ୍ରାନ୍ତ ଏଠାର ଲୋକ ଚାଲିବା, ଖାଇବା, ଗାଧୋଇବା କେଉଁ ବି ସମୟରେ ଶୋଇ ଯାଇଥାନ୍ତି ଏବଂ ଗୋଟିଏ ଥର ଶୋଇବା ପରେ ସେମାନଙ୍କର ଉଠିବା କଷ୍ଟକର ହୋଇଯାଇଥାଏ।

ସିଲ୍ପି ହଲରେ ରହୁଥିବା ଲୋକମାନଙ୍କ ଉପରେ କେତେ ପ୍ରକାରର ପରୀକ୍ଷା ମଧ୍ୟ କରାଯାଇଛି। ଯାହା ମାଧ୍ୟମରେ ଏମାନଙ୍କର ଅଧିକ ଶୋଇବାର କାରଣ ଜାଣିବା ପାଇଁ ଚେଷ୍ଟା କରାଯାଇଛି। ଆଜି ପର୍ଯ୍ୟନ୍ତ ଯେତିକି ପରିକ୍ଷା ଏହି ଗାଁରେ କରାଯାଇଛି ସେଥିମଧ୍ୟରୁ ଏହି ଲୋକମାନଙ୍କର ଲଗାତର ଶୋଇବାର କାରଣ ୟୁରୋନିୟମ ଗ୍ୟାସ ବୋଲି ଜଣାଯାଇଛି।ୟୁରୋନିୟମ ନାମକ ଗ୍ୟାସ ବହୁତ ଘାତକ ହୋଇଥାଏ ଏବଂ ଏହି ଗ୍ୟାସ କାରଣରୁ ହିଁ ଏହି ଗାଁର ଲୋକ ମାସେ ପର୍ଯ୍ୟନ୍ତ ଶୋଇ ରହିଥାନ୍ତି।

ବୈଜ୍ଞାନିକମାନେ ନିଜ ପରୀକ୍ଷା ମାଧ୍ୟମରେ ଜାଣିଛନ୍ତି କି ଏହି ଗାଁର ଲୋକ ଯେଉଁ ପାଣିକୁ ପିଇଥାନ୍ତି, ସେଥିରେ ଗ୍ୟାସ ମିଶି‌ ରହିଥାଏ। ଯେଉଁ କାରଣରୁ ଏମାନଙ୍କୁ ଏତେ ନିଦ ଆସିଥାଏ।ୟୁରୋନିୟମର ବିଷାକ୍ତ ଗ୍ୟାସ କାରଣରୁ ଏହି ଗାଁର ପାଣି ମଧ୍ୟ ବହୁତ ଦୂଷିତ ହୋଇଯାଇଛି। ବୈଜ୍ଞାନିକମାନେ ନିଜ ପରୀକ୍ଷାରୁ ଜାଣିଛନ୍ତି କି ଏଠାର ପାଣିରେ କାର୍ବନ ମୋନୋ ଅକ୍ସାଇଡ ଗ୍ୟାସ (Carbon Monoxide Gas) ରହିଛି, ଯେଉଁ କାରଣରୁ ଏଠାର ଲୋକ ମାସେ ପର୍ଯ୍ୟନ୍ତ ଶୋଇ ରହିଥାନ୍ତି।

Leave a Reply

Your email address will not be published. Required fields are marked *